କଣ ଆପଣ ଜାଣିଛନ୍ତି କି ଭାରତରେ ସବୁଠୁ ମହାଙ୍ଗା ଘର କାହାର! ଦେଖନ୍ତୁ

ବିଳାସପୂର୍ଣ୍ଣ ଓ ଆରାମଦାୟକ ଜୀବନ କାଟିବା ପାଇଁ ଲୋକମାନେ ବିଭିନ୍ନ ଡିଜାଇନର ଦାମୀ ଦାମୀ ଘର କିଣିଥାନ୍ତି ବା ବନାଇଥାନ୍ତି । ଭାରତରେ ମଧ୍ୟ ଏମିତି ଘରର ଅଭାବ ନାହିଁ । ଲୋକେ ଏତେ ମହାଙ୍ଗା ଘରେ ବାସ କରନ୍ତି ଆପଣ ଦେଖିଲେ ଓ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବଡ ବଡ ଫିଲ୍ମ ଷ୍ଟାର ଙ୍କୁ ଠୁ ନେଇ ବଡ ବିଜନେସ ମ୍ୟାନ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ବଡ ଓ ମହଙ୍ଗା ଘରେ ରହିବାକୁ ପସନ୍ଦ କରନ୍ତି । ତେବେ ଆସନ୍ତୁ ଦେଖିବା କାହା କାହାର ଘର ଅତି ମହଙ୍ଗା ଅଟେ ।

ସର୍ବପ୍ରଥମେ ହେଲା ଆପଣଙ୍କ ପ୍ରିୟ ଅଭିନେତା ଅଜୟ ଦେବଗନ ଙ୍କ ଘର । ମୁମ୍ବାଇର ଜୁହୂ ଉପାନ୍ତରେ ତାଙ୍କ ଘର ଅବସ୍ଥିତ । ତାଙ୍କ ଘର ଦେଖିବାକୁ ବିରାଟକାୟ । ଏହାର ପ୍ରବେଶ ଦ୍ୱାର ଦର୍ଶକଙ୍କ ମନମୁଗ୍ଧ କରି ଦିଏ । ସେ ନିଜ ସ୍ତ୍ରୀ କାଜଲ, ଝିଅ ନ୍ୟସା ଓ ପୁଅ ୟୁଗ୍ ଙ୍କ ସହ ନିଜ ବିରାଟକାୟ ବଙ୍ଗଳାରେ ରୁହନ୍ତି । ସେ ତାଙ୍କ ଘରର ନାମ ରଖିଛନ୍ତି ଶିବଶକ୍ତି । ଅଜୟ ଦେବଗନ ଙ୍କ ଘରର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ଅଟେ ।

ଦ୍ଵିତୀୟରେ ଖିଲାଡୀ ଅକ୍ଷୟ କୁମାରଙ୍କ ଘର । କୁହାଯାଏ ୨୩ ବର୍ଷ ତଳେ ଜଣେ ସିକ୍ୟୁରିଟି ଗାର୍ଡ ଅଜ୍ଞାତରେ ସେହି ଘରୁ ତାଙ୍କୁ ତଡି ଦେଇଥିଲେ । ଆଉ ସେହି ଘରେ ହିଁ ଅକ୍ଷୟ ନିଜ ପ୍ରଥମ ପୋର୍ଟଫୋଲିଓ ସୁଟ୍ କରିଥିଲେ । ଅକ୍ଷୟ ନିଜ ପତ୍ନୀ ଟ୍ବିଙ୍କିଲ୍ ଖାନ୍ନା ଓ ଦୁଇ ସନ୍ତାନ ଆରବ ଓ ନିତାରା ଙ୍କ ସହ ସେଠାରେ ରୁହନ୍ତି । ତାଙ୍କ ଡୁପ୍ଲେକ୍ସ ବଙ୍ଗଳାର ମୂଲ୍ୟ ପ୍ରାୟ ୧୦କୋଟି ଟଙ୍କା ଅଟେ ।

ସେହିପରି ଆପଣଙ୍କ ପ୍ରିୟ କିଙ୍ଗ ଶାହରୁଖ ଖାଁ ଙ୍କ ଘର ମଧ୍ୟ ବହୁତ ପ୍ରସିଦ୍ଧ ଅଟେ । ତାଙ୍କ ଘରର ନାମ ହେଉଛି ମନ୍ନତ । ଶାହରୁଖ ଙ୍କ ପ୍ରଶଂସକ ଙ୍କ ମଧ୍ୟରେ ମାନ୍ନାତ ବହୁତ ଚର୍ଚ୍ଚାରେ ରୁହେ । ପ୍ରତିବର୍ଷ ତାଙ୍କ ଜନ୍ମଦିନ ରେ ସେ ନିଜ ଘର ଛାତକୁ ଆସି ପ୍ରଶଂସକ ଙ୍କୁ ଦେଖା ଦିଅନ୍ତି ।

ସେହିଦିନ ତାଙ୍କ ଘର ବାହାରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଲୋକଙ୍କ ବହୁତ ଭିଡ ଜମିଥାଏ । ଶାହରୁଖ ଙ୍କ ଘର ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ଅଟେ । ତାଙ୍କ ଘରର ମୂଲ୍ୟ ପ୍ରାୟ ୧୫କୋଟି ଟଙ୍କା ଅଟେ ।

ସେହିପରି ଆପଣଙ୍କ ପ୍ରିୟ ଅଭିନେତା ସଲମାନ ଖାଁ ଙ୍କ ଘର ମଧ୍ୟ ଦେଖିବାକୁ ବହୁତ ବଡ ଓ ଆକର୍ଷଣୀୟ । ମୁମ୍ବାଇର ବାନ୍ଦ୍ରା ରେ ଅବସ୍ଥିତ ତାଙ୍କ ଘର । ୮ ମହଲା ବିଶିଷ୍ଟ ବଙ୍ଗଳାରେ ସେ ତାଙ୍କ ସପରିବାର ସହ ରୁହନ୍ତି । ତାଙ୍କ ଘରର ମୂଲ୍ୟ ମଧ୍ୟ ପ୍ରାୟ ୧୬କୋଟି ଟଙ୍କା ଅଟେ ।

ଶେଷରେ ଦେଖିବା ଘରେ ଘରେ ପରିଚିତ ଭାରତର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନିଙ୍କ ଘର । ତାଙ୍କ ଘର କେବଳ ଭାରତରେ ନୁହେଁ ସାରା ଦୁନିଆରେ ଥିବା ମହଙ୍ଗା ଘର ମଧ୍ୟରେ ଟପ ୧୦ ରେ ରହିଛି । ତାଙ୍କ ଘର ଦେଖିବାକୁ ବହୁତ ମନଲୋଭା ଓ ବିଶାଳ ଅଟେ ଯେ ତାଙ୍କ ଘର ର ଛାତରେ ୩ଟି ହେଲିପ୍ଯାଡ୍ ଲ୍ୟାଣ୍ଡ୍ କରିବା ପରି ସୁବିଧା ଅଛି ଓ ଘରର ରକ୍ଷଣାବେକ୍ଷଣ ପାଇଁ ୬୦୦ ରୁ ଅଧିକ କର୍ମଚାରୀ ରହିଛନ୍ତି । ତାଙ୍କ ଘରର ମୂଲ୍ୟ ପ୍ରାୟ ୧୨ ହଜାର କୋଟି ଅଟେ । ତାଙ୍କ ଘରର ନାମ ଆଣ୍ଟିଲିଆ ଅଟେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।