ଆଇପିଏଲ ୨୦୨୦: ରୋହିତଙ୍କ ଟିମ VS କୋହଲିଙ୍କ ଟିମ, ଦେଖି କରି କୁହନ୍ତୁ କାହାର ସମ୍ଭାବିତ ୧୧ ହେଉଛନ୍ତି ଅଧିକ ଖତରନାକ

କ୍ରିକେଟ ଜଗତରେ ଏମିତି ବହୁତ ଖେଳାଳି ଅଛନ୍ତି ଯେଉଁମାନେ ଲୋକମାନଙ୍କର ମନ କିଣିନେଇଛନ୍ତି । ଭାରତର ଜାତୀୟ ଖେଳ ହକି ହୋଇଥିଲେ ମଧ୍ୟ ଖେଳ ପ୍ରେମୀମାନେ କ୍ରିକେଟକୁ ଅଧିକ ପସନ୍ଦ କରନ୍ତି । ଆସନ୍ତୁ ଆଜି ଜାଣିବା ଆଇପିଏଲ ର ଦୁଇଟି ଘାତକ ଟିମ ବିଷୟରେ । ନିଲାମି ପୂର୍ବରୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ଏକ ଘାତକ ଟିମ ଥିଲା । ସେମାନେ କିଛି ଖେଳାଳିଙ୍କୁ ରିଲିଜ କରି ନିଲାମିରେ କିଛି ଖେଳାଳିଙ୍କୁ କିଣି ଟିମ କୁ ଅଧିକ ମଝବୁତ କରିଥିଲେ । କିନ୍ତୁ ଏହି ଟିମ ନିଲାମି ପୂର୍ବରୁ ଆରମ୍ଭରୁ ୧୧ ଜଣ ମଝବୁତ ଖେଳାଳି ବନେଇବାରେ ସକ୍ଷମ ଥିଲା ।

ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ପଦର୍ଶନ ପୂର୍ବବର୍ଷ ବହୁତ ନିରାଶ ଜନକ ଥିଲା । ସେମାନଙ୍କ ଟିମରେ କିଛିଟା ବଡ ପରିବର୍ତ୍ତନର ଆବଶ୍ୟକତା ଥିଲା । ନିଲାମିରେ ସେମାନେ କିଛି ବଡ ଖେଳାଳିଙ୍କୁ କିଣିଛନ୍ତି । ଯାହାଫଳରେ RCB ଟିମ ଅଧିକ ଅଧିକ ମଝବୁତ ନଜର ଆସୁଛି ।

ଆଜି ଆମେ ଆପଣଙ୍କୁ RCB ଓ ମୁମ୍ବାଇ ଇଣ୍ଡିଆନ୍ସ ର ୧୧ ଜଣ ଖେଳାଳିଙ୍କୁ ଦେଖାଇବାକୁ ଯାଉଛୁ । ଯାହାକୁ ଦେଖି ଆପଣ ନେ ଜାଣିପାରିବେ କି କେଉଁ ଟିମ ଅଧିକ ଶକ୍ତିଶାଳୀ, ଆସନ୍ତୁ ଜାଣିବା ଏହି ଲିଷ୍ଟ ବିଷୟରେ ।

ମୁମ୍ବାଇ ଇଣ୍ଡିଆନ୍ସ ର ସମ୍ଭାବିତ ୧୧ ଜଣ ଖେଳାଳି


ରୋହି ଶର୍ମା, କ୍ରିସ ଲୀନ, ସୂର୍ଯ୍ୟ କୁମାର ୟାଦବ, ଇଶାନ କିଶନ, ହାର୍ଦିକ ପାଣ୍ଡ୍ୟା, କିରୋନ ପୋଲାର୍ଡ, କୁନାଲ ପାଣ୍ଡ୍ୟା, ରାହୁଲ ଚାହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରିତ ବୁମରାହ ଓ ଲସିଥ ମଲିଙ୍ଗା

ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ର ସମ୍ଭାବିତ ୧୧ ଜଣ ଖେଳାଳି

ପାର୍ଥିବ ପଟେଲ, ଆରୋନ ଫିଞ୍ଚ, ବିରାଟ କୋହଲି, ଏବୀ ଡିବିଲିୟର୍ସ, ଶିବମ ଦୁବେ, ମୋଇନ ଅଲି, ୱାଶିଂଟନ ସୁନ୍ଦର, ଡେଲ ସ୍ଟେନ, ଉମେଶ ୟାଦବ, ନବଦୀପ ସୈନୀ ଓ ୟୁଜବେନ୍ଦ୍ର ଚହଲ ।