ରାତିରେ ବାରମ୍ବାର ନିଦ ଭାଙ୍ଗୁଛି କି ? (Sleep Apnea), ଏହାକୁ ହାଲୁକାରେ ନିଅନ୍ତୁ ନାହିଁ, ଦେଖନ୍ତୁ ଏହାର କାରଣ ଓ ଚିକିତ୍ସା ସମ୍ପର୍କରେ କଣ କହୁଛନ୍ତି Dr. Debasis Behera 

ସ୍ଲିପ ଆପନିଆ (sleep apnea) ଏକ ପ୍ରକାର ନିଦ୍ରା ଜନିତ ରୋଗ ଅଟେ । ରାତିରେ ଶୋଇଥିବା ବେଳେ ବାରମ୍ବାର ନିଦ ଭାଙ୍ଗିବାକୁ ସ୍ଲିପ ଆପନିଆ ବୋଲି କୁହାଯାଏ । ତେବେ ଶୋଇବା ବେଳେ ବାରମ୍ବାର କାହିଁକି ନିଦ ଭାଙ୍ଗି ଯାଏ ? ଏହି ରୋଗର ଆଉ ସବୁ ଲକ୍ଷଣ କଣ ? ଏହାର କାରଣ, ଚିକିତ୍ସା ଓ ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା ବିଶିଷ୍ଟ ଶ୍ଵାସ ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ବେହେରାଙ୍କ ଠାରୁ ।

ସ୍ଲିପ ଆପନିଆ ରୋଗରେ ଆମେ ରାତିରେ ଶୋଇଥିବା ଅବସ୍ଥାରେ ଆମ ଶ୍ଵାସନଳୀ ଅବରୋଧ ହୋଇଯାଏ । ଯାହାଫଳରେ ଆମେ ସଠିକ ପରିମାଣରେ ନିଃଶ୍ଵାସ ନେଇ ପାରି ନଥାଉ ଓ ଏଥିପାଇଁ ଆମ ନିଦ ଭାଙ୍ଗିଯାଏ । ଏହା ରାତିରେ ଶୋଇବା ବେଳେ ବାରମ୍ବାର ହୋଇଥାଏ । ଏପରି ହେବା ଦ୍ଵାରା ବ୍ୟକ୍ତିଙ୍କୁ କେବେ ଗାଢ ନିଦ ହୁଏ ନାହିଁ ଓ ଦିନସାରା ହାଲିଆ ଓ ବିରକ୍ତି ଲାଗେ ।

ଶୋଇବା ବେଳେ ଜୋରରେ ଘୁଙ୍ଗୁଡି ମାରିବା, ଦିନରେ ଅଧିକ ନିଦ ଲାଗିବା ଓ ନିଃଶ୍ଵାସ ବନ୍ଦ ହେବା ଭଳି ଲାଗିଲା ଆଦି ଏହି ରୋଗର ଲକ୍ଷଣ ଏହି ରୋଗର ପ୍ରଥମ କାରଣ ହେଉଛି ଶାରୀରିକ ଗଠନ । ଯେପରିକି ଟନସିଲ ବଢିବା, ନାକ ଭିତରେ କିଛି ବଢିବା କିମ୍ବା କାହାର ଯଦି ଜିଭ ବଡ ଥାଏ ତେବେ ସେମାନେ ଏସଏଲପି ଆପନିଆ ର ଶିକାର ହୋଇଥାନ୍ତି ।

ଆମ ମୁହଁରେ ଥିବା ହାଡ ଯଦି ଛୋଟ ଥାଏ କିମ୍ବା ପଛକୁ ଠେଲି ହୋଇ ରହିଥାଏ ତେବେ ମଧ୍ୟ ଏହି ରୋଗ ଦେଖା ଦେଇଥାଏ । ସେହିଅପରି ମୋଟା ଲୋକଙ୍କ ଶ୍ଵାସନଳୀରେ ଚର୍ବି ଜମିବା ହେତୁ ସେମାନଙ୍କ ଠାରେ ମଧ୍ୟ ଏହି ରୋଗ ଦେଖାଯାଏ । ସେହିପରି କିଛି ସ୍ନାୟବିକ ରୋଗ ଥିଲେ ମଧ୍ୟ ଏହି ରୋଗ ଦେଖାଯାଏ । ଯଦି ରୋଗୀଙ୍କ ଠାରେ ଉପରୋକ୍ତ ସମସ୍ତ ଲକ୍ଷଣ ଦେଖା ଯାଇଥାଏ ତେବେ ସେହି ସମସ୍ତ ବିଷୟ ଡାକ୍ତର ଅନୁଧ୍ୟାନ କରିବା ପରେ ରୋଗୀଙ୍କ କିପରି ଚିକିତ୍ସା କରିବେ ତାହା ନିଷ୍ପତ୍ତି ନେଇଥାନ୍ତି ।

ତେବେ ଏହା ପୂର୍ବରୁ ରୋଗୀଙ୍କ ଡାଇବେଟିସ, ରକ୍ତଚାପ ଓ ଥାଇରଏଡ ଆଦି ରୋଗ ଅଛି କି ନାହିଁ ତାହା ମଧ୍ୟ ଦେଖାଯାଏ । ମାଇଲ୍ଡ, ମୋଡରେଟ ଓ ସିଭିୟର ଆଦି ତିନୋଟି ଭାଗରେ ଏହାକୁ ବିଭକ୍ତ କରାଯାଇଛି । ସେହି ଅନୁସାରେ ଡାକ୍ତର ରୋଗୀଙ୍କ ଚିକିତ୍ସା କରନ୍ତି । ଏକ ମେସିନ ରହିଛି ସ୍ଲିପ ଆପ୍ ଯାହା ଶୋଇବା ସମୟରେ ଆମ ଶ୍ଵାସନଳୀକୁ ବନ୍ଦ ହେବାକୁ ଦିଏ ନାହିଁ ।

କିନ୍ତୁ ସମସ୍ତେ ଏହି ସବୁ ପ୍ରକ୍ରିୟାକୁ ବୁଝି ପାରନ୍ତି ନାହିଁ ବା ସେମାନଙ୍କୁ ଅସହଜ ମନେ ହୁଏ । ସେଥିପାଇଁ କିଛି ଔଷଧ ସେବନ କରିବାକୁ ମଧ୍ୟ ଦିଆଯାଏ । କଡେଇ ହୋଇ ଶୋଇବା ଦ୍ଵାରା ମଧ୍ୟ ଅନେକଙ୍କ ପାଇଁ ଲାଭଦାୟକ ରହିଥାଏ । ସର୍ଜରୀ ହେଉଛି ସବୁଠୁ ଶେଷ ବିକଳ୍ପ । ଯଦି ରୋଗୀଙ୍କୁ ବହୁତ ଅସୁବିଧା ହେଉଛି ତେବେ ଯାଇ ସର୍ଜରୀ କରିବାକୁ ଡାକ୍ତର ପରାମର୍ଶ କରନ୍ତି । ଏହା ପୂର୍ବରୁ ମଧ୍ୟ ଶ୍ଵାସନଳୀ କେଉଁ ଜାଗାରେ ଅବରୋଧ ହେଉଛି ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ।

ଯଦି ଆପଣଙ୍କ ଘରେ କେହି ଏହି ସବୁ ଅସୁବିଧାର ସମୁଖୀନ ହେଉଛନ୍ତି ତେବେ ତାଙ୍କୁ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।