ଏହି କାରଣ ପାଇଁ ରେଖା କୋବିଡ – ୧୯ ଟେସ୍ଟ କରିବା ପାଇଁ କଲେ ମନା, ଘରର ସ୍ୟାନିଟାଇଜ କରିବା ପାଇଁ ବି ଦେଲେ ନାହିଁ ଅନୁମତି

କହିବାକୁ ଗଲେ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି । ଏମିତିରେ କେବଳ ସାଧାରଣ ଲୋକମାନେ ନୁହନ୍ତି ଏହା ଛଡା ବଡ ବଡ ଷ୍ଟାର, ମନ୍ତ୍ରୀ ଏବଂ କେତେକ ପୋଲିସ କର୍ମୀମାନେ ବି କରୋନାର ସଂକ୍ରମିତ ହୋଇ ସାରିଛନ୍ତି । କହିବାକୁ ଗଲେ କିଛି ଦିନ ତଳେ ବଲୀଉଡର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କର ପୁଅ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ କରୋନା ରିପୋର୍ଟ ପଜିଟିବ ହୋଇଛନ୍ତି ।

ଏହା ସହିତ ସବୁ ଷ୍ଟାର ବର୍ତ୍ତମାନ ସମୟରେ ଚିନ୍ତିତ ହୋଇ ଯାଇଛନ୍ତି । ଏମିତିରେ ପୁଣି ଥରେ ବଲୀଉଡ ସହ ଜଡିତ କରୋନା ଖବର ସାମ୍ନାକୁ ଆସୁଛି ।

ଯାହାକି ଅଳ୍ପ ଭିନ୍ନ ପ୍ରକାରର ଅଟେ । କହିବାକୁ ଗଲେ ବଲୀଉଡର ଅଭିନେତ୍ରୀ ରେଖାଙ୍କୁ କରୋନା ହୋଇଛି ବୋଲି ମିଛି ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ରେଖା ନିଜ ବଙ୍ଗଳାରେ ହୋମ କ୍ଵାରେଣ୍ଟାଇନରେ ଅଛନ୍ତି । କିନ୍ତୁ ରେଖାଙ୍କ ସିକ୍ୟୋରିଟୀ ଗାର୍ଡ ଏବଂ ବଙ୍ଗଳାର ୨ ହାଉସ୍କିପର କରୋନାରେ ଆକ୍ରାନ୍ତ ହୋଇ ଯାଇଛନ୍ତି ।

ଏହି ଲୋକମାନେ ପଜିଟିବ ହେବା ପରେ ରେଖାଙ୍କ ବଙ୍ଗଳାକୁ ସିଲ କରି ଦିଆ ଯାଇଛି । ବିଏମସିର ଅଧିକାରୀମାନେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦେଇଛନ୍ତି । ଏହା ପରେ ଯେତେବେଳେ ଡାକ୍ତରୀ ଟିମ ରେଖାଙ୍କ ଘରେ ପହଞ୍ଚିଲେ ଓ ରେଖାଙ୍କୁ କରୋନା ଟେସ୍ଟ କରିବା ପାଇଁ କହିଲେ ତେବେ ରେଖା ମନା କରି ଦେଲେ । ଖବର ଅନୁସାରେ ଡାକ୍ତରୀ ଟିମକୁ ରେଖା ନିଜ ଘରେ ପ୍ରବେଶ କରିବାକୁ ବି ଦେଲେ ନାହିଁ ।

ବିଏମସିର ଟିମ ଯେତେବେଳେ ରେଖାଙ୍କୁ କରୋନା ଟେସ୍ଟ କରିବା ପାଇଁ କହିଲେ ତେବେ ରେଖାଙ୍କ ମ୍ୟାନେଜର ଫରଜାନା ସେହି ଟିମକୁ ନିଜର ଫୋନ ନମ୍ବର ଦେଇ ପରେ କଥା ହେବା ବୋଲି କହି ଘରୁ ବିଦା କରି ଦେଲେ । ଏକ ମିଡିଆ ରିପୋର୍ଟ ଅନୁସାରେ କୁହାଯାଉଛି କି ରେଖା ବିଏମସିର ଅଧିକାରୀମାନଙ୍କୁ ତାଙ୍କ ଘରକୁ ସ୍ୟାନିଟାଇଜ କରିବା ପାଇଁ ବି ଅନୁମତି ଦେଲେ ନାହିଁ । ଏହା ପରେ ଅଧିକାରୀମାନେ ରେଖାଙ୍କ ଘର ବାହାରେ ସ୍ୟାନିଟାଇଜ କରି ନିଜ କାମକୁ ପୂରା କରିବାକୁ ଚେଷ୍ଟା କରିଲେ ।

ଆପଣଙ୍କୁ କହିଦେଉଛୁ କି ବଲୀଉଡ ଓ ଟିଭି ସେଲିବ୍ରିଟିଙ୍କ ସହ କଳାକାରମାନଙ୍କ ଗାର୍ଡ, ହାଉସ ହେଲ୍ପର, ଡ୍ରାଇଭର ପର୍ଯ୍ୟନ୍ତ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଯାଇଛନ୍ତି । ସମସ୍ତଙ୍କୁ ସୁରକ୍ଷା ଦ୍ରୁଷ୍ଟିରୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆ ଯାଇଛି । ଏହା ସହିତ ଏମାନଙ୍କ ମଧ୍ୟରୁ କିଛି ଲୋକମାନଙ୍କୁ ହୋମ କ୍ବାରେଣ୍ଟାଇନରେ ବି ଅଛନ୍ତି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।