ରାତିରେ ମାତ୍ର 2 ମିନିଟ ଏହାକୁ ଲଗେଇ ଦିଅନ୍ତୁ, ସକାଳୁ ମୁହଁର ସବୁ ବ୍ରଣ ଓ କଳାଦାଗ ହେଇଯିବ ଗାୟବ, ହୀରା ଭଳି ଚମକିବ ଚେହେରା- Beauty Tips

ଅନେକ ଝିଅମାନେ ନିଜର ସୁନ୍ଦର ଚେହେରା ପାଇଁ ବିଭିନ୍ନ ପ୍ରକାରର ପ୍ରଣାଳୀ କରିଥାନ୍ତି । ନିଜର ଚେହେରାକୁ ଅଧିକ ଗ୍ଲୋ କରିବା ପାଇଁ ପାର୍ଲର ମଧ୍ୟ ଯାଇଥାନ୍ତି । ଏହା ଫଳରେ ସେମାନଙ୍କର ଚେହେରା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଗ୍ଲୋ ଦେଖା ଯାଇଥାଏ । ମୁହଁ ଫେସିଆଲ କରିବା ପରେ କିଛି ଝିଅମାନଙ୍କର ଚେହେରା କଳା ପଡିବା ସହ ଅଧିକ ଖରାପ ମଧ୍ୟ ହୋଇ ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଘରୋଇ ପ୍ରଣାଳୀ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଫଳରେ ଆମ ଚେହେରାରେ ଅଧିକ ସୁନ୍ଦରତା ଆସିଥାଏ ।

୧- ପ୍ରଥମେ ଚାଉଳକୁ କିଛି ସମୟ ପାଣିରେ ବତୁରାଇ ଦେବା । ଏହାର ପାଣିକୁ ଗୋଟିଏ ପାତ୍ରରେ ବାହାର କରି ଅଧ ଚାମଚ ମହୁ ମିଶାଇ ରଖନ୍ତୁ । ଏହା ପରେ କଟନ କପଡା ବା ତୁଳାରେ ଲଗାଇ ପୁରା ଫେସରେ ଲଗାନ୍ତୁ । ଏହି ପାଣିର ମିଶ୍ରଣକୁ ମୁହଁରେ ଲଗାଇଲେ ବ୍ରାଇଟନେସ ଆସିଥାଏ । ଏହାକୁ ଦୁଇରୁ ତିନି ମିନିଟ ରାଖୀ ପାଣିରେ ମୁହଁ ଧୋଇଦିଅନ୍ତୁ।

୨- ବତୁରା ଯାଇଥିବା ଗୋଟେ ଚାମଚ ଚାଉଳକୁ ପତ୍ରରେ ରାଖୀ ସେଥିରେ ଲେମ୍ବୁ ମିଶାନ୍ତୁ । ଏହା ପରେ ଚାଉଳକୁ ଭଲ ଭାବେ ଖଣ୍ଡ ଖଣ୍ଡ କରି ସେଥିରେ ଅଧ ଚାମଚ ମହୁ ମିଶାଇବା । ଏହାକୁ ମୁହଁରେ ଦୁଇରୁ ତିନି ମିନିଟ ପର୍ଯ୍ୟନ୍ତ ଲଗାନ୍ତୁ । ଏହା ଫଳରେ ଆପଣଙ୍କ ସ୍କିନ ସଫା ହୋଇଯିବ । ଖୁବ ନରମାଲି ଏହି ମିକ୍ସକୁ ଲଗାଇବା ପରେ ପାଣିରେ ମୁହଁ ଧୋଇଦେବେ ।

୩- ପୁଣି ଥରେ ଗୋଟେ ଚାମଚ ଚାଉଳକୁ ବାଊଲରେ ରଖି ସେଥିରେ ଗୋଟେ ଚାମଚ ମଇଦା ମିଶାନ୍ତୁ । ଏଥିରେ ଅଧ ଚାମଚ ମହୁ ମିଶାନ୍ତୁ । ଏହା ପରେ ଏଥିରେ ମୁଲତାନି ମିଟି ବା ବେସନ ମିଶାଇ ପାରିବେ । ଏଥିରେ କିଛି କ୍ଷୀର ମିଶାଇ ଫେସ ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହା ପରେ ମୁହଁରେ ଲଗାଇ କିଛି ସମୟ ଶୁଖିବାକୁ ଦିଅନ୍ତୁ । ତା ପରେ ନିଜ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ ।ଏହି ଫେସ ପ୍ୟାକକୁ  ଲଗାଇବା ଫଳରେ ମୁହଁରେ ଥିବା କଳା ଦାଗ ଦୂର ହୋଇଥାଏ ।

ଏହିଭଳି ଭାବେ ଏହି ସବୁ ଜିନିଷର ମିଶ୍ରଣ କରି ଫେସ ପ୍ୟାକ କରିବା ଦ୍ଵାରା ଆପଣଙ୍କ ସ୍କିନରେ ଗ୍ଲୋ ଆସିଥାଏ । ଏହାକୁ ବ୍ୟବହାର କରିଲେ ଆପଣଙ୍କ ଚେହେରା କ୍ଲିଅର ହୋଇଥାଏ । ଏହାକୁ ବ୍ୟବହାର କରିଲେ ସ୍କିନରେ ଥିବା ସବୁ ଅସୁବିଧା ଦୂର ହୁଏ । ଏହି ପ୍ରଣାଳୀ ଦ୍ଵାରା ଆପଣଙ୍କ ଚେହେରାରେ ବ୍ରାଇଟନିଙ୍ଗ ଓ ସାଇନିଙ୍ଗ ଆସିଥାଏ ଯାହା ଫଳରେ ଆପଣଙ୍କ ଚେହେରା ଅଧିକ ଗୋରା ଓ ସୁନ୍ଦର ଦେଖାଯାଏ ।

ଏହାକୁ ସପ୍ତାହକୁ ଦୁଇ ଥର ବ୍ୟବହାର କରନ୍ତୁ । ଯାହା ଫଳରେ ଆପଣଙ୍କ ଚେହେରାରେ କୌଣସି ପ୍ରକାରର ସାଇଡ ଇଫେକ୍ଟ ଦେଖାଯିବ ନାହି । ଏହାକୁ ସବୁ ପୁଅ ଝିଅ ବ୍ୟବହାର କରି ପାରିବେ । ଆଶା କରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।