ରିଲେସନସିପରେ ଥିବା ପୁଅମାନେ ନିଶ୍ଚିତ ରଖନ୍ତୁ ଏହିସବୁ ମୁଖ୍ୟକଥାର ଧ୍ୟାନ

ସମସ୍ତେ ନିଜ ଲାଇଫରେ ଶିଷ୍ଟାଚାର ହିସାବରେ ବେଶିକ ରୁଲ୍ସକୁ ଫଲୋ କରିଥାନ୍ତି । କଥାବାର୍ତ୍ତା କରିବାର ଷ୍ଟାଇଲ, ରହିବା ଷ୍ଟାଇଲ, ନିଜ ଇମୋଶନକୁ ନିୟନ୍ତ୍ରଣ କରିବା ଆଦି ବ୍ୟବହାର ବିଷୟରେ ତ ସମସ୍ତେ ଜାଣିଛନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ରିଲେସନସିପ ସହ ଜଡିତ କିଛି ଶିଷ୍ଟାଚାର ବିଷୟରେ କହିବୁ । ଏହାକୁ ସବୁ ପୁଅ ମାନଙ୍କୁ ଫଲୋ କରିବା ଉଚିତ । ଏହା ଦ୍ଵାରା ଆପଣଙ୍କ ରିଲେସନଶିପ ଷ୍ଟ୍ରଙ୍ଗ ହେବା ସହିତ ଆପଣ କେବେ ଧୋକା ଖାଇବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହି କଥାଗୁଡ଼ିକର ବିଷୟରେ ।

ସ୍ମାଇଲ କରିବା

ଯଦି ଆପଣଙ୍କ ଦିନ ଖରାପ ଯାଇଛି ତାହେଲେ ମଧ୍ୟ ଆପଣଙ୍କୁ ନିଜ ପାର୍ଟନର ସହ ନର୍ମାଲ ବିହେବ କରିବା ଉଚିତ । ଚେଷ୍ଟା କରନ୍ତୁ ଆପଣଙ୍କ ମୁହଁରେ ସବୁବେଳେ ସ୍ମାଇଲ ରଖିବା ପାଇଁ । ଏହା ଦ୍ଵାରା ଆପଣଙ୍କ ପାର୍ଟନରର ମୁଡ ମଧ୍ୟ ଭଲ ହୋଇଯିବ ।

ସ୍ନାକ୍ସ ବା ଫୁଡ ଅଫର କରିବା

ଯଦି ଆପଣ ନିଜ ପାର୍ଟନରକୁ ଘରକୁ ଆଣିଛନ୍ତି ତେବେ ତାକୁ ସ୍ନାକ୍ସ ଅଫର କରିବାକୁ ଭୁଲିବେ ନାହିଁ । ଏହା ଛଡା ଯଦି ଆପଣଙ୍କର କେହି ଫ୍ରେଣ୍ଡ ଆପଣଙ୍କ ଘରକୁ ଆସିଛି ତାକୁ ଲଞ୍ଚ ଅଫର କରିବାକୁ ଭୁଲିବେ ନାହିଁ ।

ଜରୁରୀ କଥା ହେବା

କେବେ ବି ଫୋନ, ସୋସିଆଲ ମିଡିଆ ଓ ଟେକ୍ସ୍ଟ ମାଧ୍ୟମରେ କିଛି ଜରୁରୀ କଥା କହିବେ ନାହିଁ । ଏହା ରୁଡ ବିହେବିୟର ହୋଇଥାଏ । ଆପଣ ନିଜ ପାର୍ଟନର ସହ ସାମ୍ନାସାମ୍ନି ହୋଇ ଜରୁରୀ କଥା କୁହନ୍ତୁ । ଏହା ଆପଣଙ୍କ ପାଇଁ ଓ ଆପଣଙ୍କ ପାର୍ଟନର ପାଇଁ ବହୁତ ଭଲ ରହିବ ।

ଡିନର ପ୍ଲାନ

ସବୁ ଝିଅ ଚାହାନ୍ତି ତାଙ୍କ ପାର୍ଟନର ସହ ଡିନର ବା ଲଞ୍ଚରେ ଯିବା ପାଇଁ ଓ ତାଙ୍କ ପାର୍ଟନର ଯେମିତି ତାଙ୍କୁ ଭଦ୍ର ବ୍ୟବହାର କରିବ । ଆପଣ ତାଙ୍କୁ ଚେୟାର ଅଫର କରିବା ସହ ତାଙ୍କୁ ଖାଦ୍ୟ ଅର୍ଡର କରିବା ପାଇଁ ମଧ୍ୟ କୁହନ୍ତୁ ।

ଫୋନ ଚେକ କରନ୍ତୁ ନାହିଁ

କେବେବି ନିଜ ପାର୍ଟନରର ବିନା ପରାମର୍ଶରେ ତାଙ୍କ ଫୋନ ଚେକ କରନ୍ତୁ ନାହିଁ । ଯଦି ସେ ଆପଣଙ୍କର କିଛି ଫଟୋ ଦେଖାଉଛନ୍ତି ଭୁଲ ସେ ମଧ୍ୟ ସ୍ଵାଇପ କରି ଅନ୍ୟ ଫଟୋ ଦେଖନ୍ତୁ ନାହିଁ । ସେମାନଙ୍କ ପ୍ରାଇଭେସୀ ଉପରେ ଧ୍ୟାନ ଦିଅନ୍ତୁ ।