ରାତିରେ ଏହି ଜିନିଷ କ୍ଷୀରରେ ମିଶାଇ ଚେହେରାରେ ଲଗାଇ ଦିଅନ୍ତୁ, ସକାଳକୁ ଦେଖିବେ ଆପଣଙ୍କ ଚେହେରା ହେଇଯିବ କ୍ଷୀର ପରି ଧଳା

ଆଜି ଆମେ ଆପଣଙ୍କୁ ନିଜ ଚେହେରାକୁ ଗୋରା କରିବା ପାଇଁ ଏକ ଉପାୟ କହିବାକୁ ଯାଉଛୁ । ଏଥିପାଇଁ ଆପଣ କେବଳ କ୍ଷୀରରେ ଏହି ଦୁଇଟି ଜିନିଷ ମିଶାଇ ଚେହେରାରେ ଲଗାଇବେ ତେବେ ଆପଣଙ୍କ ଚେହେରା କ୍ଷୀର ଭଳି ପୁରା ଗୋରା ହୋଇଯିବ । ଏହାକୁ କରିବା ଦ୍ଵାରା ଆପଣଙ୍କୁ କୌଣସି ପାର୍ଲର ଯିବା ଦରକାର ନାହିଁ । ଏହାକୁ ଉଭୟ ପୁଅ ଓ ଝିଅ ବ୍ୟବହାର କରି ପାରିବେ । ଏହା ଏକ ସରଳ ଉପାୟ ଅଟେ । ଯାହାକୁ ଆପଣ ଘରେ ସହଜରେ ପ୍ରସ୍ତୁତ କରି ପାରିବେ ।

ଏହି ଉପାୟକୁ ତିଆରି କରିବା ପାଇଁ ଏକ ପାତ୍ରରେ ୪ ଚାମଚ କଞ୍ଚା କ୍ଷୀର ନିଅନ୍ତୁ । ଏହି ଉପାୟ ପାଇଁ କେବେ ବି ଗରମ କ୍ଷୀର ବ୍ୟବହାର କରିବେ ନାହିଁ । ଏହା ପରେ ଆପଣ କୌଣସି ବି ଏଲୋବେରା ଜେଲ ଗୋଟିଏ ଚାମଚ ନେଇ ଏଥିରେ ମିକ୍ସ କରି ଦିଅନ୍ତୁ । ଏହା ପରେ କ୍ଷୀର ଓ ଏଲୋବେରା ଜେଲକୁ ଆପଣ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏହା ପରେ ଏହି ମିଶ୍ରଣରେ ଆପଣ ଗୋଟିଏ ଚାମଚ ଗୋଲାପ ଜଳ ମିଶାନ୍ତୁ ।

ଏହା ପରେ ଏହି ସବୁ ଜିନିଷକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏହାକୁ ଆପଣ ତୁଳା ସାହାର୍ଯ୍ୟରେ ଚେହେରାରେ ଲଗାଇ ପାରିବେ । କିନ୍ତୁ ଯଦି ନିଜ ଚେହେରାକୁ ଆହୁରି ଅଧିକ ଗୋରା କରିବା ପାଇଁ ଚାହୁଁଛନ୍ତି ତେବେ ଅନ୍ୟ ଏକ ଉପାୟରେ ବି ଲଗାଇ ପାରିବେ । ଏଥିପାଇଁ ଆପଣ ଅନ୍ୟ ଏକ ଛୋଟ ପାତ୍ରରେ ଏହି ମିଶ୍ରଣକୁ ଢାଳି ଫ୍ରିଜରେ ରଖି ଦିଅନ୍ତୁ । ଏହା ପରେ ଏହି ମିଶ୍ରଣଟି ପୁରା ବରଫ ଖଣ୍ଡ ହୋଇ ଯିବା ପରେ ଏହାକୁ ଫ୍ରିଜରୁ ବାହାର କରି ଆପଣ ନିଜ ଚେହେରାରେ ଲଗାନ୍ତୁ ।

ଏହାକୁ ୧୦ ମିନିଟ ନିଜ ଚେହେରାରେ ଲଗାଇ ରଖି ଦିଅନ୍ତୁ । ଏହା ପରେ ଆପଣ ନିଜ ଚେହେରାକୁ ପାଣିରେ ସଫା କରି ଦିଅନ୍ତୁ । ଆପଣ ଦେଖିବେ କି ଆପଣଙ୍କ ଚେହେରା କ୍ଷୀର ଭଳି ପୁରା ସଫା ହୋଇ ଯାଇଛି । କହିବାକୁ ଗଲେ ଲୋକମାନେ ବଜାରରେ ମିଳୁଥିବା କ୍ରିମକୁ ବି ନିଜ ଚେହେରାରେ ଲଗାନ୍ତି ।

କିନ୍ତୁ ବର୍ତ୍ତମାନ ସମୟରେ ଦୂଷିତ ବାୟୁ, ଚିନ୍ତାଗ୍ରସ୍ତ ଓ ଖରାପ ଖାଦ୍ୟ ପେୟ କାରଣରୁ ଆମ ଚେହେରା ଦିନକୁ ଦିନ ଖରାପ ହେବାରେ ଲାଗିଛି ଓ ସମୟ ଅଭାବରୁ ଆମେ ନିଜ ଚେହେରାର ଧ୍ୟାନ ରଖିପାରୁ ନାହୁଁ । ସେଥିପାଇଁ ଏହି ସବୁ ସମସ୍ୟାର ସମାଧାନ ପାଇଁ ଆପଣ ଏହି ଘରେଲୁ ଉପାୟକୁ ନିଶ୍ଚିତ କରନ୍ତୁ ।