ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି ଗୋଟେ ମନ୍ତ୍ରର ଜପ, ସଙ୍ଗେ ସଙ୍ଗେ ହେବ ଆପଣଙ୍କର ସବୁ ମନୋକାମନା ପୁରା

ସମସ୍ତଙ୍କର ନିଜ ନିଜର ଇଚ୍ଛା ଥାଏ । ଏବଂ ସେ ନିଜର ସବୁ ଇଚ୍ଛାକୁ ପୂରଣ କରିବା ପାଇଁ ବିଭିନ୍ନ ପ୍ରକାରର ଚେଷ୍ଟା କରିଥାନ୍ତି । ଏଥିପାଇଁ କିଛି ଲୋକ ଭଲ ରାସ୍ତାକୁ ବାଛି ଥାନ୍ତି ତ କିଛି ଲୋକ ଖରାପ ରାସ୍ତାକୁ ବାଛି ଥାନ୍ତି । ସମସ୍ତଙ୍କର ନିଜର ଗୋଟିଏ ଇଚ୍ଛାଥାଏ କି ସେ ନିଜର ସବୁ ସ୍ଵପ୍ନକୁ ବହୁତ ଜଲ୍ଦି ପୂରଣ କରିବେ ଯାହା ଦ୍ଵାରା ତାଙ୍କ ପାଖରେ ସମସ୍ତ ପ୍ରକାରର ସୁଖ ସୁବିଧା ଉପଲବ୍ଧ ରହିବ । କିନ୍ତୁ ସଫଳତା ସମସ୍ତଙ୍କୁ ମିଳେ ନାହିଁ । କାରଣ ଏଥିପାଇଁ ଭଲ ଭାଗ୍ୟ ବି ଦରକାର । ସେଥିପାଇଁ କିଛି ଲୋକ ନିଜର ସ୍ଵପ୍ନକୁ ପୁରା ନ ହେବା ଦ୍ଵାରା ଅସଫଳତାର ସାମନା କରି ପାରନ୍ତି ନାହିଁ ଏବଂ ନିଜର ଜୀବନ ଦେବାକୁ ପ୍ରୟାସ କରନ୍ତି ।

କିନ୍ତୁ ଯଦି ଆପଣଙ୍କର ମନରେ ସତ୍ୟତା ଥିବା ଏବଂ ଆପଣ କଠିନ ପରିଶ୍ରମ କରିବାକୁ ପଛାନ୍ତି ନାହିଁ ତେବେ ସଫଳତା ଆପଣଙ୍କ ଠାରୁ ଅଧିକ ଦୂରରେ ରହି ପାରିବ ନାହିଁ ।

ଆପଣ ଏମିତି ପ୍ରାୟତଃ ଦେଖିଥିବେ କି, ବ୍ୟକ୍ତି ନିଜର ଫାଇଦା ପାଇଁ କିମ୍ବା ନିଜର ମନୋକାମନା ପୁରା କରିବା ପାଇଁ ଖରାପ ରାସ୍ତା ବାଛି ଥାଏ ଏବଂ ବିଭିନ୍ନ ପ୍ରକାରର ଉପାୟ କରିଥାଏ । କିନ୍ତୁ ଏହି ଉପାୟ ଏକ ସମିତି ସମୟ ପର୍ଯ୍ୟନ୍ତ କାମ କରିଥାଏ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ସଫଳତା ପାଇବାର ଏକ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜପ କରିବା ଦ୍ଵାରା ଆପଣ ନିଜର ସବୁ ମନୋକାମନା ପୁରା କରି ପାରିବେ ।

ଯଦି ଆପଣ ଶାସ୍ତ୍ରର ଅଧ୍ୟୟନ କରିବେ ତେବେ ଆପଣଙ୍କୁ ଏମିତି ବହୁତ ମନ୍ତ୍ର ମିଳିବ ଯାହାକି ମନୁଷ୍ୟଙ୍କର ଖୁସିର ଚାବି ହୋଇପାରେ । ଏହି ମନ୍ତ୍ରର ଜପ କରିବା ଦ୍ଵାରା ଆପଣ ସୁଖୀ ସମୃଦ୍ଧି ଏବଂ ଟଙ୍କା କମାଇ ପାରିବେ । ଏମିତି ହିଁ ଏକ ମନ୍ତ୍ର ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯାହାକୁ ରାତିରେ ଶୋଇବା ପୂର୍ବରୁ ପଢିବା ଦରକାର ।

ହନୁମାନଙ୍କ ଦ୍ଵାଦଶ ନାମ ସ୍ମରଣ ମନ୍ତ୍ର :-

ହନୁମାନଅଂଜନୀସୂତର୍ବାୟୁପୁତ୍ରୋ ମହାବଲ: ।

ରାମେଷ୍ଟ: ଫାଲ୍ଗୁନସଖ: ପିଂଗାକ୍ଷଅମିତବିକ୍ରମ: ।।

ଉଦଧିକ୍ରମଣଶ୍ଚୈବ ସୀତାଶୋକବିନାଶନ: ।

ଲକ୍ଷ୍ମଣପ୍ରାଣଦାତା ଚ ଦଶଗ୍ରୀବସ୍ୟ ଦର୍ପହା ॥

ଏବଂ ଦ୍ୱାଦଶ ନାମାନି କପୀନ୍ଦ୍ରସ୍ୟ ମହାତ୍ମନ: ।

ସ୍ୱାପକାଲେ ପ୍ରବୋଧେ ଚ ଯାତ୍ରାକାଲେ ଚ ୟ: ପଠେତ୍ ॥

ତସ୍ୟ ସର୍ବଭୟଂ ନାସ୍ତି ରଣେ ଚ ବିଜୟୀ ଭବେତ୍ ।

ରାଜଦ୍ୱାରେ ଗହ୍ୱରେ ଚ ଭୟଂ ନାସ୍ତି କଦାଚନ ॥

ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ଯେଉଁ ମାନେ ଜୀବନରୁ ହାର ମାନି ସାରିଛନ୍ତି ବା ନିରାଶା ଦେଇ ଗତି କରୁଛନ୍ତି ସେମାନଙ୍କ ପାଇଁ ଏହି ମନ୍ତ୍ର ଭଗବାନଙ୍କର ଆଶୀର୍ବାଦ ସଦୃଶ ହେବ ।