ସବୁଠୁ ଅଧିକ ଶତ୍ରୁ ଥାନ୍ତି ଏହି ରାଶିର ଲୋକ ମାନଙ୍କର, ଜାଣନ୍ତୁ କାହିଁକି

କଥାରେ ଅଛି ପ୍ରେମ କେତେବେଳେ କାହା ସହିତ ହୋଇଯିବ ଏହା କେହି ବି କହିପାରିବେ ନାହିଁ । ଠିକ ସେହିଭଲି ଆପଣଙ୍କ ଶତ୍ରୁ କେତେବେଳେ କିଏ ହୋଇଯିବ ଏହା ବିଷୟରେ ବି କିଛି କହି ହେବ ନାହିଁ । ସାଧାରଣତଃ ଦୁନିଆରେ ଏମିତି କେହି ବି ନ ଥିବେ ଯାହାର କିଏ ଶତ୍ରୁ ନ ଥିବ । କିନ୍ତୁ ଏମିତି ଲୋକ ଅଛନ୍ତି ଯାହାର କି ଅଧିକ ଶତ୍ରୁ ଥାଆନ୍ତି । କିନ୍ତୁ କିଛି ରାଶିର ବ୍ୟକ୍ତି ଏମିତି ଅଛନ୍ତି ଯେଉଁମାନଙ୍କର କିଛି ଖାସ ଗୁଣ ପାଇଁ ତାଙ୍କର ଅଧିକ ଶତ୍ରୁ ହୋଇ ଯାଆନ୍ତି ଓ କାଁହିଁକି ଥାନ୍ତି ଆସନ୍ତୁ ଜାଣିବା ।

ମେଷ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ବିନା ପରିଶ୍ରମ କରି ସବୁ କିଛି ମିଳିଯାଏ । ଏହି କାରଣରୁ କିଛି ଲୋକ ଏମାନଙ୍କ ଉପରେ ଇର୍ଷା କରନ୍ତି ଓ ଏମାନଙ୍କର ଉନ୍ନତି ଦେଖି ସହି ପାରନ୍ତି ନାହିଁ । ଏହି ରାଶିର ବ୍ୟକ୍ତି ସବୁବେଳେ ନିଜ ସାମର୍ଥ୍ୟ ଠାରୁ ଅଧିକ ସଫଳତା ପାଇ ଥାଆନ୍ତି । ଏହି କାରଣରୁ ଏମାନଙ୍କର ବହୁତ ଶତ୍ରୁ ହୋଇ ଯାଆନ୍ତି ।

କର୍କଟ ରାଶି

ଏମାନେ ବହୁତ ଖୋଲା ମିଜାଜର ବ୍ୟକ୍ତି ଅଟନ୍ତି । ଏମାନେ ଅନ୍ୟ ମାନଙ୍କ ବିରୁଦ୍ଧରେ କିଛି କୁହନ୍ତି ନାହିଁ । ସବୁବେଳେ ସତ ଓ ଅପ୍ରିୟ ସତ କଥା କହିଥାନ୍ତି । ଅନ୍ୟ ଲୋକମାନଙ୍କୁ ଏହା ପସନ୍ଦ ହୁଏ ନାହିଁ । ସେଥିପାଇଁ ଏମାନଙ୍କର ଶତ୍ରୁ ବୃଦ୍ଧି ପାଇ ଥାଆନ୍ତି । ଏହା ଛଡା ଏମାନେ ବହୁତ କ୍ରୋଧି ସ୍ୱଭାବର ହୋଇ ଥାଆନ୍ତି । ସେଥିପାଇଁ ଏମାନଙ୍କର ଶତ୍ରୁ ମଧ୍ୟ ବୃଦ୍ଧି ପାଇ ଥାଆନ୍ତି ।

ମକର ରାଶି

ଏହି ରାଶିର ବ୍ୟକ୍ତି ମାନେ କୌଣସି ଅନ୍ୟାୟ ସହି ପାରନ୍ତି ନାହିଁ କି ଚୁପ ହୋଇ ବସନ୍ତି ନାହିଁ । ଏମାନଙ୍କୁ ଯାହା ଭୁଲ ଲାଗେ ଏହା ସେମାନେ ସଙ୍ଗେ ସଙ୍ଗେ କହି ଦିଅନ୍ତି । ଅନ୍ୟ ମାନଙ୍କ ବିରୁଦ୍ଧରେ ଏମାନେ ସ୍ୱର ଉତ୍ତୋଳନ ବି କରିଥାନ୍ତି । ସେଥିପାଇଁ ଏମାନଙ୍କର ଶତ୍ରୁ ବୃଦ୍ଧି ପାଇ ଥାଆନ୍ତି । ଏମାନେ ନିଜ ଶତ୍ରୁକୁ ଭୟ କରନ୍ତି ନାହିଁ ଓ ଏମାନଙ୍କୁ ଜଣା ଥାଏ କେଉଁମାନେ ତାଙ୍କ ସହ ଶତ୍ରୁତା କରିବେ । ଏମାନଙ୍କୁ ଯାହା ଠିକ ଲାଗେ ସେହି କାମ ହିଁ ଏମାନେ କରନ୍ତି ।

ବିଚ୍ଛା ରାଶି

ଏହି ରାଶିର ବ୍ୟକ୍ତିମାନେ ନିଜ ଜୀଵନରେ ଯେବେ ବି ଉନ୍ନତି କରିଥାନ୍ତି ସେହି ସମୟରେ ଏମାନଙ୍କ ଉନ୍ନତି ଦେଖି ଅନ୍ୟମାନେ ସହି ପାରନ୍ତି ନାହିଁ । ଅନ୍ୟ ମାନେ ଏମାନଙ୍କୁ ବର୍ବାଦ କରିବା ପାଇଁ ଚେଷ୍ଟା କରନ୍ତି । ବେଳେ ବେଳେ ଏମାନଙ୍କର ଏତେ ଶତ୍ରୁ ହୋଇଯାଆନ୍ତି ଏମାନଙ୍କ ଜୀବନରେ ବହୁତ ସମସ୍ୟା ଉପୁଜିଥାଏ । କିନ୍ତୁ କହିଦେଉଛୁ କି ସବୁ ବ୍ୟକ୍ତିଙ୍କୁ ଜୀବନରେ  କାହା ସହ କୌଣସି ଶତ୍ରୁତା ନ କରି ମିତ୍ର ଭଳି ବ୍ୟବହାର କରିବା ଉଚିତ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।