Rishabh Pantଙ୍କ ଜୀବନ ବଞ୍ଚାଇଥିଲେ ଏବେ ପୁରସ୍କୃତ ହେଲେ Driver & Conductor, ଦେଖନ୍ତୁ କଣ ମିଳିଲା ଉପହାରରେ

ନମସ୍କାର ବନ୍ଧୁଗଣ, ରିଷଭ ପନ୍ତଙ୍କ ଦୁର୍ଘଟଣା କିଏ ବା ଭୁଲିଥିବ । ଡିସେମ୍ବର 30 ର କାଳରାତି ପୁରା କ୍ରିକେଟ ଜଗତକୁ ଚମକାଇ ଦେଇଥିଲା । ଏକ ବଡ ଅଘଟଣରୁ ରିଷଭ ବଞ୍ଚି ଯାଇଥିଲେ ବି ସେହି ରାତିକୁ କେହି କେବେ ଭୁଲିପାରିବେ ନାହିଁ । ସେହିଦିନ ଘଟିଥିବା ଦୁର୍ଘଟଣାକୁ ଚାରି ଅଜଣା ବ୍ୟକ୍ତି ଦୁରାଇ ଦେଇଥିଲେ ବା ତାଙ୍କୁ ଆଉ ଏକ ଜୀବନ ଦେଇଥିଲେ କହିଲେ ଭୁଲ ହେବ ନାହିଁ । ତେବେ ସେହି ଚାରି ଜଣ ଏବେ ପୁରସ୍କୃତ ହୋଇଛନ୍ତି । ଏନେଇ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

ଉତ୍ତରାଖଣ୍ଡରେ ଆୟୋଜିତ ହୋଇଥିବା ସାଧାରଣତନ୍ତ୍ର ଦିବସ ଅବସରରେ ସେହି ଚାରି ଜଣଙ୍କୁ ମଞ୍ଚ ଉପରେ ସମ୍ମାନିତ କରାଯାଇଥିଲା । ହରିୟାନାର ରୋଡ ବେଜର ଡ୍ରାଇଭର ସୁଶୀଲ କୁମାର କଣ୍ଡକଟର ପରମଜିତ ଓ ଦୁର୍ଘଟଣା ସ୍ଥଳ ପାଖରେ ଥିବା ଚିନି କାରଖାନାରେ କାମ କରୁଥିବା ରଜତ ଓ ନିଶୁଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମତ୍ରୀ ପୁଷ୍କର ସିଙ୍ଘାମୀ । ସୁଶୀଲଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ଏବଂ ପରମଜିତଙ୍କ ସ୍ଥାନରେ ତାଙ୍କ ବାପା ସମାରୋହରେ ପହଞ୍ଚି ପୁରସ୍କାର ଗ୍ରହଣ କରିଛନ୍ତି ।

ଏହି ସମାରୋହରେ ଉତ୍ତରାଖଣ୍ଡର ରାଜ୍ୟପାଳ ଗୁରମିତ ସିଂ, ମୁଖ୍ୟମତ୍ରୀ ପୁଷ୍କର ସିଙ୍ଘାମୀ ଏବଂ ପୋଲିସ ଡିଜି ଅଶୋକ କୁମାର ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନିଜ ହାତରେ ସେମାନଙ୍କୁ ପୁରସ୍କାର ଦେବା ସହ ସମ୍ବୋର୍ଦ୍ଧନ ଜଣାଇଥିଲେ । ଡିସେମ୍ବର 30 ତାରିଖ ରାତିରେ ଉତ୍ତରାଖଣ୍ଡରା ଗୁରୁକୁଲ ନାରସନ ଏରେଜ 58ରେ ରିଷଭଙ୍କ ଦୁର୍ଘଟଣା ହୋଇଥିଲା । ସେ ତାଙ୍କ ମାଙ୍କୁ ଭେଟିବା ପାଇଁ ରୁର୍କୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତାଙ୍କ କାର ଭାରସାମ୍ୟ ହାରାଇ ଡିଭାଇଡ଼ର ଉପରକୁ ଚଢି ଓଲଟି ପଡିଥିଲା । ଆଉ ଗାଡିରେ ଭୟଙ୍କର ନିଆଁ ଲାଗି ଯାଇଥିଲା ।

ରିଷଭ ସଂଘର୍ଷ କରି ଗାଡି ଭିତରୁ ବାହାରି ଆସିଥିଲେ । ସେହି ସମୟରେ ରାସ୍ତାରେ ଯାଉଥିବା ଡ୍ରାଇଭର ସୁଶୀଲ କୁମାର ଆଉ କଣ୍ଡକ୍ଟର ପରମଜିତ ଏବଂ ରଜତ ଓ ନିଶୁ ରିଷଭଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ନିଆଁରେ କପଡା ଜାଲିଯାଇଥିବା ହେତୁ ରଜତ ଓ ନିଶୁ ତାଙ୍କୁ କମ୍ବଳ ଘୋଡାଇବା ସହ ଜାକେଟ ଦେଇଥିଲେ । ଏହି ଦୁର୍ଘଟଣାରେ ରିଷଭ ପନ୍ତଙ୍କ ମୁଣ୍ଡ ଏବଂ  ଗୋଡରେ ଆଘାତ ଲାଗିଥିଲା ।

ତାଙ୍କ ଲିଗାମେଣ୍ଟ ଫାଟି ଯାଇଥିଲା ଏବଂ ଶରୀରରେ ଅନେକ ଗଭୀର ଆଘାତ ଲାଗିଥିଲା । ଏହାର ଚିକିତ୍ସା ପାଇଁ ତାଙ୍କୁ ଡେରାଡୁନରୁ ମୁମ୍ବାଇରା ହସ୍ପିଟାଲକୁ ସ୍ତାନନ୍ତରଣ କରାଯାଇଥିଲା । ଏବଂ ତାଙ୍କ ଲିଗାମେଣ୍ଟର ଅସ୍ତ୍ରୋପଚାର କରାଯାଇଥିଲା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।