ରୋଗୀ ସ୍ଵାମୀକୁ ଦେଖିବା ପାଇଁ ୫୦ କିମି ସାଇକେଲ ଚଲାଇ କ୍ଷୀର ଖାଉଥିବା ପିଲା ସହିତ ପହଞ୍ଚିଲା ସୁକୁରମୁନୀ, ଆଉ ତା ପରେ

କରୋନାକୁ ନେଇ ଗୋଟିଏ ପଟେ ସମଗ୍ର ଦେଶରେ ସବୁ ବନ୍ଦ ଅଛି । ଯାନ ବାହନ ଚଳାଚଳ ବନ୍ଦ ଅଛି ,ଯେଉଁଥି ପାଇଁ ରାସ୍ତା ସୁନସାନ ହୋଇ ପଡିଛି । ଏହି ପରିସ୍ଥିତିରେ ଗୁରୁବାର ଦିନ ନିଜର ବେମାର ଥିବା ସ୍ଵାମୀ ସହିତ ଦେଖା କରିବା ପାଇଁ ସୋନୁବା ର ମହୁଲଡ଼ିହା ଗାଁ ର ସୁକୁରମୁନୀ କଣ୍ଡେଇବୁରୁ ନିଜର କ୍ଷୀର ଖାଉଥିବା ପିଲାକୁ ନେଇ ସାଇକେଲ ରେ ହିଁ ଚାଇବାସା ମୁଫ୍ଫସିଲ ଥାନାର ପାସାହାତୁ ଗାଁ କୁ ଯିବା ପାଇଁ ବାହାରି ପଡିଥିଲେ । ସେ ସକାଳ ୬ଟା ରୁ ନିଜର ଛୋଟ ପିଲାଟିକୁ କୋଳରେ ନେଇ ସାଇକେଲ ରେ ବାହାରି ୧୧.୩୦ଟା ରେ ନିଜ ଘରେ ପହଞ୍ଚିଲେ ।

ସେ ପ୍ରାୟ ୫୦କିମି ଯାତ୍ରା କରିଥିଲେ । ସେ କହିଛନ୍ତି କି ସେ ଲକଡାଉନ ପୂର୍ବରୁ ପିଲାକୁ ନେଇ ନିଜ ମାଆ ଙ୍କ ପାଖକୁ ସୋନୁବା ଥାନା ଅନ୍ତର୍ଗତ ମହୁଲଡ଼ିହା ଗାଁ କୁ ଯାଇଥିଲେ । ଲକଡାଉନ ହେବା କାରଣରୁ ଯାନ ବାହନ ବନ୍ଦ ହୋଇଯିବା କାରଣରୁ ସେ ନିଜ ଘରକୁ ଆସି ପାରୁ ନଥିଲେ । ଗୁରୁବାର ଦିନ ତାଙ୍କୁ ବସୁଡା କଣ୍ଡେଇବୁରୁ ନିଜ ସ୍ଵାମୀଙ୍କର ବେମାର ହେବା ଖବର ମିଳିବା ପରେ ସେ ନିଜକୁ ଅଟକାଇ ପାରିଲେ ନାହିଁ ଓ ବାପ ଘରୁ ସାଇକେଲ ନେଇ ବାହାରି ପଡିଲେ ।