ଜାଣନ୍ତୁ କିପରି ତିଆରି କରାଯାଏ ବ୍ରତରେ ବ୍ୟବହୃତ ହେଉଥିବା ସାବୁଦାନା, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ଆମ ହିନ୍ଦୁ ଧର୍ମରେ ବ୍ରତ ପର୍ବ ଆଦିର ବହୁତ ମହତ୍ତ୍ଵ ରହିଥାଏ ଓ ଯେମିତି କି ଆମେ ସମସ୍ତେ ଜାଣିଛୁ କି ବ୍ରତ ସମୟରେ ଘରର ମହିଳାମାନେ କିଛି ବି ଖାଇ ନାହାନ୍ତି ବା କିଛି ବିଶେଷ ଖାଦ୍ୟ ପଦାର୍ଥ ଖାଇଥାନ୍ତି ଯେମିତି କି ଫଳ । ବ୍ରତରେ ଖିଆଯାଉଥିବା ଖାଦ୍ୟ ଭିତରେ ଗୋଟିଏ ଅଟେ ସାବୁଦାନା । ସେମିତି ତ ଆମେ ସାବୁଦାନାରେ ବହୁତ ସାରା ବ୍ୟଞ୍ଜନ ତିଆରି କରିଥାଉ ଓ ତାହା ବହୁତ ସ୍ଵାଦିଷ୍ଟ ମଧ୍ୟ ହୋଇଥାଏ କିନ୍ତୁ ଏହାକୁ ବିଶେଷ କରି ବ୍ରତ ସମୟରେ ଖିଆ ଯାଇଥାଏ ।

କଣ ଆପଣ ଜାଣିଛନ୍ତି ବ୍ରତ ସମୟରେ ଏହି ସାବୁଦାନାକୁ କିପରି ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କୁ କହିବୁ କି କେମିତି ବ୍ରତ ସମୟରେ ଏହି ସାବୁଦାନାକୁ ପ୍ରସ୍ତୁତ କରାଯାଏ ।

କେମିତି ତିଆରି କରାଯାଏ ସାବୁଦାନା

Image courtesy: Google

ଆପଣଙ୍କୁ ଜଣାଇ ଦେଉଛୁ ଧଳା ଗୋଲ ଗୋଲ ଦେଖାଯାଉଥିବା ଏହି ସାବୁଦାନ କୌଣସି ଗଛରେ ଫଳି ନଥାଏ ବରଂ ଏହାକୁ ଶ୍ୟାଗୋ ପାମ ନାମକ ଏକ ଗଛର କାଣ୍ଡର ରସରୁ ପ୍ରସ୍ତୁତ କରାଯାଏ । ଏହାକୁ ତିଆରି କରିବା ପାଇଁ ପ୍ରଥମେ ଏହି ଗଛର କାଣ୍ଡଗୁଡିକୁ ଏକାଠି କରାଯାଏ ଓ ଏହାର ରସକୁ ବ୍ୟବହାର କରି ସାବୁଦାନା ପ୍ରସ୍ତୁତିର ବିଧି ଆରମ୍ଭ କରାଯାଏ ।

ସାବୁଦାନା ପ୍ରସ୍ତୁତ କରିବା ପାଇଁ ଶ୍ୟାଗୋ ପାମ ର କାଣ୍ଡର ରସକୁ ବଡ ବଡ ଗାଡ କରି କିଛି ମାସ ପର୍ଯ୍ୟନ୍ତ ରଖାଯାଏ ଓ ସବୁଠୁ ଖାସ କଥା ହେଲା କି ଏହି ପ୍ରକ୍ରିୟା କୌଣସି ଫ୍ୟାକ୍ତ୍ରିରେ ନୁହେଁ ବରଂ ଖୋଲା ଆକାଶ ତଳେ କରା ଯାଇଥାଏ । ଏହା ପରେ ସବୁ ଦିନ ସେହି ଗାଡଗୁଡିକରେ ବହୁତ ମାତ୍ରାରେ ପାଣି ଢଳାଯାଏ ଯାହା ଦ୍ଵାରା ସେଥିରେ ଧଳା ରଙ୍ଗର ବହୁତ ସାରା ଦାନା ସୃଷ୍ଟି ହେବ ।

ଏହି ସବୁ ପ୍ରକ୍ରିୟା ପରେ କିଛି ଲୋକ ଏହାକୁ ସଫା ଓ ସୁନ୍ଦର କରିବା ପାଇଁ ମେସିନର ବ୍ୟବହାର କରିଥାନ୍ତି । ଏହି ପ୍ରକ୍ରିୟାକୁ ବହୁତ ଥର ରିପିଟ ମଧ୍ୟ କରାଯାଇଥାଏ ଯାହା ଦ୍ଵାରା ଆପଣଙ୍କୁ ଯେପରି ଦରକାର ତାହା ଆହୁରି ଭଲ ମିଳିପାରିବ ।

Image courtesy: Google

ଏହି ପ୍ରକ୍ରିୟା ପରେ ଷ୍ଟାର୍ଚ କୁ ଖରାରେ ଶୁଖାଯାଏ । ଏହି ପ୍ରକ୍ରିୟାକୁ ସେ ପର୍ଯ୍ୟନ୍ତ ରିପିଟ କରାଯାଏ ଯେପର୍ଯ୍ୟନ୍ତ ଏହା ଅଠାଳିଆ ନ ହୋଇଛି ଓ ତା ପରେ ମେସିନ ସାହାର୍ଯ୍ୟରେ ତାହାକୁ ଦାନାର ଆକାର ଦିଆଯାଏ । ଏହା ପରେ ତାହାକୁ ନଡିଆ ତେଲରେ ହାଲ୍କା ଭଜାଯାଏ ଓ ପରେ ପବନରେ ଶୁଖାଯାଏ । ଏହି ସବୁ ପ୍ରକ୍ରିୟା ପରେ ସାବୁଦାନା ଏକଦମ ସଫା ଧଳା ହୋଇଯାଇଥାଏ ଓ ତା ପରେ ଏହା ଆମ ପାଖକୁ ଆସିଥାଏ । ପୋଷ୍ଟଟି ସେଆର କରି ସମସ୍ତଙ୍କୁ ଜଣାନ୍ତୁ । ଆଗକୁ ଏମିତି ନୂଆ ନୂଆ ତଥ୍ୟ ବିଷୟରେ ଜାଣିବା ପାଇଁ ଓଡିଆ ଫାଷ୍ଟକୁ ଲାଇକ କରନ୍ତୁ ।