Rohit Sharma ଓ ପାଣ୍ଡ୍ୟା ଉଡାଇଲେ କୋଲକାତାର ହୋସ, Russell କହିଲେ…

IPL ୨୦୨୦ର ପଞ୍ଚମ ମ୍ୟାଚ ଗତ କାଲି ଅର୍ଥାତ ୨୩ ସେପ୍ଟେମ୍ବର ଦିନ ମୁମ୍ବାଇ କୋଲକାତାର ଟିମ ମଧ୍ୟରେ ଆବୁଧାବୀର ଶେଖ ଜାୟେଦ ଷ୍ଟାଡିୟମରେ ଖେଳା ଯାଇ ଥିଲା । ଏହି ମ୍ୟାଚ ବହୁତ ରୋମାଞ୍ଚକ ଭରା ହୋଇଥିଲା । କିନ୍ତୁ ଷ୍ଟାଡିୟମରେ IPL ସିଜିନର ପ୍ରଥମ ମ୍ୟାଚ ମୁମ୍ବାଇ ଚେନ୍ନାଇ ମଝିରେ ଖେଳା ଯାଇ ଥିଲା । ଏମିତିରେ ମୁମ୍ବାଇ ଟିମ ପାଖରେ ଏହି ଷ୍ଟାଡିୟମକୁ ନେଇ କିଛି ଅନୁଭବ ଆଗରୁ ହିଁ ଥିଲା ।

ଯଦି ମ୍ୟାଚ ବିଷୟରେ କହିବା ତେବେ ଟଚ ଜିତି କୋଲକାତାର କ୍ୟାପଟେନ ଦିନେଶ କାର୍ତ୍ତିକ ପ୍ରଥମେ ବୋଲିଙ୍ଗ କରିବାର ନିଷ୍ପତି ନେଲେ । କିନ୍ତୁ ଏହି ନିଷ୍ପତି କେଉଁଠି ନା କେଉଁଠି ତାଙ୍କ ପାଇଁ ଭୁଲ ପ୍ରମାଣିତ ହେଲା ।

କାରଣ ମ୍ୟାଚରେ ରୋହିତ ଶର୍ମାଙ୍କ ଭୟଙ୍କର ବ୍ୟାଟିଙ୍ଗ ଦେଖିବାକୁ ମିଳିଲା । ମୁମ୍ବାଇ ନିଜର ପ୍ରଥମ ମ୍ୟାଚ ହାରି ସାରିଥିଲା ଏମିତିରେ ମୁମ୍ବାଇ ଏହି ମ୍ୟାଚକୁ ଜିତି ବିଜୟର ଯାତ୍ରା ଆରମ୍ଭ କରି ନେଇଛି । ମ୍ୟାଚରେ ମୁମ୍ବାଇର ପ୍ରଥମ ୱିକେଟ ବହୁତ ଜଲ୍ଦି ଚାଲି ଗଲା । ମୁମ୍ବାଇର ଡିକକ ମାତ୍ର ୩ଟି ବଳରେ ୧ ରନ କରି ଆଉଟ ହୋଇଗଲେ । ଏହା ପରେ ପଡିଆରେ ଅସଲ ଖେଳ ଆରମ୍ଭ ହେଲା । କହିବାକୁ ଗଲେ ଡିକକଙ୍କ ଆଉଟ ହେବା ରୋହିତ ଓ ସୂର୍ୟାକୁମାର ୟାଦବଙ୍କର ଭଲ ପାର୍ଟନରଶିପ ଦେଖିବାକୁ ମିଳିଲା ।

ଏମାନେ କଲିକତା ଟିମର ସବୁ ବୋଲରମାନଙ୍କୁ ମାରି ଛକା ଉଡାଇଲେ । ସୂର୍ୟାକୁମାର ୟାଦବ ୨୮ଟି ବଳରେ ୪୭ ରନ କରିଲେ । ସୂର୍ୟାକୁମାର ୟାଦବ ନିଜର ପାରିରେ ୬ଟି ଚଉକା ଓ ଗୋଟିଏ ଛକା ମାରିଛନ୍ତି । ଅନ୍ୟ ପଟେ ରୋହିତ ଶର୍ମା ମ୍ୟାଚରେ ଏକ ଅଲଗା ଅନ୍ଦାଜରେ ନଜର ଆସିଲେ । ରୋହିତ ଶର୍ମା ପ୍ରଥମେ ନିଜର ଅର୍ଦ୍ଧଶତକ ପୁରା କରିଲେ ।

ଏହା ମଧ୍ୟରେ ସୂର୍ୟାକୁମାର ୟାଦବ ଆଉଟ ହୋଇସାରିଥିଲେ । ଏମିତିରେ ସମସ୍ତେ ଚିନ୍ତା କରି ନେଇ ଥିଲେ କି ରୋହିତ ଶର୍ମା ଆଜି ନିଜର ଶତକ ପୁରା କରିବେ । ଏହା ପରେ ସୌରଭ ତିବାରୀ ବ୍ୟାଟିଙ୍ଗ କରିବାକୁ ଆସି ୧୩ଟି ବଳରେ ୨୧ ରନ କରିଲେ ଓ ସେ ଆଉଟ ହେବା ପରେ ହାର୍ଦିକ ପାଣ୍ଡ୍ୟା ଆସିଲେ । ହାର୍ଦିକ ବି ୧୩ଟି ବଳରେ ୧୮ ରନ କରି ନିଜର ପାରିକୁ ସମାପ୍ତ କରିଲେ ।

ଏହା ପରେ ରୋହିତ ଶର୍ମା ୫୪ଟି ବଳରେ ମୋଟ ୮୦ ରନ କରି ଆଉଟ ହୋଇଗଲେ । କହିବାକୁ ଗଲେ ଏହି ମ୍ୟାଚରେ ରୋହିତ ଶର୍ମା, ସୂର୍ୟାକୁମାର ୟାଦବ ଓ ହାର୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଙ୍ଗ ବହୁତ ପ୍ରଶଂସନୀୟ ଅଟେ । ଏହି ମ୍ୟାଚରେ ରୋହିତ ଶର୍ମା ନିଜର ବ୍ୟାଟିଙ୍ଗ ଦ୍ଵାରା ସମସ୍ତଙ୍କର ହୃଦୟ ଜିତି ନେଲେ । ଏହା ପରେ କାଳିକତାର ଟିମ ମାତ୍ର ୧୪୬ ରନ କରି ଏହି ମ୍ୟାଚକୁ ହାରି ଗଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।