ଅଧ ରାତିରେ ଚାଲୁଥିବା ଟ୍ରେନରେ ଟୀଟୀଈ ହେଲେ ଡାକ୍ତର, ଏମିତି କରେଇଲେ ମହିଳାଙ୍କ ଡେଲିବରୀ

ଭାରତୀୟ ରେଲୱେ ସବୁବେଳେ ନିଜର ଖରାପ ସେବା ପାଇଁ ବଦନାମ ରହିଛି । ଲୋକମାନେ ଏହାକୁ ନେଇ ବିଭିନ୍ନ ପ୍ରକାର କମ୍ପ୍ଲେନ ବି କରୁଥାନ୍ତି । ବେଳେ ବେଳେ ଟ୍ରେନର ଡେରିକୁ ନେଇ ତ ବେଳେ ବେଳେ ସଫା ସୁତୁରାକୁ ନେଇ କିମ୍ବା ଅନ୍ୟ ଜିନିଷକୁ ନେଇ ଲୋକମାନେ କମ୍ପ୍ଲେନ କରୁଥାନ୍ତି । ଏହା ସହିତ ଟୀଟୀଈମାନଙ୍କର ବି କମ୍ପ୍ଲେନ କରିଥାନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣଙ୍କର ଟୀଟୀଈ ଉପରେ ବିଶ୍ଵାସ ଆସିଯିବ । ଦିଲ୍ଲୀର ରେଲୱେ ଡିବିଜନରେ କାମ କରୁଥିବା ଏଚଏସ ରାନା ଏମତି ହିଁ ଭଲ ହୃଦୟର ଟୀଟୀଈ ଅଟନ୍ତି ।

କହିବାକୁ ଗଲେ ଟୀଟୀଈ ଏଚଏସ ରାନା ଯେଉଁ ଟ୍ରେନରେ ଥିଲେ, ସେହି ଟ୍ରେନରେ ଏକ ଗର୍ଭବତୀ ମହିଳା ବି ଯାତ୍ରା କରୁଥିଲେ । ସମୟ ରାତ୍ରିର ଥିଲା ସେତେବେଳେ ମହିଳାଙ୍କୁ ଅଚାନକ ବ୍ୟଥା ହେଲା । ଏହା ପରେ ଯେତେବେଳେ ଏହି କଥାର ସୂଚନା ଟୀଟୀଈ ଏଚଏସ ରାନା ଜଣା ପଡିଲା ତେବେ ସେ ଟ୍ରେନରେ ଡାକ୍ତର ଯାତ୍ରୀ ଖୋଜିବା ଆରମ୍ଭ କରିଦେଲେ । କିନ୍ତୁ ଟ୍ରେନରେ କୌଣସି ଡାକ୍ତର ଯାତ୍ରୀ ମିଳିଲେ ନାହିଁ ।

ଏହି ସ୍ଥିତିରେ ସେ ନିଜେ ସେହି ମହିଳାଙ୍କର ଡିଲୀବରୀ କରିବା ପାଇଁ ନିର୍ଣୟ ନେଲେ । ସେ ଟ୍ରେନରେ ଯାଉଥିବା କିଛି ଯାତ୍ରୀମାନଙ୍କର ସାହାର୍ଯ୍ୟରେ ମହିଲାମାନଙ୍କର ସଫଳତା ପୂର୍ବକ ଡିଲୀବରୀ କରିଦଲେ । ଫଳ ସ୍ୱରୂପ ମହିଳା ଜଣକ ବୀନା କୌଣସି ଅସୁବିଧାରେ ଏକ ସୁସ୍ଥ ପିଲାକୁ ଜନ୍ମ ଦେଲେ ।

ଏହା ପରେ ସମସ୍ତେ ଟୀଟୀଈଙ୍କର ପ୍ରଶଂସା କରିବାକୁ ଲାଗିଲେ । ଅନ୍ୟ ପଟେ ଯେତେବେଳ ଏହି ଖବର ସୋସିୟାଲ ମିଡିୟାରେ ପ୍ରଚାର ହୋଇଗଲେ ତେବେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ବିଶ୍ଵାସ କରି ପାରିଲେ ନାହିଁ କି ଜଣେ ଟୀଟୀଈ ଡାକ୍ତର ହୋଇ ଏକ ମହିଳାର ଡିଲୀବରୀ ପର୍ଯ୍ୟନ୍ତ କରିଦେଲା । ଟୀଟୀଈଙ୍କର ଏହି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ଅନ୍ୟ ପଟେ ଯେତେବେଳ ରେଳ ମନ୍ତ୍ରାଳୟକୁ ଏହି ଖବର ବିଷୟରେ ଜଣା ପଡିଲା ତେବେ ସେମାନେ ବି ଟୀଟୀଈଙ୍କର ପ୍ରଶଂସା କରିଲେ । ରେଳ ମନ୍ତ୍ରାଳୟ ନିଜର ଆଧିକାରିକ ଟ୍ୱିଟର ହୈଂଡଲରେ ଏକ ଟ୍ୱୀଟ କରିଲେ କି “ ତାଙ୍କର (ଟୀଟୀଈ ଏଚଏସ ରାନା)ଙ୍କର ଭଲ ହୃଦୟ ଓ କଠିନ ସମୟରେ ମଣିଷତ୍ଵ ସାହାର୍ଯ୍ୟ ଆମର ଛାତିକୁ ଫୁଲାଇ ଦେଇଛି ।

ଚାଲୁଥିବା ଟ୍ରେନରେ ଏକ ଶିଶୁ ଜନ୍ମ ହେବାର କଥା ସବୁଦିନ ଶୁଣିବାକୁ ମିଳେ ନାହିଁ । ଯଦି ସେହି (ଟୀଟୀଈ ଏଚଏସ ରାନା)ଙ୍କ ଭଳି ଆମେ ସମସ୍ତେ ବି ଅନ୍ୟ ବ୍ୟକ୍ତିଙ୍କର ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିବା ତେବେ ଦୁନିଆ ସ୍ଵର୍ଗ ଭଳି ହୋଇଯିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।