୭ ଦିନ ରାତିରେ ପାନମଧୁରୀ ଖାଇଲେ ତାର ଫାଇଦା ଜାଣିଲେ ଆପଣ ଚକିତ ରହିଯିବେ

ଆଜି ଆମେ ଆପଣଙ୍କୁ କହିବୁ ପାନ ମଧୁରୀ ର ଉପକାରିତା ବିଷୟରେ ଯାହାକୁ ଆମେ ରୋଷେଇ ଘରେ ମସଲା ରୂପରେ ବ୍ୟବହାର କରିଥାଉ । ଏମିତି ତ ପାନମଧୁରୀର ଭଲ ବାସ୍ନା ଯୋଗୁ ଆମେ ତାହାକୁ ମୁଖ ଦୁର୍ଗନ୍ଧ ଦୂର କରିବା ପାଇଁ ବ୍ୟବହାର କରି ଥାଉ କିନ୍ତୁ ଆପଣ ଜାଣନ୍ତି କି ତାହା ଆମ ଶରୀର ପାଇଁ କେତେ ଉପକାରୀ । ତେବେ ଆସନ୍ତୁ ଜାଣିବା ପାନ ମଧୁରୀର ଉପ କାରିତା ବିଷୟରେ ।

Image courtesy: Google

୧. ଯଦି ଆପଣ ମିୟମିତ ପାନମଧୁରୀ ଖାଆନ୍ତି ତେବେ ଆପଣଙ୍କର ପେଟ ଜନିତ ସମସ୍ତ ସମସ୍ଯା ଯେପରିକି ଗ୍ଯାସ, ଏସିଡିଟି, ବଦହଜମି ଦୂର ହୋଇଥାଏ । ଆପଣ ପାନମଧୁରୀ ଓ ମିଶ୍ରି କୁ ସମାନ ଭାବରେ ନେଇ ତାହାକୁ ଏକ ପାଉଡର ତିଆରି କରି ଦିଅନ୍ତୁ ।

ସେହି ପାଉଡର କୁ ଗୋଟିଏ ଚାମଚ ରାତିରେ ଖାଇ ଉଷୁମ ପାଣି ପିଇ କରି ଶୋଇଲେ ଆପଣଙ୍କର ପେଟ ଜନିତ ସବୁ ପ୍ରକାରର ସମସ୍ୟା ଦୂର ହୋଇଥାଏ ।

Image courtesy: Google

୨. ପାନମଧୁରୀ ଖାଇଲେ ଆମର ଆଖିର ଦୃଷ୍ଟିଶକ୍ତି ମଧ୍ୟ ବଢିଥାଏ । ଯଦି ଆପଣ ଖାଇ ସାରିବା ପରେ ପାନମଧୁରୀ ଖାଆନ୍ତି କିମ୍ବା ସବୁ ଦିନ ରାତିରେ ପାନମଧୁରୀ ଖାଇ କି ଶୁଅନ୍ତି ତା ହେଲେ ଆପଣଙ୍କର ଆଖିର ଦ୍ରୁଷ୍ଟି ଶକ୍ତି ବଢିଥାଏ ଏବଂ ଆଖି ଜନିତ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଦୂର ହୋଇଥାଏ ।

Image courtesy: Google

୩. ସବୁ ଦିନ ଯଦି ଆପଣ ସକାଳେ ଓ ସନ୍ଧ୍ୟାବେଳେ ପାନମଧୁରୀ ଖାଆନ୍ତି ତା ହେଲେ ଆପଣଙ୍କର ବ୍ଲଡ ପ୍ରେସର ମଧ୍ୟ କଣ୍ଟ୍ରୋଲ ରେ ରହିଥାଏ ।

୪. ଯଦି ଆପଣଙ୍କର ଲୁଜ ମୋଶନ ହେଉଥାଏ ତେବେ ଆପଣ ପାନମଧୁରୀ ଖାଇଲେ ଏହା ଆପଣଙ୍କର ଦୂର ହୋଇଥାଏ ।

୫. ପାଟିରେ ଯଦି ଘା ହୋଇଥାଏ ତା ହେଲେ ଗୋଟେ ଗ୍ଳାସ ପାଣିରେ 40 ଗ୍ରାମ ପାନମଧୁରୀ ମିଶାଇ ତାକୁ ଭଲ ଭାବେ ଫୁଟାନ୍ତୁ । ଏହି ପାଣି ଅଧା ହୋଇଗଲା ପରେ ସେଥିରେ କିଛି ଫିଟିକିରି ମିଶାଇ ଦିଅନ୍ତୁ । ଏହି ପାଣିରେ ଯଦି ଆପଣ ଦିନକୁ 2-3 ଥର ଗଗ୍କ୍ଲିଙ୍ଗ କରନ୍ତି ତା ହେଲେ ଆପଣଙ୍କର ପାଟିର ଘା ଶୀଘ୍ର ଦୂର ହୋଇଥାଏ ।

Image courtesy: Google

୬. ଆପଣ ଯଦି ନିୟମିତ ପାନମଧୁରୀ ଖାଆନ୍ତି ତା ହେଲେ ଆପଣଙ୍କର ତଣ୍ଟି ଜନିତ ବିଭିନ୍ନ ପ୍ରକାରର ରୋଗ ଦୂର ହୋଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।