ଆଜି ଆମେ ଏକ ଏଭଳି ଖେଳାଳିଙ୍କ ବିଷୟରେ କହିବୁ ଜିଏକି ନିଜର ପ୍ରଥମ ମ୍ୟାଚରେ ୮୬ ରନ କରି ଅନ୍ତ ରାଷ୍ଟ୍ରୀୟ କ୍ଯାରିୟର ଆରମ୍ଭ କରି ଥିଲେ । ସେହି ଖେଳାଳିଙ୍କ ନାମ ହେଲା ରୋବିନ ଉଥପ୍ପା । ଭାରତ ଯେବେ ୨୦୦୭ ରେ ଟି ଟୋନ୍ଟି ବିଶ୍ଵକପ ଜିତି ଥିଲା ସେବେ ରୋବିନ ଉଥପ୍ପା ଭାରତୀୟ କ୍ରିକେଟ ଟିମର ଏକ ମୁଖ୍ୟ ଖେଳାଳି ଥିଲେ । କିନ୍ତୁ ସମୟ କ୍ରମେ ଭଲ ନ ଖେଳିବାରୁ ତାଙ୍କୁ ଭାରତୀୟ କ୍ରିକେଟ ଟିମରୁ ବାହାରି ବାକୁ ପଡିଲା । ଯଦିଓ ବର୍ତ୍ତମାନ ସେ ଭାରତ ପାଇଁ ଖେଳୁ ନାହାନ୍ତି, କିନ୍ତୁ ପ୍ରତ୍ୟକ ବର୍ଷ ସେ ନିଜର ଦକ୍ଷତା IPL ରେ ଦେଖାଉ ଛନ୍ତି ।
ଆଜି ଆମେ ତାଙ୍କ ପତ୍ନୀଙ୍କ ବିଷୟରେ ଆଲୋଚନା କରିବା ଯିଏ ଦେଖିବାକୁ କୌଣସି ହିରୋଇନଙ୍କଠୁ କମ ନୁହନ୍ତି ।
ରୋବିନ ଉଥପ୍ପାଙ୍କ ସ୍ତ୍ରୀ-
ମାର୍ଚ ୨୦୧୬ରେ ରୋବିନ ବିବାହ କରିଥିଲେ, ତାଙ୍କ ସ୍ତ୍ରୀଙ୍କର ନାମ ଶୀତଲ ଗୌତମ, ଯିଏକି ଦେଖିବାକୁ ବହୁତ ସୁନ୍ଦର । ବିବାହ ଆଗରୁ ଦୁହେଁ ଦୁଇଜଣଙ୍କୁ ଭଲଭାବରେ ଜାଣିଥିଲେ ବ ଭଲ ସାଙ୍ଗ ଥିଲେ, ଧୀରେ ଧୀରେ ତାହା ପ୍ରେମରେ ପରିବର୍ତ୍ତନ ହେଲା ଓ ସେମାନେ କିଛିବର୍ଷ ଡେଟିଂ କରିବା ପରେ ବିବାହ କରିଛନ୍ତି ।
ଉଥପ୍ପାଙ୍କ ପତ୍ନୀ ସବୁ ପରିସ୍ଥିରେ ଦେଇଥାନ୍ତି ତାଙ୍କ ସାଥ-
ରୋବିନ ତାଙ୍କ କ୍ରିକେଟ କ୍ୟାରିୟରେ ବହୁତ ସଂଘର୍ଷ କରିଛନ୍ତି, ଭଲ ଓ ଖରାପ ସମୟ ସମସ୍ତଙ୍କର ଆସେ, ସେମିତି ଉଥପ୍ପାଙ୍କର ମଧ୍ୟ ଆସି ଥିଲା ଯେବେ ସେ କ୍ରିକେଟ ଟିମରୁ ବାହାରିଥିଲେ । କିଣୁତ ତାଙ୍କ ପତ୍ନୀ ତାଙ୍କ ସାଥ କେବେବି ଛାଡି ନାହାନ୍ତି ।
IPL ସମୟରେ ମଧ୍ୟ ତାଙ୍କ ପତ୍ନୀ ଷ୍ଟାଡିୟମରେ ତାଙ୍କ ଉତ୍ସାହ ବଢାଇବାର ବହୁତ ଥର ଦେଖା ଯାଇଛି । ସେ ବର୍ତ୍ତମାନ ଗୋଟେ ଛୁଆର ବାପା ମଧ୍ୟ ହୋଇ ସାରିଲେଣି, ଗତ ବର୍ଷ ତାଙ୍କ ସ୍ତ୍ରୀ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଛୁଆଟିକୁ ଜନ୍ମ ଦେଇ ଥିଲେ । ସେ ତାଙ୍କ ସ୍ତ୍ରୀ ଓ ପିଲା ସହ ଏକ ଫୋଟୋ ତାଙ୍କ ଟ୍ଵିଟର ଆକାଉଣ୍ଟରେ ଶେୟାର କରି ଥିଲେ ।
IPLରେ ରୋବିନ କୋଲକାତା ନାଇଟରାଇଡ଼ର୍ସ ପାଇଁ ଖେଳନ୍ତି । କେତେ ଥର ତାଙ୍କର ଭଲ ପଦର୍ଶନ ପାଇଁ କୋଲକାତାକୁ ସଫଳତା ମଧ୍ୟ ମିଳିଛି । ବର୍ତ୍ତମାନ ସେ ଭାରତୀୟ କ୍ରିକେଟ ଟିମକୁ ଫେରିବା ପାଇନ୍ନ ବହୁତ ପରିଶ୍ରମ କରୁ ଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।