ଏହି ଘଟଣାକୁ ନେଇ Republic TVର ଏଡିଟର ଅର୍ନବ ଗୋସ୍ଵାମୀକୁ ଆରେଷ୍ଟ କଲା ମୁମ୍ବାଇ ପୋଲିସ

ରିପବ୍ଲିକ ଟିଭିର ଏଡିଟର – ଇନ – ଚୀଫ ଅର୍ନବ ଗୋସ୍ୱାମୀଙ୍କୁ ୫୩ ବର୍ଷର ଜଣେ ଇଂଟୀରିୟର ଡିଜାଇନର ଓ ତାଙ୍କର ମାଙ୍କର ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ବୁଧବାର ଦିନ ସକାଳେ ତାଙ୍କ ଘରୁ ଗିରଫ୍ତାର କରିଛି । କିନ୍ତୁ ରିପବ୍ଲିକ ଟିଭି ନ୍ୟୁଜ ଚ୍ୟାନେଲର କହିବା ଅଟେ କି ଅର୍ନବକୁ ସେହି ମାମଲାରେ ଗିରଫ୍ତାର କରାଯାଇଛି ଯେଉଁ କେସ ବହୁତ ଦିନ ହେବ ବନ୍ଦ ପଡିରହିଥିଲା । ପୁଲିସର ମହାନିରୀକ୍ଷକ (କୋଂକଣ ରେଂଜ) ସଂଜୟ ମୋହିତେ ପୁଷ୍ଟି କରିଛନ୍ତି କି ଅର୍ନବ ଗୋସ୍ୱାମୀଙ୍କୁ ରାୟଗଢ଼ ପୋଲିସ ଗିରଫ୍ତାର କରିଛି ।

କିନ୍ତୁ ସେ ଏହି ମାମଲାରେ ଅଧିକ ସୂଚନା ଦେବା ପାଇଁ ମନା କରି ଦେଲେ । ଅର୍ନବଙ୍କୁ ଅଲୀବାଗ ପୁଲିସ ସ୍ଟେଶନ ନିଆ ଯାଇଛି ଓ କିଛି ସମୟ ପରେ ସ୍ଥାନୀୟ ଅଦାଲତସମକ୍ଷରେ ପେଶ କରାଯିବ ।

ମିଳିଥିବା ସୂଚନା ଅନୁସାରେ ଡିଜାଇନର ଅନ୍ୱୟ ନାଇକ ଓ ତାଙ୍କର ମା କୁମୁଦ ନାଇକଙ୍କ କଥିତ ଆତ୍ମହତ୍ୟା ମାମଲାରେ ତାଙ୍କୁ ଉକସାଇ ଥିବା ଆରୋପରେ ଆଇପିସିର ଧାରା ୩୦୬ ଅନୁସାରେ ଅର୍ନବଙ୍କୁ ଗିରଫ୍ତାର କରାଯାଇଛି । ମେ ୨୦୧୮ରେ ଘଟିଥିବା ଏହି ଘଟଣାରେ ଅନ୍ୱୟ ନାଇକ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଚିଠି ଲେଖିଥିଲେ ଓ ସେ ଅର୍ନବ ଉପରେ ଆରୋପ ଲଗାଇ କହିଥିଲେ କି ଅର୍ନବ ଗୋସ୍ଵାମୀ ତାଙ୍କ ଠାରୁ ରିପବ୍ଲିକ ନେଟୱର୍କ ସ୍ଟୂଡିୟୋର ଇଂଟୀରିୟର ଡିଜାଇନ କରାଇଲେ କିନ୍ତୁ ସେ ଏଥିପାଇଁ ତାଙ୍କୁ କିଛି ବି ଟଙ୍କା ଦେଲେ ନାହିଁ ।

ଅନ୍ୟ ପଟେ ସମାଚାର ଏଜେଂସୀ ଏଏନଆଈ ଅନୁସାରେ, ଅର୍ନବ ଗୋସ୍ୱାମୀ ମୁମ୍ବାଇ ପୋଲିସ ଉପରେ ଆରୋପ ଲଗାଇ କହିଲେ କି ମୁମ୍ବାଇ ପୋଲିସ ବୁଧବାର ଦିନ ସକାଳେ ତାଙ୍କ ଘରକୁ ପଶି ଆସି ତାଙ୍କ ସହିତ ଓ ତାଙ୍କର ଶଶୁର, ଶାଶୁ, ସ୍ତ୍ରୀ ଓ ପୁଅ ସହିତ ମାରପିଟ ଓ ଖରାପ ବ୍ୟବହାର କରିଛନ୍ତି । ରିପବ୍ଲିକ ଟିଭି ଚ୍ୟାନଲ ତରଫରୁ ଏହି ଘଟଣାର ଏକ ଭିଡିଓ କିଳ୍ପ ବି ଶେୟାର କରାଯାଇଛି ।

ଜାଣନ୍ତୁ କଣ ଥିଲା ପୁରା ମାମଲା

କହିବାକୁ ଗଲେ ମେ ୨୦୧୮ରେ ୫୩ ବର୍ଷୀୟ ଇଂଟୀରିୟର ଡିଜାଇନର ଅନ୍ୱୟ ନାଇକ ଓ ତାଙ୍କର ମା କୁମୁଦ ନାଇକ ଅଲୀବାଗ ତାଲୁକାର କାବୀର ଗ୍ରାମରେ ଥିବା ନିଜର ଫାର୍ମହାଉସ ମୃତ ଅବସ୍ଥାରେ ମିଳିଥିଲେ । ଏହା ପରେ ୪୮ ବର୍ଷୀୟ ଅନ୍ୱୟଙ୍କ ପତ୍ନୀ ଅକ୍ଷତା ନାଇକ ପୋଲିସରେ ଏହି ମାମଲା ଦର୍ଜ କରାଇଲେ ।

ଏହା ପରେ ସେହି ଫାର୍ମହାଉସରେ ଏକ ସୁସାଇଡ ବୀ ନୋଟ ମିଳିଲା, ଯେଉଁଥିରେ ମୃତକ ଆରୋପ ଲଗାଇଥିଲା କି ତାକୁ ଓ ତାହାର ମାକୁ ନିଜ ଜୀବନ ସମାପ୍ତ କରିବାକୁ ପଡିଲା, କାରଣ ଅର୍ନବ ଗୋସ୍ୱାମୀ ଓ ଫିରୋଜ ଶେଖ ଓ ନିତେଶ ସରଦା ତାଙ୍କ ଠାରୁ କାମ କରାଇଲେ, କିନ୍ତୁ ସେ ତାଙ୍କୁ ତାଙ୍କର ପ୍ରାପ୍ତ ୫.୪୦ କୋଟି ଟଙ୍କା ଦେଲେ ନାହିଁ, ଯେଉଁ କାରଣରୁ ତାଙ୍କୁ ଆର୍ଥିକ ମସ୍ୟାର ସାମ୍ନା କରିବାକୁ ପଡିଲା ।

ଏହା ପରେ ମେ ୨୦୨୦ରେ ଅନ୍ୱୟ ନାଇକଙ୍କ ଝିଅ ଅଦନ୍ୟା ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଏହି ମାମଲାକୁ ପୁଣି ଥରେ ଯାଞ୍ଚ କରିବା ପାଇଁ ଅନୁରୋଧ କରିଲେ । ଅଦନ୍ୟା କହିଲେ କି ଆଳିବାଗ ପୋଲିସ ମାମଲାକୁ ସଠିକ ରୂପରେ ଯାଞ୍ଚ କରି ନ ଥିଲେ । ଏହା ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ପୁଣି ଥରେ ଏହି ମାମଲାରେ ଯାଞ୍ଚ କରିବା ପାଇଁ ଆଦେଶ ଦେଇଛନ୍ତି ଓ ସେଥିପାଇଁ ଅର୍ନବ ଗୋସ୍ଵାମୀଙ୍କୁ ଆରେଷ୍ଟ କରାଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।