ବାସ୍ତୁ ଶାସ୍ତ୍ର : କୌଣସି ସଧବା ନାରୀକୁ ଏହି ୩ ଟି ଗହଣା ପିନ୍ଧିବା ଉଚିତ ନୁହେଁ, ସ୍ଵାମୀ ପାଇଁ ହୋଇଥାଏ ଅଶୁଭ

ହିନ୍ଦୁ ଶାସ୍ତ୍ରରେ ବାସ୍ତୁକୁ ଅଧିକ ମହତ୍ତ୍ଵ ଦିଆଯାଇଛି । ଆମେ କିଛି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବାସ୍ତୁ ବିଷୟରେ ଆଲୋଚନା କରି କାର୍ଯ୍ୟ କରୁ, ଯେପରି ଭବିଷ୍ୟତରେ କୌଣସି ଅସୁବିଧା ନହେବ । ଆଧୁନିକ ଦୁନିଆରେ ବିବାହିତା ସ୍ତ୍ରୀ ଏପରି କିଛି ବସ୍ତୁ ବ୍ୟବହାର କରନ୍ତି ଯାହାଦ୍ୱାରା ତାଙ୍କ ଜୀବନରେ ନାକରାତ୍ମକ ପ୍ରଭାବ ପଡିବା ସହ ପରିବାରର ଓ ସ୍ଵାମୀର ଜୀବନରେ ମଧ୍ୟ ସମସ୍ୟା ପରିଲିକ୍ଷିତ ହୋଇଥାଏ ।

ଆସନ୍ତୁ ଜାଣିବା ସେହି ୩ଟି ଜିନିଷ କଣ ଅଟେ ଯେଉଁ ଗୁଡିକୁ ବିବାହିତା ସ୍ତ୍ରୀ ମାନେ ବ୍ୟବହାର କରିବା ଦ୍ଵାରା ହୋଇଥାଏ ସ୍ଵାମୀ ପାଇଁ ହୋଇଥାଏ ଅଶୁଭ

୧. ବିବାହିତ ସ୍ତ୍ରୀକୁ କେବେ ପୁରା ଧଳା ରଙ୍ଗର ଶାଢ଼ୀ ପିନ୍ଧିବା ଉଚିତ ନୁହେଁ, ଏହା ଦ୍ଵାରା ତାଙ୍କ ମାନ ସମ୍ମାନରେ କ୍ଷତି ପହଞ୍ଚି ଥାଏ । ଶାସ୍ତ୍ର ଅନୁସାରେ ଧଳା ରଙ୍ଗର ଶାଢ଼ୀ ପିନ୍ଧିବା ଦ୍ଵାରା ପତିବ୍ରତା ଧର୍ମ ନଷ୍ଟ ହୋଇଯାଏ । ଧଳା ଶାଢ଼ୀ ମୁଖ୍ଯତଃ ବିଧବା ସ୍ତ୍ରୀ ମାନେ ଧାରଣ କରିଥାନ୍ତି, ସଧବା ସ୍ତ୍ରୀ ମାନେ ଏହି ରଙ୍ଗର ଶାଢ଼ୀ ପିନ୍ଧିଲେ ସ୍ଵାମୀ ବିପଦର କାରଣ ହୋଇଥାନ୍ତି ।

୨. ଆଧୁନିକ ଯୁଗରେ ମହିଳାମାନେ ଗୋଡରେ ସୁନା ପାଉଁଜି ଓ ଅଣ୍ଟା ବିଛା ପିନ୍ଧନ୍ତି, କିନ୍ତୁ ଏହାକୁ ଅଶୁଭ ବୋଲି ମନେ କରାଯାଏ । ଗୋଡରେ ସୁନା ପିନ୍ଧିବା ଦ୍ଵାରା କୁବେର ମହାରାଜାଙ୍କର ଅପମାନ ହୋଇଥାଏ ଓ ଆପଣଙ୍କର ଘର ଲୋକଙ୍କ ସହ ସମ୍ପର୍କ ଖରାପ ହେବା ସହ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

୩. ହିନ୍ଦୁ ଧର୍ମରେ ସିନ୍ଦୁର ଓ ମଙ୍ଗଳ ସୂତ୍ରକୁ ଅଧିକ ମହତ୍ତ୍ଵ ଦିଆଯାଏ । ସିନ୍ଦୁର ଓ ମଙ୍ଗଳ ସୂତ୍ର ବିନା ବାହାଘର ସମ୍ପୂର୍ଣ୍ଣ ହୋଇନଥାଏ । ହିନ୍ଦୁ ସ୍ତ୍ରୀମାନଙ୍କ ପାଇଁ ସିନ୍ଦୁର ସୁହାଗର ସନ୍ତକ ହୋଇଥାଏ । ବିବାହିତା ସ୍ତ୍ରୀ ଯଦି ସିନ୍ଦୁର ଲଗାଏ ନାହିଁ ତେବେ ଏହାକୁ ବଡ ପାପ ବୋଲି କୁହାଯାଏ । ମଙ୍ଗଳସୂତ୍ର ହଳଦିଆ ସୁତାରେ କଳା ମାଳିରେ ହେବା ଆବଶ୍ୟକ, କାରଣ ମଙ୍ଗଳସୁତ୍ରର ହଳଦିଆ ଅଂଶ ମା ପାର୍ବତୀ ଓ କଳା ଅଂଶ ଭଗବାନ ଶିବ ଅଟନ୍ତି ।

ଏହି ସବୁ କାର୍ଯ୍ୟ କରିବା ଦ୍ଵାରା ସଧବା ନାରୀର ଜୀବନରେ ସମସ୍ୟା ପରିଲିକ୍ଷିତ ହୋଇଥାଏ, ତେଣୁକରି ଏ ଗୁଡିକ ପ୍ରତି ଧ୍ୟାନ ଦେବା ଉଚିତ ।