ରବିବାରକୁ କାହିଁକି ଛୁଟିଦିନ ବୋଲି ମାନାଯାଏ ? ବିଶ୍ବରେ କେବେ ଏହି ନିୟମ ପାଳନ ହେଲା ଏବଂ ଭାରତରେ କେବେ ଠାରୁ ରବିବାର ଛୁଟିଦିନ ଘୋଷିତ ହେଲା ?

ସୋମବାରରୁ ଶନିବାର ପର୍ଯ୍ୟନ୍ତ ୬ ଦିନ କା କରିବା ପରେ ଲୋକମାନେ ରବିବାରକୁ ଅପେକ୍ଷା କରିଥାନ୍ତି । ଏହା ଛୁଟିଦିନ ହୋଇଥିବାରୁ ପିଲାମାନଙ୍କୁ ପାଇଁ ମଜାଦାର ଦିନ ହୋଇଥାଏ ଓ କାମ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏକ ବିଶ୍ରାମର ଦିନ ମଧ୍ୟ ହୋଇଥାଏ । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ସାତ ଦିନ ମଧ୍ୟରୁ କେବଳ ରବିବାରକୁ ହିଁ କାହିଁକି ଛୁଟିଦିନ ଭାବେ ବିଚାର କରାଗଲା ? କିଏ ଏବଂ କାହିଁକି ରବିବାର ଛୁଟି ରହିବା ନିୟମ ଆରମ୍ଭ କରିଥିଲେ ? ଚାଲନ୍ତୁ ଜାଣିବା ରବିବାର ଛୁଟିର ଇତିହାସ ।

ଖ୍ରୀଷ୍ଟିୟାନ ଧର୍ମଗ୍ରନ୍ଥ ଅନୁସାରେ ଇଶ୍ଵର ସାରା ବିଶ୍ଵକୁ ସୃଷ୍ଟି କରିବା ପାଇଁ ୬ ଦିନ ସମୟ ନେଇଥିଲେ । ଷଷ୍ଠ ଦିନରେ ମନୁଷ୍ୟକୁ ସୃଷ୍ଟି କରିବା ପରେ ସେ ସପ୍ତମ ଦିନ ବିଶ୍ରାମ୍ନ ନେଇଥିଲେ । ସେଥିପାଇଁ ରବିବାର ତଥା ସପ୍ତାହର ସପ୍ତମ ଦିନକୁ ଛୁଟି ଦିନ ହିସାବରେ ନିଆଗଲା । ୭ ମାର୍ଚ୍ଚ ୩୨୧ ଖ୍ରୀଷ୍ଟାବ୍ଦରେ ସମ୍ରାଟ କନଷ୍ଟାଟିନ ଯିଏ କି ପ୍ରଥମ ରୋମାନ ଶାସକ ସେ ଜଣେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଥିଲେ । ତେଣୁ ସେ ପ୍ରଥମେ ରବିବାର ଦିନକୁ ବିଶ୍ରାମ ଦିନ ବା ଛୁଟିଦିନ ଭାବେ ଘୋଷଣା କରିଥିଲେ ।

ଏହିଦିନ ଖ୍ରୀଷ୍ଟ ଧର୍ମର ଲୋକମାନେ ଉପାସନା କରିବା ପାଇଁ ଚର୍ଚ୍ଚ ବା ଗୀର୍ଜା ମଧ୍ୟ ଯିବା ଆରମ୍ଭ କରିଥିଲେ । ଏହାପରେ ଅଧିକାଂଶ ବ୍ରିଟିଶ ଲୋକ ମଧ୍ୟ ଖ୍ରୀଷ୍ଟିୟାନ ଧର୍ମ ବିଶ୍ଵାସୀ ଅଟନ୍ତି । ତେଣୁ ସେମାନେ ୧୮୪୩ ମସିହାରୁ ସ୍କୁଲ ପିଲାଙ୍କ ପାଇଁ ରବିବାର ଦିନକୁ ଛୁଟି ଦିନ ଭାବେ ଘୋଷଣା କରିଥିଲେ ।

ଏହାଛଡା ଇଣ୍ଟର ନ୍ୟାସନାଲ ଅର୍ଗାନାଇଜେନ ଷ୍ଟାଣ୍ଡାର୍ଡାଇଜେସନ ଯାହାକି ସୁଇଜରଲ୍ୟାଣ୍ଡରେ ଅବସ୍ଥିତ ତାଙ୍କ ଅନୁଯାୟୀ ମଧ୍ୟ ରବିବାରକୁ ଏକ ବିଶ୍ରାମ ଦିବସ ଭାବେ କୁହାଯାଏ । ସେମାନଙ୍କ କ୍ଯାଲେଣ୍ଡର ଅନୁଯାୟୀ ରବିବାରକୁ ସପ୍ତାହର ଶେଷ ଦିନ ବା ସପ୍ତମ ଦିନ ବୋଲି ମାନାଯାଏ । ବ୍ରିଟିଶ ମାନେ ଭାରତକୁ ଆସିବା ପରେ ଦେଖିଥିଲେ କି ଏଠାରେ ରବିବାର ଦିନ ଛୁଟିଦିନ ପାଳନ ହେଉନାହିଁ ।

ଏଠାରେ ମିଲ୍ କର୍ମଚାରୀ ମାନେ ସାତଦିନ କାର୍ଯ୍ୟ କରୁଥିବା ବେଳେ ରବିବାର ଦିନ ବ୍ରିଟିଶ ମାନଙ୍କୁ ଚର୍ଚ୍ଚ ଯିବାକୁ ପଡୁଥିଲା । ସେହି ସମୟରେ ନାରାୟଣ ମେଧାଜୀ ଲୋଖଣ୍ଡେ ଯିଏ କି ମିଲ୍ କର୍ମଚାରୀ ମାନଙ୍କର ନେତା ଥିଲେ, ସେ ୧୮୮୩ ମସିହାରେ ରବିବାର ଦିନକୁ ଛୁଟି ଦିନ ଘୋଷଣା କରିବା ପାଇଁ ଇଂରେଜ ମାନଙ୍କ ଆଗରେ ପ୍ରସ୍ତାବ ରଖିଥିଲେ ।

ଇଂରେଜ ମାନେ ପ୍ରଥମେ ଏହି ପ୍ରସ୍ତାବକୁ ଅସ୍ଵୀକାର କରି ଦେଇଥିବା ବେଳେ ନାରାୟଣ ମେଧାଜୀ ଲୋଖଣ୍ଡେ କିନ୍ତୁ ସଂଗ୍ରାମ ଜାରି ରଖିଥିଲେ । ସାତ ବର୍ଷର ଦୀର୍ଘ ସଂଘର୍ଷ ପରେ ୧୦ ଜୁନ୍ ୧୮୯୦ ରେ ବ୍ରିଟିଶ ସରକାର ରବିବାର ଦିନକୁ ଭାରତରେ ମଧ୍ୟ ଛୁଟିଦିନ ହିସାବରେ ଘୋଷଣା କଲେ । ସେହିଦିନ ଠାରୁ ଆମ ଦେଶ ଭାରତରେ ମଧ୍ୟ ରବିବାରକୁ ଛୁଟିଦିନ ଭାବେ ପାଳନ କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।