ସବୁବେଳେ ଏହି ଦୁଇ ରାଶିଙ୍କ ଉପରେ ଥାଏ ଭଗବାନ ଭୋଳାନାଥଙ୍କ କୃପା, ସବୁଠୁ ପ୍ରିୟ ରାଶି, ଯାହା ଚାହିଁଥାନ୍ତି ସବୁକିଛି ପାଇଥାନ୍ତି

ହିନ୍ଦୁ ଶାସ୍ତ୍ରାନୁସାରେ ଭଗବାନ୍ ଶିବ ଦୁନିଆର ସବୁଠୁ ଶକ୍ତିଶାଳୀ ଦେବତା ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ତାଙ୍କୁ ସୃଷ୍ଟି ରଚନାକାରୀ କୁହାଯାଏ ଓ ଦେବଙ୍କ ଦେବା ମହାଦେବ ମଧ୍ୟ କୁହାଯାଏ । ଏହି କାରଣରୁ ମହାଦେବ ଯଦି କେବେ କେଉଁ ଭକ୍ତ ଉପରେ ପ୍ରସନ୍ନ ହୁଅନ୍ତି ତେବେ ତାର ଦୁର୍ଭାଗ୍ୟକୁ ସୌଭାଗ୍ୟର ପରିବର୍ତ୍ତନ କରି ଦିଅନ୍ତି ।  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ରହିଛି ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ରାଶି ଅଲଗା ଅଲଗା ହୋଇଥାଏ ।

ଏହି ରାଶି ଗୁଡ଼ିକର ଗ୍ରହର ଚଳନ ଅନୁସାରେ ଆମ ଜୀବନ ଚାଲିଥାଏ । ଅର୍ଥାତ୍ ଆମ ଜୀବନରେ ଭଲ ମନ୍ଦ ଯାହା ବି ହୁଏ ତା ପଛରେ ଏହି ଗ୍ରହ ଗୁଡ଼ିକର ବଡ଼ ଭୂମିକା ରହିଛି । କିନ୍ତୁ ୨ଟି ରାଶି ଅଛନ୍ତି ଯାହାର ରକ୍ଷା ସ୍ଵୟଂ ଭଗବାନ୍ ଶିବ କରନ୍ତି ଓ ଏହାକୁ ଦୁନିଆର ସବୁଠୁ ଭାଗ୍ୟଶାଳୀ ରାଶି କୁହାଯାଏ । ଏହାର ଅର୍ଥ ନୁହେଁ କି ଅନ୍ୟ ରାଶି ଗୁଡ଼ିକୁ ଭଗବାନ୍ ଙ୍କ ଆଶୀର୍ବାଦ ମିଳେନାହିଁ । କିନ୍ତୁ ବିଶେଷରେ ଅନ୍ୟ ରାଶି ତୁଳନାରେ ଏହି ଦୁଇ ରାଶି ପ୍ରତି ହିଁ ଭଗବାନ୍ ଙ୍କ କୃପା ଟିକେ ଅଧିକ ରହିଥାଏ ।

ପ୍ରଥମଟି ହେଲା ତୁଳା ରାଶି । ଶୁକ୍ରଦେବ ଏହି ରାଶିର ସ୍ବାମୀ ଗ୍ରହ ଅଟନ୍ତି । ସେଥିପାଇଁ ଏହି ରାଶି ଉପରେ ଅନ୍ୟ କେଉଁ ରାଶିର ଖରାପ ପ୍ରଭାବ ପଡି ପାରେ ନାହିଁ । ଏହା ବାୟୁ ତତ୍ତ୍ଵର ରାଶି ହୋଇଥିବାରୁ ସବୁ ବିଷୟରେ ଉତ୍ତମ ସନ୍ତୁଳନ ରକ୍ଷା କରି ପାରନ୍ତି । ଏହି ରାଶି ଲୋକମାନେ ଖୁସିବାସି ଓ ମଜାଳିଆ ସ୍ୱଭାବର ହୋଇଥାନ୍ତି ।

ମିଳିମିଶି ରହିବା, ଅନ୍ୟକୁ ସାହାଯ୍ୟ କରିବା ଓ ଅନ୍ୟ ସହ ଉତ୍ତମ ବୁଝାମଣା ରକ୍ଷା କରିବା ଏମାନଙ୍କୁ ଭଲ ଭାବେ ଆସେ । ଏହି ରାଶି ର ଜାତକ ଥିବା ଲୋକମାନଙ୍କୁ ସବୁଠୁ ଶକ୍ତିଶାଳୀ ବୋଲି କୁହାଯାଏ । ସ୍ଵୟଂ ଭଗବାନ ଶିବ ତୁଳା ରାଶି ଜାତକ ଲୋକଙ୍କ ସାହାଯ୍ୟ କରିଥାନ୍ତି । ଏମାନଙ୍କ ସବୁ କାର୍ଯ୍ୟରେ ମହାଦେବଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଥାଏ ।

ଦ୍ୱିତୀୟଟି ହେଲା କୁମ୍ଭ ରାଶି । ଏହି ରାଶି ପ୍ରତି ଭଗବାନ୍ ଶିବ ଙ୍କ କୃପାଦୃଷ୍ଟି ସବୁବେଳେ ରହିଥାଏ । ସେଥିପାଇଁ ଏହି ରାଶି ଥିବା ଜାତକର ଲୋକଙ୍କ ପ୍ରତି କେବେ କେଉଁ ବଡ଼ ସମସ୍ୟା ଆସେ ନାହିଁ ଓ ଏମାନଙ୍କୁ ଜୀବନରେ ସବୁବେଳେ ଖୁସି ମିଳିଥାଏ । ନିଜ ଆତ୍ମୀୟ ସ୍ଵଜନଙ୍କୁ ମଧ୍ୟ ଏମାନେ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି ।

ଭଗବାନ ଶିବଙ୍କ ହସ୍ତ ଏମାନଙ୍କ ଉପରେ ଥିବାରୁ ଏମାନେ କେଉଁ କାର୍ଯ୍ୟରେ ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ସବୁ କାର୍ଯ୍ୟ ନିଜେ କରି ପାରନ୍ତି । ଏମାନେ ବହୁତ ସକାରାତ୍ମକ ଚିନ୍ତାଧାରାର ହୋଇଥାନ୍ତି । ଯେତେ ବଡ଼ ସମସ୍ୟା ଆସୁ ପଛେ ଏମାନେ ଧୈର୍ଯ୍ୟର ସହ ତାର ସାମନା କରି ପାରନ୍ତି । ଏମାନେ ମଧ୍ୟ ମେଳାପୀ ଓ ମଜାଳିଆ ସ୍ୱଭାବର ହୋଇଥାନ୍ତି । ଭଗବାନ ଶିବ ସବୁ ସମୟରେ ତାଙ୍କ ସାଥିରେ ରହି ତାଙ୍କୁ ରାସ୍ତା ଦେଖାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।