ରାସନ କାର୍ଡ ଥିଲେ ନିହାତି ଜାଣି ରଖନ୍ତୁ ଏହି ଜରୁରୀ ସୂଚନା, ଶୀଘ୍ର କଟିପରେ ଆପଣଙ୍କ ରାସନ କାର୍ଡ, ନୂଆ ବ୍ୟବସ୍ଥା ଘୋଷଣା କଲେ ରାଜ୍ୟ ସରକାର !

ରାସନ କାର୍ଡଧାରୀଙ୍କ ପାଇଁ ଆସିଲା ବଡ ଖବର । ଗାଇଡଲାଇନରେ ନୂଆ ବ୍ୟବସ୍ଥା ଜାରି କଲେ ରାଜ୍ୟ ସରକାର । ଏଥର ଏଇ ମାନଙ୍କର କଟିଯିବ ରାସନ କାର୍ଡ । ଆଜ୍ଞା ହଁ, ଆପଣ ଯଦି ରାସନ କାର୍ଡଧାରୀ ଅଟନ୍ତି ତେବେ ଏହି ଖବର ଉପରେ ଟିକେ ଧ୍ୟାନ ଦିଅନ୍ତୁ । କାରଣ ଆଗକୁ ଆପଣଙ୍କୁ ଆଉ ସରକାରରୀ ରାସନ ମିଳି ନପାରେ । ତେବେ ଆମେ ବିଲକୁଲ କହୁନୁ ଯେ ସମସ୍ତ ରାସନ କାର୍ଡଧାରୀଙ୍କ କାର୍ଡ କଟିଯିବ ବୋଲି । କିନ୍ତୁ ଏହା ସତ ଯେ ଅଧିକାଂଶ ହିତାଧିକାରୀଙ୍କ ରାସନ କାର୍ଡ କାଟି ଦେବେ ସରକାର ।

ତେବେ ସରକାରଙ୍କ ରାସନ କାର୍ଡ ନିୟମ ଅନୁଯାୟୀ ଯେଉଁ ହିତାଧିକାରୀ ମାନେ ଯୋଗ୍ୟ ବିବେଚିତ ନୁହନ୍ତି ସେମାନଙ୍କ ରାସନ କାର୍ଡ କଟିଯିବ ବୋଲି ସୂଚନା ମିଳିଛି । ସରକାରଙ୍କ ପକ୍ଷରୁ ରାସନ କାର୍ଡଧାରୀଙ୍କ ପାଇଁ ଘୋଷଣା ହୋଇଥିବା ନୂଆ ନିୟମ ଅନୁସାରେ 2023 ମସିହା ସୁଦ୍ଧା ରାସନ ପାଉଥିବା ହିତାଧିକାରୀଙ୍କ ମଧ୍ୟରୁ ଅନେଇ ଲୋକ ଅଯୋଗ୍ୟ ଅଟନ୍ତି । ତଥାପି ସେମାନେ ସରକାରୀ ସୁବିଧା ପାଉଛନ୍ତି । ଯାହା ଫଳରେ ଅନେକ ଯୋଗ୍ୟ ହିତାଧିକାରୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି ।

ସରକାର ଏବେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ କାର୍ଡ ପହଞ୍ଚାଇବା ପାଇଁ ଜୋରସୋର ଉଦ୍ୟମ ଚଳେଇଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ମାନଙ୍କର ରାସନ କାର୍ଡ କଟିବ ? ଯେଉଁ ହିତାଧିକାରୀ ମାନଙ୍କର ଫ୍ଲାଟ୍ କିମ୍ବା 100 ବର୍ଗ ମିଟରରୁ ଅଧିକ ଏରିଆରେ ଘର ଥିବ ସେମାନଙ୍କର ରାସନ କାର୍ଡ କାଟି ଦିଆଯିବ । ତେବେ ଚାରିଚକିଆ ଯାନ ଥିଲେ ମଧ୍ୟ ରାସନ କାର୍ଡ କଟିଯିବ ।

ଯେଉଁ ମାନଙ୍କର ଟ୍ରାକ୍ଟର ଏବଂ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରହିଛି ସେମାନଙ୍କୁ ମଧ୍ୟ ରାସନ ମିଳିବନି । ସେହିଭଳି ଗାଁରେ ଦୁଇ ଲକ୍ଷ ଏବଂ ସହରରେ 3 ଲକ୍ଷରୁ ଅଧିକ ବାର୍ଷିକ ରୋଜଗାର ଥିବା ପରିବାରଙ୍କ ମଧ୍ୟ ରାସନ କଟିବ । ଉପରୋକ୍ତ ନିୟମରେ ଯଦି କେହି ଖିଲାପ କରିଛନ୍ତି ତେବେ ସେମାନଙ୍କର ରାସନ କାର୍ଡ କଟିବା ସହ ନିୟମ ହେବା ପରେ ଯେଉଁମାନେ ରାସନ କାର୍ଡ ଫେରାଇବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇବ ବୋଲି ସରକାର କହିଛନ୍ତି ।

ତେବେ ଖାଲି ସେତିକି ନୁହେଁ ବରଂ ଯେଉଁ ଦିନରୁ ସେମାନେ ରାସନ ନେଇଛନ୍ତି ସେହି ଦିନରୁ ସେତିକି ରାସନ ମଧ୍ୟାସ ସେମାନଙ୍କୁ ଫେରାଇବାକୁ ପଡିବ । ଯଦି ଆପଣ ନିଜକୁ ଅଯୋଗ୍ୟ ଭାବୁଛନ୍ତି ତେବେ ପ୍ରଶାସନ ସହ ଯୋଗାଯୋଗ କରି ତୁରନ୍ତ ରାସନ କାର୍ଡ ଫେରାଇ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।