ପ୍ରତିଦିନ ଅଧ ରାତିରେ ଏହି ଚିତାବାଘ (leopard) ଗାଈ ପାଖକୁ ଆସୁଥିଲା, ଯେତେବେଳେ ସତ କଥା ସାମନାକୁ ଆସିଲା ଲୋକଙ୍କ ହୋସ ଉଡିଗଲା

ମମତାରେ କେତେ ଶକ୍ତି ରହିଛି ଏହି କଥା କେବଳ ଜଣେ ମା ହିଁ ବୁଝିପାରେ । ମା ଛୁଆ ପାଇଁ ନିଜ ଜୀବନକୁ ମଧ୍ୟ ଖାତିର କରେନାହିଁ । ଅନେକ ସମୟରେ ଏହି କଥା ମଣିଷ ମଧ୍ୟ ଭୁଲିଯାଏ । କିନ୍ତୁ ପଶୁମାନଙ୍କ ଉଦାରତା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଛେଳି ଟିଏ ମାଙ୍କଡକୁ ପାଳିଥିବା ଏବଂ ମାଙ୍କଡ ଟିଏ ମଣିଷ ଛୁଆକୁ ପାଳିଥିବା ପରି ଏମିତି କେତେ ଘଟଣା ଆପଣ ପୂର୍ବରୁ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଗାଈ ଏବଂ ଚିତାବାଘର ଏକ ସତ୍ୟ ଘଟଣା କହିବାକୁ ଯାଉଛୁ ।

କାହାଣୀ ହେଉଛି ୨୦୦୨ ଜୁନ ମାସର, ଗୁଜୁରାଟର ବଦୋଦରାର ଅଣ୍ଟୋଲି ନାମକ ଏକ ଛୋଟ ଗାଁ ର । ଗୁଜୁରାଟରେ ଚିତାବାଘଙ୍କ ସଂଖ୍ୟା ଅଧିକ । ସେଠାରେ ଅଧିକାଂଶ ଲୋକେ ଆଖୁଚାଷ କରନ୍ତି । ସେଥିପାଇଁ ଚିତାବାଘଙ୍କୁ ଆଖୁ କିଆରି ଭିତରେ ଲୁଚିବାକୁ ସୁବିଧା ହୁଏ । ସେହି ସମୟରେ ଅଣ୍ଟୋଲି ଗ୍ରାମରେ ଏକ ଚିତାବାଘ ଥିବା ଖବର ବ୍ୟାପୀ ଯାଇଥିଲା । ଚିତାବାଘଟି ପ୍ରାୟ ଛୋଟ ମୋଟ ଜୀବଜନ୍ତୁଙ୍କୁ ମା-ରି ଖାଉଥିଲା । ଦିନକୁ ଦିନ ତା ଆତଙ୍କ ବୃଦ୍ଧି ପାଇବାରୁ ସେଠାକାର ଲୋକେ ବନବିଭାଗକୁ ସୂଚନା ଦେଇଥିଲେ ।

ଆଉ ସୁଯୋଗ ଦେଖି ବନବିଭାଗ କର୍ମଚାରୀ ଆସି ଶି-କା-ର କରିବାକୁ ଚେଷ୍ଟା କରୁଥିବା ସମୟରେ ବାଘକୁ ଧରି ନେଇଥିଲେ ଓ ତାକୁ ନେଇ ନିକଟସ୍ଥ ଏକ ଘନ ଜଙ୍ଗଲରେ ଛାଡି ଦେଇଥିଲେ । ଏହାପରେ ଗ୍ରାମବାସୀ ଆରାମରେ ନିଃଶ୍ଵାସ ନେଇଥିଲେ । କିନ୍ତୁ ଏହାର ଠିକ ଏକ ମାସ ପରେ ପୁଣି ଥରେ ଚିତାବାଘକୁ ନେଇ ଅଭିଯୋଗ ଆସିବା ଆରମ୍ଭ ହୋଇ ଯାଇଥିଲା ।

ଗ୍ରାମବାସୀ ମାନେ ଧରାଯାଇ ଥିବା ମା ଚିତାବାଘର ଛୁଆକୁ ଦେଖିବା କଥା କହିଥିଲେ । ତେବେ ଚିତାବାଘକୁ ଧରିବା ପାଇଁ ଯେତେବେଳେ ବନବିଭାଗ ଅଧିକାରୀ ମାନେ ପୁଣି ଥରେ ସେହି ଗ୍ରାମରେ ପହଞ୍ଚିଥିଲେ ଗ୍ରାମବାସୀ ତାଙ୍କୁ ଏକ ଅଲଗା କାହାଣୀ ଶୁଣାଇଥିଲେ । ଯାହା ସେମାନେ ମଧ୍ୟ ବିଶ୍ବାସ କରିପାରି ନଥିଲେ । ସେହି ଗ୍ରାମର ଏକ ଅନୁସୂଚିତ ପରିବାର ଗାଁ ଠୁ କିଛି ଦୂରରେ ରହୁଥିଲେ । ତାଙ୍କର ଗୋଟିଏ ଗାଈ ଏବଂ ଦୁଇଟି ବଳଦ ଥିଲେ । ଘରର ଚାରିଆଡେ କେବଳ ଖୋଲା ଜମି ଥିଲା ।

ସେହି ଘରେ ରହୁଥିବା ୬୦ ବର୍ଷର ଜଣେ ବୃଦ୍ଧ ଦାବି କରୁଥିଲେ ଯେ ସବୁଦିନ ରାତିରେ ତାଙ୍କ ଗାଈକୁ ଦେଖିବାକୁ ଗୋଟେ ଚିତାବାଘ ଛୁଆ ଆସୁଛି । ଏକା ଶୁଣିବା ପରେ ଗ୍ରାମବାସୀ ଏବଂ ବନବିଭାଗ ଅଧିକାରୀ ରାତିରେ ଲୁଚି ଲୁଚି ଏହି ଘଟଣା ଦେଖିବାକୁ ଅପେକ୍ଷା କରିଥିଲେ । ଆଉ ସେମାନେ ଯାହା ଦେଖିଲେ ନିଜ ଆଖିକୁ ମଧ୍ୟ ବିଶ୍ବାସ କରିପାରି ନଥିଲେ ।

ଚିତାବାଘ ଛୁଆ ପ୍ରତ୍ଯେକ ଦିନ ରାତିରେ ଗାଈକୁ ଭେଟିବାକୁ ଆସୁଥିଲା ଓ ଗାଈ ମଧ୍ୟ ତାକୁ ମା ପରି ସ୍ନେହ କରୁଥିଲା । ଏପରିକି ଗାଈ ପାଖରୁ ବାଘଛୁଆ କ୍ଷୀର ମଧ୍ୟ ପିଉଥିଲା । ଏହି ଚମତ୍କାର ଦୃଶ୍ୟକୁ ଜଣେ ବନ ଅଧିକାରୀ କ୍ୟାମେରାରେ କଏଦ କରି ନେଇଥିଲେ । ଏହାପରେ ସେମାନେ ଅନେକ ଥର ବାଘ ଛୁଆକୁ ଧରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସବୁ ଥର ଅସଫଳ ରହିଥିଲେ । ଏହା ପରଠୁ ସେହି ବାଘକୁ ଆଉ କେବେ ମଧ୍ୟ ଦେଖିବାକୁ ମିଳି ନଥିଲା । ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।