ପୁରା ରାତି ପତ୍ନୀଙ୍କୁ ମାରୁଥିଲା ନିର୍ଦ୍ଦୟ ସ୍ଵାମୀ, ଝିଅର ପିତା କହିଲେ କି – ଜ୍ଵାଇଁ କରୁଥିଲା କେବଳ ଏହି ଡିମାଣ୍ଡ କି…

ଗୋଟିଏ ମଣିଷ ଜୀବନରେ ବିବାହ ବହୁତ ଜରୁରୀ ହୋଇଥାଏ । ବିବାହ କରିବା କାହା ଜୀବନର ଇଛା ଥାଏ ତ କାହା ଜୀବନର ମଜବୁରି ରହିଥାଏ । କିନ୍ତୁ ଏହା ସମାଜ ପାଇଁ ବହୁତ ଜରୁରୀ ଅଟେ । କିନ୍ତୁ ସବୁ ବାହାଘର ସଫଳ ହେବେ ଏହା ଜରୁରୀ ନୁହେଁ । ଏଥିରେ ଧୋକା ଖାଇ ଥିବା ପଞ୍ଜାବର ଏକ ଝିଅ ବାହାଘରକୁ ନିଜ ଜୀବନର ଏକ ଅଭିଶାପ ବୋଲି ମାନି ନେଇଛି । ଏହା ପଛରେ ଥିବା କାରଣ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଛୁଟିରେ ଘରକୁ ଆସିଥିବା ସ୍ଵାମୀ ସ୍ତ୍ରୀକୁ ପଶୁ ଭଳି ମାରିଛି

ପଞ୍ଜାବରେ ବଠିଂଡାରେ ରହୁଥିବା ନିର୍ମଲ ସିଂହ ୧୧ ବର୍ଷ ପୂର୍ବେ ପରମଜୀତ କୌରଙ୍କ ସହିତ ବିବାହ କରିଥିଲା । ସେ ପ୍ରାୟତଃ ଘରକୁ ଆସେ ଏବଂ ପରମଜୀତ ସହ କୌଣସି ନା କୌଣସି କଥା ନେଇ ଝଗଡା କରିଥାଏ । କିନ୍ତୁ ଗୋଟିଏ ରାତିରେ ତାହା ସହିତ କିଛି ଅଜବ ହେଲା । ଦିନେ ନିର୍ମଲ ସିଂହ ଘରକୁ ଆସିଲା ତେବେ ସେ ବହୁତ ମଦ ପିଇ ଥିଲା ଏବଂ ଆସିବା ମାତ୍ରେ ହିଁ ପତ୍ନୀ ସହ ଝଗଡା କରିବାକୁ ଲାଗିଲା ।

ଝଗଡା ସବୁବେଳେ ଯୌତୁକକୁ ନେଇ ହେଉଥିଲା । ଯେଉଁଥିରେ ପରମଜୀତକୁ କହୁଥିଲା କି ତାହାର ପିତା ଆତ୍ମା ସିଂହ କିଛି ଯୌତୁକ ଦେଇ ନାହାନ୍ତି ଏବଂ ପରେ ଦେବେ ବୋଲି ପ୍ରତିଙ୍ଗ୍ୟା କରି ଭାଙ୍ଗି ଦେଲେ । ବର୍ତ୍ତମାନ ସେ ଯୌତୁକ ଆଣୂ ନ ହେଲେ ସେ ପରମଜୀତକୁ ମାରିବ ।

ଏହି କଥାକୁ ନେଇ ସବୁବେଳେ ଝଗଡା ହେଉଥିଲା । କିନ୍ତୁ ସେହିଦିନ ରାତିରେ ମଦ ପିଇ ନିର୍ମଲ ନିଜ ପତ୍ନୀଙ୍କୁ ମାରିବା ଆରମ୍ଭ କରିଲା ଏବଂ ପଶୁଭଳି ମାରୁଥିଲା । ଏବଂ ନିଜର ୧୧ ବର୍ଷର ଥିବା ରାଗକୁ ନିଜ ପତ୍ନୀ ଉପରେ ମାଡ ରୂପରେ ବାହାର କରିଲା ।

ସାରାରାତି ସେ ପରମଜିତକୁ ମାରୁଥିଲା ଏବଂ ଏହା ପରେ ଯେତେବେଳେ ନିର୍ମଲକୁ ନିଦ ଆସିଲା ସେତେବେଳେ ଯାଇ ତାକୁ ଛାଡିଲା । ଏବଂ ଶୋଇ ପଡିଲା । ଏହା ପରେ ପରମଜିତ ନିଜ ପିତାଙ୍କୁ ଫୋନ କରିଲା ଏବଂ ନିଜ ପିତା ସହ ନିଜ ଘରକୁ ଚାଲି ଆସିଲା । ଏହା ପରେ ପରମଜିତର ପିତା ପୁଲିସରେ କେସ ଦର୍ଜ କରିଲେ ଏବଂ ପୁଲିସ ନିର୍ମଲ ସିଂହକୁ ଗିରଫ୍ତାର କରି ନେଇଛନ୍ତି ।

ପୁଲିସଙ୍କ ଅନୁସାରେ ବର୍ତ୍ତମାନ ମାରିବାର କେବଳ କେସ ଦର୍ଜ କରା ଯାଇଛି ଏବଂ ଯେତେବେଳେ ପୀଡ଼ିତାର ଏକ୍ସରେ କରାଯିବ, ସେତେବେଳେ ଯେତେ ଫ୍ରେକ୍ଚର ହୋଇଛି ସେହି ହିସାବରେ ଧାରା ଲଗାଯିବ । ଏସଏସଆଈ ଗୁରଚରଣ ସିଂହ କହିଛନ୍ତି କି ବାକି କେସ ମହିଳାଙ୍କର ହୋସ ଆସିବା ପରେ ତାହାର ବୟାନ ଉପରେ ଦର୍ଜ କରାଯିବ । ଏଭଳି ଅମଣିଷ କୁ କି ଦଣ୍ଡ ଦିଆଯିବା ଦରକାର ଆପଣଙ୍କ ମତାମତ କମେଣ୍ଟ ରେ ଜଣାନ୍ତୁ ।