ରିଟାୟରମେଣ୍ଟକୁ ନେଇ ରୈନା ଦେଲେ ବଡ ବୟାନ, କହିଲେ କାହିଁକି ଅଚାନକ କ୍ରିକେଟକୁ କହିଲେ ଅଲବିଦା

ଭାରତୀୟ ଟିମର ପୂର୍ବ ବ୍ୟାଟ୍ସମ୍ୟାନ ଓ ଭଲ ଖେଳାଳିମାନଙ୍କ ମଧ୍ୟରେ ସାମିଲ ଥିବା ସୁରେଶ ରୈନା ଶନିବାର ଦିନ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କରିଦେଇଛନ୍ତି । ସୁରେଶ ରୈନା ପୂର୍ବ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବାର ଠିକ ୧୫ ମିନିଟ ପରେ ଏହିଭଳି ଘୋଷଣା କରିଛନ୍ତି । ସୁରେଶ ରେଇନା ରବିବାରକୁ କହିଲେ କି ସେ ‘ଏମିତି କୌଣସି ଜିନିଷ ପାଇଁ ଅଟକିବାକୁ ଚାହୁନ୍ନାଥିଲେ, ଯାହା ଉଚିତ ନଥିଲା’। କିନ୍ତୁ ଅନ୍ୟ ପଟେ ୩୩ ବର୍ଷ ବୟସରେ ସୁରେଶ ରୈନାଙ୍କ ସନ୍ୟାସ ନେବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ସୁରେଶ ରୈନା ନିଜର କ୍ରିକେଟ ଯାତ୍ରା ବିଷୟରେ କହିଲେ

ସୁରେଶ ରୈନା କହିଲେ କି କ୍ରିକେଟ ତାଙ୍କର ରକ୍ତରେ ଅଛି । ସେ ଏକ ବୟାନରେ କହିଲେ କି, ଭାରତୀୟ ଟିମରେ ସ୍ଥାନ ନିର୍ଧାରିତ କରିବା ପୂର୍ବରୁ ବହୁତ କମ ବୟସରେ ମୁଁ ନିଜର ଛୋଟ ସହରର ଗଳି ଓ ରାସ୍ତାରେ କ୍ରିକେଟ ଖେଳୁ ଥିଲି । ସେ ଆଗକୁ କହିଲେ କି ମୁଁ କେବଳ କ୍ରିକେଟ ବିଷୟରେ ଜାଣିଛି । ଏମିତି ଗୋଟିଏ ଦିନ ନାହିଁ ଯେତେବେଳେ ମୋତେ ଭଗବାନଙ୍କ ଆଶୀର୍ବାଦ ଓ ଲୋକମାନଙ୍କ ଭଲ ପାଇବା ମିଳି ନାହିଁ ।‘

ଭାରତ ପାଇଁ ୨୨୬ଟି ଏକଦିବସୀୟ, ୭୮ଟି ଟି – ୨୦ ଅନ୍ତରାଷ୍ଟ୍ରୀୟ ଓ ୧୮ଟି ଟେସ୍ଟ ଖେଳିଥିବା ରୈନା କହିଲେ କି ସେ କେବେ ବି ନିଜର ଆଘାତକୁ ନିଜର ଭାଗ୍ୟକୁ ନିର୍ଧାରିତ କରିବା ପାଇଁ ଦେଇ ନାହାନ୍ତି । ଦୁନିଆର ସର୍ବଶ୍ରେଷ୍ଠ ଫୀଲ୍ଡରମାନଙ୍କ ମଧ୍ୟରେ ସାମିଲ ଥିବା ରୈନା ଆଗକୁ କହିଲେ କି ମୋର କେତେ ଥର ସର୍ଜରୀ ହୋଇଛି, ଆଘାତ ଲାଗିଛି କିନ୍ତୁ ମୁଁ ଏହି ସବୁ ଜିନଷ ପାଇଁ କେବେ ବି ଅଟକିଯିବାକୁ ଚାହୁଁ ନ ଥିଲି ।

ରୈନା ନିଜର ଏହି ପୋସ୍ଟରେ ନିଜର ପରିବାର, କୋଚ, ଚିକିତ୍ସକ, ଟିମ ସାଥି ଓ ନିଜର ପ୍ରଶଂସକଙ୍କ ଠାରୁ ମିଳିଥିବା ଭଲ ପାଇବା ଓ ସମର୍ଥନର ଧନ୍ୟବାଦ ଦେଇଛନ୍ତି । ସେ କହିଲେ କି ଏହା ଏକ ଅବିଶ୍ୱସନୀୟ ଯାତ୍ରା ଅଟେ ଓ ଏହା ସବୁ ତାଙ୍କ ବିନା ସମ୍ଭବ ହୋଇ ପାରି ନ ଥାନ୍ତା । ସେ ନିଜର ପରିବାରକୁ ବି ଧନ୍ୟବାଦ କରିଛନ୍ତି ।

ସେ ଆଗକୁ କହିଲେ କି ମୁଁ ନିଜକୁ ବହୁତ ଭାଗ୍ୟଶାଳୀ ମାନୁଛି କି ରାହୁଲ ଭାଇ (ଦ୍ରାବିଡ), ଅନିଲ ଭାଇ (କୁଂବଲେ), ସଚିନ ପାଜୀ (ତେନ୍ଦୁଲକର), ଚୀକୁ (ବିରାଟ କୋହଲୀ) ଓ ଖାସକରି ମହେନ୍ଦ୍ର ସିଂହ ଧୋନୀଙ୍କ ରୂପରେ ଜଣେ ବନ୍ଧୁ ଓ ମେଂଟର ରୂପରେ ମାର୍ଗଦର୍ଶନ ମିଳିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।