ସବୁ ସ୍ଵାମୀ ସ୍ତ୍ରୀଙ୍କୁ ନିଜ ଜୀବନରେ ରାମ ସୀତାଙ୍କର ଏହି କଥାକୁ ନିହାତି ମନେ ରଖିବା ଦରକାର, ଜୀବନ ହେବ ସୁଖମୟ

କରୋନା ଭାଇରସ ପାଇଁ ସାରା ଦେଶରେ ଲକଡାଉନ ଜାରି ହୋଇଛି । ଲୋକମାନେ ଘରେ ରହି ବହୁତ ବୋର ହେଉଛନ୍ତି । ସେମାନଙ୍କୁ ଖୁସି କରିବା ପାଇଁ ଦୂରଦର୍ଶନରେ ରାମାୟଣ ଧାରାବାହିକ ପ୍ରସାରିତ ହେଉଥିଲା । ବର୍ତ୍ତମାନ ଏହି ଧାରାବାହିକ ଟି ସରିଯାଇଛି । ଆମ ହିନ୍ଦୁ ଧର୍ମରେ ରାମାୟଣର ଖାସ ମହତ୍ଵ ରହିଛି । ରାମାୟଣ ଦେଖିବା ପରେ ବହୁତ ଲୋକଙ୍କୁ ଲାଗିଥାଏ କି ରାମ ସୀତା ଙ୍କର ବୈବାହିକ ଜୀବନରେ ଟିକେ ହେଲେ ବି ଖୁସି ନଥିଲା କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ ଅଟେ । ସେମାନେ ନିଜର କର୍ତବ୍ୟ ଏବଂ ଅଧିକାରକୁ ଠିକ ଭାବେ ତୁଲାଇଛନ୍ତି । ଏହି କାରଣ ପାଇଁ ରାମ ସୀତା ଙ୍କ ଠାରୁ ଆମର ବହୁତ କିଛି କଥା ଶିଖିବା ଦରକାର ଅଟେ ।

ସ୍ଵାମୀ ସ୍ତ୍ରୀ ଜଣେ ଅନ୍ୟର ସାଥ ଦେବା ଦରକାର

ରାମାୟଣରେ ରାମଙ୍କୁ ୧୪ ବର୍ଷ ବନବାସ ମିଳିଥିଲା । ସୀତା ନିଜର ପତି ଧର୍ମ ଏବଂ କର୍ତବ୍ୟ ପାଇଁ ନିଜ ସ୍ଵାମୀଙ୍କ ସହିତ ମଧ୍ୟ ବନବାସ ଚାଲିଯାଇ ଥିଲେ ଏବଂ ସେଠାରେ ସବୁ ପରିସ୍ଥିତିରେ ସୀତା ରାମଙ୍କ ସହିତ ଥିଲେ । ଏଥିରୁ ଆମେ ଶିଖିବା ଦରକାର କି ସବୁ ଦମ୍ପତି ମାନେ ଏକାଠି ରହିବା ଉଚିତ , ଏହାଦ୍ୱାରା ସେମାନଙ୍କର ସମ୍ପର୍କ ମଝବୁତ ହୋଇଥାଏ । ବିପଦ ଆସିବା ସମୟରେ ଯଦି ଜଣେ ଅନ୍ୟ ଜଣଙ୍କ ସହିତ ଥାଏ ତାହେଲେ ସେ ଅସୁବିଧା ବହୁତ ଶୀଘ୍ର ଦୂର ହୋଇଯାଇ ଥାଏ ।

ପଇସା ସବୁ କିଛି ହୋଇ ନଥାଏ

ମାତା ସୀତା ଜଣେ ରାଜକନ୍ୟା ହୋଇଥିଲେ ମଧ୍ୟ ସେ ନିଜର ସ୍ଵାମୀଙ୍କ ସହିତ ବନବାସ ଚାଲିଯାଇ ଥିଲେ ଏବଂ ତାଙ୍କ ସହିତ ସେହି ବଣରେ ରହିଥିଲେ । ଆଜିକାଲି ବିବାହ କରିବା ପୂର୍ବରୁ ଝିଅମାନେ ନିଜର ପାର୍ଟନରଙ୍କର ରୋଜଗାର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି କି ସେ କେତେ ରୋଜଗାର କରୁଛନ୍ତି । କିନ୍ତୁ ଏହା ଠିକ ନୁହେଁ । ଆପଣ ଏହା ଦେଖିବା ଦରକାର କି ସେ ଆପଣଙ୍କ ପରିବାରକୁ କେତେ ଭଲ ପାଉଛନ୍ତି ଏବଂ ଆପଣଙ୍କୁ ସେ କେତେ ସଂମ୍ମାନ ଦଉଛନ୍ତି । ସ୍ଵାମିର ଛୋଟ ଘର ଥାଉ କି ବଡ ଘର ଯଦି ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଭଲପାଇବା ଏବଂ ସଂମ୍ମାନ ଥାଏ ତାହେଲେ ତାଙ୍କର ବୈବାହିକ ଜୀବନ ଖୁସିରେ ଭରିଯାଇ ଥାଏ ।

ପତିବ୍ରତା ପତ୍ନୀବ୍ରତା

ରାବଣ ଯେତବେଳେ ସୀତାଙ୍କୁ ହରଣ କରି ନିଜ ସହିତ ନେଇ ଯାଇଥିଲା ସେତବେଳେ ସୀତା ନିଜର ପତ୍ନୀଧର୍ମ ପାଳନ କରୁଥିଲେ । ସେ ରାମଙ୍କୁ ମନେ ପକାଇ ସେଠାରେ ସମୟ କାଟୁଥିଲେ । ରାବର ଯେତେ କଷ୍ଟଦେଲା, ବୁଝାଇଲା ଏବଂ ଲୋଭ ଦେଖାଇବା ପରେ ବି ସେ ନିଜର ନିଷ୍ପତ୍ତି ବଦଳାଇ ନଥିଲେ । ରାମ ମଧ୍ୟ ଅଶ୍ଵମେଧ ଯଜ୍ଞରେ ସୀତାଙ୍କ ଅନୁପସ୍ଥିତିରେ ତାଙ୍କ ମୂର୍ତ୍ତିକୁ ନିଜ ପାଖରେ ରଖି ଯଜ୍ଞ କରୁଥିଲେ । ସୀତା ଚାଲିଯିବା ପରେ ବି ରାମ ନିଜର ପତିଧର୍ମ ପାଳନ କରି ଦିତୀୟ ବିବାହ ମଧ୍ୟ କରିନଥିଲେ । ସେମାନେ ଦୂରରେ ଥିଲେ ମଧ୍ୟ ସେମାନଙ୍କର ଭଲପାଇବା କେବେ ହେଲେ ବି କମିଯାଇ ନଥିଲା ।

ସ୍ତ୍ରୀ ର ସମ୍ମାନ ଏବଂ ସୁରକ୍ଷା ସବୁଠାରୁ ଆଗରେ

ରାବଣ ସୀତାଙ୍କୁ ହରଣ କରିବା ପରେ ସୀତା ଯେତିକି ବିଚଳିତ ଥିଲେ ରାମ ସେତିକି ବ୍ୟାକୁଳ ମଧ୍ୟ ଥିଲେ । ହନୁମାନ ଚାହିଁଥିଲେ ସୀତାଙ୍କୁ ସେଠାରୁ ନେଇ ଆସି ପାରିଥାନ୍ତେ କିନ୍ତୁ ରାମ ନିଜ ସ୍ତ୍ରୀଙ୍କ ସମ୍ମାନ ଏବଂ ସିତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ସେ ଯୁଦ୍ଧ କରିଥିଲେ । ସେହି ଯୁଦ୍ଧରେ ରାମଙ୍କ ହାତରେ ରାବଣର ବଦ୍ଧ ହୋଇଥିଲା ।

ସବୁ କିଛି ସ୍ତ୍ରୀଙ୍କ ଠାରୁ ଆଶା ରଖିବା

ରାମାୟଣରେ କୁହାଯାଇଛି କି ସ୍ତ୍ରୀ ଙ୍କ ଠାରୁ ସବୁ ଆଶା ରଖିବା ଏବଂ ସ୍ଵାମୀ ଙ୍କୁ ସବୁ ମର୍ଯ୍ୟାଦା ଏବଂ ନିୟମରୁ ମୁକ୍ତି ଦେବା ଠିକ କଥା ନୁହେଁ । ସ୍ଵାମୀ ସ୍ତ୍ରୀ ଙ୍କ ସମ୍ବନ୍ଧ ସେତେବେଳେ ସାର୍ଥକ ହୋଇଥାଏ ଯେତେବେଳେ ତାଙ୍କ ଭିତରେ ଥିବା ଭଲପାଇବା ସବୁବେଳେ ଦେଖିବାକୁ ମିଳିଥାଏ । ସେଥିପାଇଁ ସ୍ଵାମୀ ସ୍ତ୍ରୀ ଙ୍କୁ ଦୁଇଟି ଶରୀର ଏକ ପ୍ରାଣ ବୋଲି କୁହା ଯାଇଥାଏ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।