ରାତିରେ ପଢିବାର 5 ଟି ସିକ୍ରେଟ ଟିପ୍ସ, ଗୋଟିଏ ଥର ରେ ସବୁ କିଛି ମନେ ରଖି ପାରିବେ- Study Tips

କିଛି ବ୍ୟକ୍ତି ଏମିତି ଅଛନ୍ତି ଯେଉଁମାନେ ରାତିରେ ପାଠ ପଢିବାକୁ ଆଗ୍ରହୀ ହୋଇଥାନ୍ତି । କିନ୍ତୁ ଶୋଇବା ସେମାନଙ୍କର କମଜୋରି ହୋଇଥିବାରୁ ଅଧିକ ସମୟ ଯାଏ ପାଠ ପଢି ପାରନ୍ତି ନାହି । ଉଦାହରଣ ସ୍ୱରୂପ ପରୀକ୍ଷା ସମୟରେ ଛାତ୍ରମାନେ ରାତିରେ ଅଧିକ ସମୟ ଯାଏ ପାଠ ପଢିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ନିଦ ଆସିବା କାରଣରୁ ସେମାନେ ଅଧିକ ସମୟ ଯାଏ ପଢିପାରନ୍ତି ନାହି । ସକାଳେ ବହୁତ ଡେରି ପର୍ଯ୍ୟନ୍ତ ପାଠ ପଢିଥିବାରୁ ରାତିରେ ଅଧିକ ସମୟ ଯାଏ ପଢି ହୁଏ ନାହି । ରାତିରେ ଅଧିକ ସମୟ ପଢିବା ପାଇଁ କିଛି ଟିପ୍ସ ଆମେ ଆଜି ଆପଣମାନଙ୍କୁ କହିବୁ ।

୧ – ରାତିରେ ଅଧିକ ଭାରି ଖାଦ୍ଯ ଖାଇବା ଉଚିତ ନୁହେ । ଏହା ଖାଇବା ଦ୍ଵାରା ଆମ ଶରୀରର ଏନର୍ଜି କମ ହୋଇଥାଏ ଓ ଆମେ ଅଳସୁଆ ହୋଇଯାଉ । ସେଥି ପାଇଁ ଆମକୁ ବହୁତ ଜଲ୍ଦି ନିଦ ଆସିଯାଏ । ତେଣୁ ରାତି ସମୟରେ ହାଲକା ଖାଦ୍ଯ ଖାଇବା ଉଚିତ । ସନ୍ଧ୍ୟା ୭ଟା ବେଳେ ରାତ୍ର ଭୋଜନ କରିଲେ ଆମକୁ ନିଦ ଆସି ନ ଥାଏ । ଏହା ଫଳରେ ଆମେ ଅଧିକ ସମୟ ଯାଏ ପାଠ ପଢିପାରୁ ।

୨ – ରାତିରେ ଜଲ୍ଦି ନିଦ ଆସିବାର ଅନ୍ୟ ଏକ କାରଣ ହେଉଛି ଆମେମାନେ କମ ଲାଇଟ ଦେଇ ପାଠ ପଢିଥାଉ । ଯାହା ଫଳରେ ରୂମର ଅଧିକାଂଶ ଜାଗା ଅନ୍ଧାର ରହିଥାଏ । ଆମେ ଯେଉଁଠାରେ ବସି ପଢିଥାଉ ସେହିଠାରେ ହିଁ ଲାଇଟ ପଡିଥାଏ । ଯାହା ଫଳରେ ଆମ ମସ୍ତିଷ୍କରେ ଥିବା ମେଲୋଟୋନିକ ହରମୋନ ଉପରେ ପ୍ରଭାବ ପଡିଥାଏ । ସେଥି ପାଇଁ ଆମକୁ ଜଲ୍ଦି ନିଦ ଆସିଥାଏ । ତେଣୁ ନିଜ ରୁମରେ ପଢିବା ବେଳେ ଅଧିକ ଲାଇଟ ଦେଇ ପଢିଲେ ଆମକୁ ନିଦ ଆସି ନ ଥାଏ ।

୩- ନିଦ ଆସିବାର ଅନ୍ୟ ଏକ କାରଣ ହେଉଛି ଆମେ ନିଜ ବେଡ଼ ଉପରେ ବସି ପଢିଥାଉ । ଯାହା ଫଳରେ ଆମକୁ ଜଲ୍ଦି ନିଦ ଆସିଥାଏ ଓ ଅଳସୁଆ ଅନୁଭବ କରିଥାଉ। ସେଥି ପାଇଁ ଆମକୁ ଚେୟାର ଉପରେ ବସି ପଢିବା ଉଚିତ । ଯାହା ଦ୍ଵାରା ଆମେ ଅଧିକ ସମୟ ଯାଏ ପାଠ ପଢିବା ପାଇଁ ସକ୍ଷମ ହୋଇଥାଉ ।

୪ – ରାତିରେ ପଢିବା ସମୟରେ ପାଠ ଲେଖିବା ସହ ମନେ ମନେ କହିବା ଉଚିତ । ଯାହା ଫଳରେ ଅଧିକ ସମୟ ପର୍ଯ୍ୟନ୍ତ ରାତିରେ ନ ଶୋଇ ଆମେ ପଢିପାରିବୁ । କୋଣସି ବିଷୟ ବସ୍ତୁକୁ ଲେଖିବା ସହ ଘୋଷିବା ଉଚିତ । ଯାହା ଦ୍ଵାରା ପାଠ ମାନେ ରହିଥାଏ ।

୫ – କିଛି ଲୋକଙ୍କ ମତରେ ଆମକୁ ରାତିରେ ଗଣିତ ପଢିବା ଉଚିତ । କିନ୍ତୁ ଏହା କରିବା ଦ୍ଵାରା କିଛି ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ରାତିରେ ଆମର ସ୍ମରଣ ଶକ୍ତି କମ ରହିଥାଏ । କିନ୍ତୁ ସକାଳେ ଆମର ସ୍ମରଣ ଶକ୍ତି ତୀବ୍ର ଥାଏ । ଗଣିତ ଗୋଟେ ଏମିତି ବିଷୟ ଯାହା କଷ୍ଟଦାୟକ ନୁହେ ଯାହାକୁ ଅଧିକ ସମୟ ପଢିବା ଦରକାର ହୁଏ ନାହି । ଏହା ଏକ ସରଳ ବିଷୟ ବୋଲି ମନରେ ଚିନ୍ତା କରି ରାତି ସମୟରେ ପଢିଲେ ମନେ ରହିଥାଏ ।

ତେଣୁ ରାତି ସମୟରେ କୌଣସି ସରଳ ବିଷୟ ପଢିବା ଉଚିତ । ସକାଳେ କୌଣସି କଷ୍ଟଦାୟକ ବିଷୟ ପଢିବା ଉଚିତ । ରାତି ଯେପରି ଗଭୀର ହୋଇଥାଏ ସକାଳ ସେପରି ସାନଦାର ହୋଇଥାଏ । ବନ୍ଧୁଗଣ ଯଦି ଆପଣମାନଙ୍କୁ ଏହି ଏହି ୫ଟି ଟିପ୍ସ ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟେ ଲାଇକ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।