ରାତି 10ଟା ପରେ ବି ବଞ୍ଚିଥିଲେ ଆଦିତ୍ୟ, ପୋଲିସକୁ ମିଳିଲା ଏହି ବଡ ସୁରାଗ

କହିବାକୁ ଗଲେ ୭ ଜୁଲାଇ ୨୦୨୦ରେ ସକାଳ ସମୟରେ ଲିଙ୍ଗରାଜ ଷ୍ଟେସନ ନିକଟରେ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ ଶରୀର ମିଳିଥିଲା । ସେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟା ଅଟେ ଏହା ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । ଆପଣଙ୍କୁ କହିଦେଉଛୁ କି ପୋସ୍ଟମର୍ଟେମ ରିପୋର୍ଟ ଅନୁସାରେ ସେ ୬ ଜୁଲାଇ ସନ୍ଧ୍ୟା ସମୟ ୮ ଟାରୁ ୮.୩୦ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ମୃତ୍ୟୁକୁ ନେଇ ଏକ ନୂତନ ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ବର୍ତ୍ତମାନ ଶୁଣିବାକୁ ମିଳୁଛି କି ଆଦିତ୍ୟ ଦାସ ୬ ଜୁଲାଇ ରାତି ୧୦ ପର୍ଯ୍ୟନ୍ତ ବଞ୍ଚି ଥିଲେ । ଯାହାକି ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା ଅଟେ ।

କହିବାକୁ ଗଲେ ଆଦିତ୍ୟ ଦାସଙ୍କ ମୃତ୍ୟୁର ମାମଲାକୁ ନେଇ ଆଜି ପର୍ଯ୍ୟନ୍ତ ବି ଯାଞ୍ଚ କରୁଛନ୍ତି । ପୋଲିସ ଏହି ମାମଲାର ସତ୍ୟତା ଜାଣିବା ପାଇଁ ଆଦିତ୍ୟ ଦାସଙ୍କ ବନ୍ଧୁ, ସ୍ତ୍ରୀ ଓ ତାଙ୍କର ପୁରା ପରିବାରକୁ ଜେରା କରିସାରିଛନ୍ତି । ଏହା ଛଡା ପୋଲିସ ଆଦିତ୍ୟ ଦାସଙ୍କ ମୋବାଇଲକୁ ନିଜ ଅଧୀନରେ ନେଇ ଥିଲା ଓ ଆପଣଙ୍କୁ କହିଦେଉଛୁ କି ଆଦିତ୍ୟ ଦାସ କାହାକୁ ଫୋନ କରିଛନ୍ତି ଓ କାହାକୁ ମ୍ୟାସେଜ କରିଛନ୍ତି ଏହା ବିଷୟରେ ବି ପୋଲିସ ସୂଚନା ହାସଲ କରି ସାରିଛି ।

ପୋଲିସଙ୍କ ଅନୁସାରେ ଆଦିତ୍ୟ ଦାସ ୬ ତାରିଖ ସନ୍ଧ୍ୟା ପରେ ନିଜ ଘରୁ ବାହାରକୁ ବାହାରି ଥିଲେ । ଏହା ପରେ ସେ ୬.୪୦ରେ ଏକ ଅଜଣା ନମ୍ବରକୁ ଫୋନ କରି ୧୮ ମିନିଟ କଥାବାର୍ତ୍ତା କରିଥିଲେ । କିନ୍ତୁ ସେହି ନମ୍ବର କାହାର ଓ ସେହି ବ୍ୟକ୍ତି ଜଣକ କିଏ, ପୋଲିସ ଆଜି ପର୍ଯ୍ୟନ୍ତ ସେହି ବ୍ୟକ୍ତିକୁ ଖୋଜି ପାରି ନାହାନ୍ତି ।

ଏହା ପରେ ପପୁ ବିଦ୍ୟାଶ୍ରୀଙ୍କୁ ଫୋନ କରି ସମସ୍ତ ଘଟଣା ବିଷୟରେ କହିଲେ । ବିଦ୍ୟାଶ୍ରୀ ପପୁଙ୍କୁ କହିଲେ କି ତାଙ୍କ ଭାଇ ଆଦିତ୍ୟ ଘର ଛାଡି ଚାଲି ଯାଇଛନ୍ତି ଏବଂ ସେ ମୋତେ ବି ଘରୁ ବାହାର କରି ଦେଇଛନ୍ତି । ଏହା ପରେ ପପୁ ଆଦିତ୍ୟ ଦାସଙ୍କୁ ଫୋନ କରିଥିଲେ । କିନ୍ତୁ ଆଦିତ୍ୟ ପପୁଙ୍କ ଫୋନକୁ ରିସିଭ କରି ନ ଥିଲେ । ଏହା ପରେ ପପୁ ୯.୪୨ରେ ଆଦିତ୍ୟଙ୍କ ୱାଟସଏପକୁ ଭୟେସ ମ୍ୟାସେଜ କରିଥିଲେ । ପପୁ ସେହି ଭୟେସ ମ୍ୟାସେଜରେ ବାରମ୍ବାର ନିଜ ଭାଇଙ୍କୁ ଘରକୁ ଫେରି ଆସିବା ପାଇଁ କହୁଛନ୍ତି ।

ଏହା ପରେ ଯେତେବେଳେ ଆଦିତ୍ୟ ଦାସ ଅନ୍ଲାଇନ ଆସିଲେ ତେବେ ଏହି ଭୟେସ ମ୍ୟାସେଜଟି ୯.୫୭ ମିନିଟରେ ଡେଲିବର ହୋଇଥିଲା । ଏହା ପରେ ଆଦିତ୍ୟ ଦାସ ୧୦.୨୩ରେ ଏହି ଭୟେସ ମ୍ୟାସେଜକୁ ସୀନ କରିଲେ ଓ ୧୦.୨୪ରେ ଏହି ଭୟେସ ମ୍ୟାସେଜକୁ ଶୁଣିଥିଲେ । ଏଥିରୁ ସ୍ପଷ୍ଟ ଜଣା ପଡୁଛି କି ଆଦିତ୍ୟ ଦାସ ୧୦.୨୪ ପର୍ଯ୍ୟନ୍ତ ବଞ୍ଚି ଥିଲେ ତେବେ ମୋବାଇଲ ଫ୍ରିଜ ମଧ୍ୟରେ ରହିଲା କେମିତି ।

କହିବାକୁ ଗଲେ ବିଦ୍ୟାଶ୍ରୀଙ୍କ ବୟାନ ଅନୁସାରେ ଆଦିତ୍ୟ ଦାସଙ୍କ ମୋବାଇଲ ଓ ଚାବି ଫ୍ରିଜ ମଧ୍ୟରେ ରଖି ଦେଇ ଆଦିତ୍ୟ ଦାସ ଘରୁ ଚାଲି ଯାଇ ଥିଲେ । ଏହା ଛଡା ସେହି ସମୟରେ ବିଦ୍ୟାଶ୍ରୀ କେଉଁଠି ଥିଲେ ଏହା ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ । ଏମିତିରେ ବିଦ୍ୟାଶ୍ରୀଙ୍କ ବୟାନ ଅନୁସାରେ ଯଦି ମୋବାଇଲ ଓ ଚାବି ଫ୍ରିଜ ମଧ୍ୟରେ ରହିଥିଲା ଓ ୮ ଟା ଓ ୮.୩୦ରେ ଆଦିତ୍ୟଙ୍କ ମୃତ୍ୟୁ ହୋଇ ଯାଇ ଥିଲା ତେବେ ୧୦.୨୪ରେ ଏହି ଭୟେସ ମ୍ୟାସେଜକୁ ଶୁଣୁଥିଲା କିଏ ଓ ଆଦିତ୍ୟ ଦାସଙ୍କ ମୋବାଇଲକୁ ବ୍ୟବହାର କିଏ କରୁଥିଲା । ଏମିତି ବି ହୋଇପାରେ କି ଯିଏ ମର୍ଡର କରିଛି ତାହା ହାତରେ ମୋବାଇଲ ଥିଲା କି ?

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।