ଆଇପିଏଲ 2020:  ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗଲୋର କିଛି କଲେ ଏମିତିକି ଚହଲ ପଚାରିଲେ, ଇଏ କି ଗୁଗ୍ଲି

ଆଇପିଏଲ ର ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗଲୁରୁ ବୁଧବାର ଦିନ ସୋସିଆଲ ମିଡିଆର କେତେକ ଏକାଉଣ୍ଟ୍ରୁ ପ୍ରୋଫାଇଲ୍ ଫଟୋ ଓ ନା ଡିଲେଟ୍ କରିଦେଇଥିଲେ । ଏଥିରେ ଖାଲି ପ୍ରଶଂସକ ନୁହେଁ ବରଂ ଲେଗ୍ ସ୍ପିନ୍ନର ଯୁଜବେନ୍ଦ୍ର ଚହଳ ବି ଆଶ୍ଚର୍ଯ୍ୟ ହୋଇଥିଲେ । ସେ ଟୁଇଟର ରେ ଲେଖିଛନ୍ତି, ଆରେ RCB ଏ କଣ ଗୁଗ୍ଲି ଅଟେ? ଆପଣଙ୍କ ପ୍ରୋଫାଇଲ୍ ଫଟୋ ଓ ଇନଷ୍ଟାଗ୍ରାମ ପୋଷ୍ଟ କୁଆଡେ ଗଲା ।

କ୍ୟାପଟେନ ବିରାଟ କୋହଲିଙ୍କ ବାଙ୍ଗଲୁରୁ ଟିମ୍ ନିଜ ଆଧିକାରିକ ଟୁଇଟର ଆକାଉଣ୍ଟ ନା ବଦଳେଇ ଦେଇଛନ୍ତି, ଯାହା ବହୁତ୍ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏକାଉଣ୍ଟର ଡିସପ୍ଲେ‌ ପିକଚର ଓ କଭର୍ ଫଟୋକୁ ବି କାଟିଦେଇ କେବଳ ରୟାଲ ଚ୍ୟାଲେଞ୍ଜରସ୍ ନା ଇନଷ୍ଟାଗ୍ରାମ ଓ ଫେସବୁକ୍ ରେ କରି ଦେଇଛନ୍ତି ।

କ୍ୟାପଟେନ ବିରାଟ କୋହଲିଙ୍କ ଆଇପିଏଲ ରେକର୍ଡ ଏତେ ଭଲ ନୁହେଁ , କିନ୍ତୁ ଏହାପରେ ବି ଟୀମର ନୂଆ ଡାଇରେକ୍ଟର ମାଇକ ହେସନ୍ କ୍ୟାପଟେନ ରେ କିଛି ପରିବର୍ତ୍ତନ କରିବା ପାଇଁ ମନା କରି ଦେଇଥିଲେ ।

IPL 2020ରେ ଏହି ଖେଳାଳିଙ୍କ ସହ ଓହ୍ଲେଇ ପାରନ୍ତି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗଲୁରୁ ଟିମ୍

RCB ର ଟିମ୍ ଏହି ପରି

ବିରାଟ କୋହଲି (କ୍ୟାପଟେନ), ଏବି ଡିବିଲିୟର୍ସ, ଦେବଦତ୍ତ ପଡିକଲ୍, ପାର୍ଥିବ ପଟେଲ, ଆରୋନ ଫିଞ୍ଚ, ଯୋସୁଆ ଫିଲିପ, ସହବାଜ୍ ଅହମଦ, ଗୁରୁକିରତ ସିଂ ମାନ, ପବନ ଦେଶପାଣ୍ଡେ, ମୋହନ ଅଲ୍ଲୀ, ସିବମ୍ ଦୁବେ, କ୍ରିଶ୍ ମୌରିସ୍, ଇସୁର୍ ଉଡାନା, ଯୁଜବେନ୍ଦ୍ର ଚହଳ, ବାଂଶୀଗତନ୍ ସୁନ୍ଦର୍, ପବନ ନେଗୀ, ଉମେଶ ଯାଦବ, ନବଦିପ ସୌନି, ମହମ୍ମଦ ସୀରାଜ, କେନ୍ ରିଚାର୍ଡସନ୍, ଡେଲ୍ ଷ୍ଟେନ୍ ।