ବଲିଉଡରୁ ପାଇଁ ବଡ ଦୁଃଖ ଖବର, ଅନ୍ତିମ ସଂସ୍କାରରେ ଭାବୁକ ହେଲେ ରିତିକ, ଭଉଣୀ ସୁନୈନା ବି ବହୁତ କାନ୍ଦିଲେ, ଅମିତାଭଙ୍କ ସହିତ ଆସିଲେ ଅନେକ ଷ୍ଟାର

ପୂର୍ବ ବୈଦେଶିକ ମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ସୁଷମା ସ୍ୱରାଜଙ୍କ ନିଧନର ଖବର ପରେ ବର୍ତ୍ତମାନ ବଲିଉଡରୁ ବି ଏକ ଦୁଃଖଦ ଖବର ଆସୁଛି । ସୂଚନା ଅନୁସାରେ ରିତିକ ରୋଶନଙ୍କର ଅଜା ଓ ଜଣା ଶୁଣା ଫିଲ୍ମ ମେକର୍ସ ଜେ ଓମ ପ୍ରକାଶଙ୍କର ୭ ଅଗଷ୍ଟ ସକାଳ ୮ ଟା ସମୟରେ ୯୨ ବର୍ଷ ବୟସରେ ନିଧନ ହୋଇଯାଇଛି । ଏହି କଥାର ସୂଚନା ପ୍ରଥମେ ଅଭିନେତା ଦୀପକ ପରିଶର ଦେଲେ ।

ସେ ଟ୍ୱୀଟ କରି କହିଲେ କି “ମୋର ଅଙ୍କଲ ମିଷ୍ଟର ଜେ ଓମ ପ୍ରକାଶ ଏକ ଘଣ୍ଟା ପୂର୍ବରୁ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ଏହି କଥାରେ ମୁଁ ବହୁତ ଦୁଃଖିତ ଅଛି ।“

ଜେ ଓମ ପ୍ରକାଶଙ୍କର ଅନ୍ତିମ ସଂସ୍କାର ମୁମ୍ବାଇର ବିଲେ ପାର୍ଲେର ପବନ ହଂସରେ ଦ୍ଵିପହର ୧୨.୩୦ରେ ହୋଇଛି । ଏହି ଅନ୍ତିମ ସଂସ୍କାରରେ ବହୁତ ବଡ ବଡ ହସ୍ତିମାନେ ଯେମିତି କି ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ଜିତେନ୍ଦ୍ର ଇତ୍ୟାଦି ସାମିଲ ହୋଇଥିଲେ । ସୂଚନା ଅନୁସାରେ ରିତିକ ନିଜ ଅଜାଙ୍କର ବହୁତ ନିକଟତ୍ତର ଥିଲେ । ସେ ତାଙ୍କୁ ଡେଡା କହି ଡାକୁଥିଲେ ।

ଯେତେବେଳେ ବି ରିତିକ ବିଦେଶ ଯାଉଥିଲେ ନିଜ ଅଜାଙ୍କ ପାଇଁ କିଛି ନା କିଛି ଉପହାର ନିଶ୍ଚିତ ଆଣୁଥିଲେ । ଜେ ଓମ ପ୍ରକାଶଙ୍କ ଜ୍ଵାଇଁ ରାକେଶ ରୋଶନ ବି ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରିତିକଙ୍କର ପୂର୍ବ ପତ୍ନୀ ସୁଜୈନ ଖାନ ବି ଏଠାରେ ନଜର ଆସିଥିଲେ ।

ଅମିତାଭ ବଚ୍ଚନ ଓମ ପ୍ରକାଶଙ୍କର ନିଧନ ଉପରେ ଶୋକ ବ୍ୟକ୍ତ କରିଲେ । ସେ ଟ୍ଵିଟ କରି ଲେଖିଲେ କି “ଜେ ଓମ ପ୍ରକାଶ ଜଣେ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ନିର୍ମାତା ଆଜି ସକାଳେ ଚାଲିଗଲେ । ସେ ଜଣେ ଭଲ ବିନମ୍ର ମଣିଷ, ମୋର ପଡୋଶୀ ଓ ରିତିକଙ୍କର ଅଜା ଥିଲେ । ମୁଁ ବହୁତ ଦୁଃଖିତ ଅଛି । ତାଙ୍କ ଆତ୍ମାର ଶାନ୍ତି ପାଇଁ ମୁଁ ପ୍ରାର୍ଥନା କରୁଛି ।“

ଶବ ଯାତ୍ରା ସମୟରେ ରାକେଶ ରୋଶନ ନିଜ ଶଶୁରଙ୍କର ଅର୍ଥୀକୁ କାନ୍ଧ ଦେଇଥିଲେ । ଅନ୍ୟ ପଟେ ରିତିକ ମାଠିଆ ଧରି ଅର୍ଥୀର ଆଗରେ ଚାଲୁଥିଲେ । ଏହି ସମୟରେ ରିତିକଙ୍କର ଭଉଣୀ ସୁନୈନା ବି ବହୁତ କାନ୍ଦୁଥିଲେ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।