ରାତି ଅଧରେ ବସରୁ ଓଲ୍ହାଇଲା ଝିଅ, ଡ୍ରାଇଭର କଣ୍ଡକ୍ଟର ପଚାରିଲେ – କେହି ନେବାକୁ ଆସିବେ, ସେ କହିଲା – ନା, ଆଉ ତା ପରେ…

କହିବାକୁ ଗଲେ ମହିଳାମାନେ କେବେ ବି ସେଫ ନୁହନ୍ତି । ଦେଶରେ ମହିଳାମାନଙ୍କ ସହିତ ଖରାପ ବ୍ୟବହାର ଓ ରେପ ଏକ ସାଧାରଣ କଥା ହୋଇଯାଇଛି । କିନ୍ତୁ ଏହା ମଧ୍ୟରେ ମୁମ୍ବାଇରେ ବେସ୍ଟ ବସ ର ଏକ ଡ୍ରାଇବର ଓ କଣ୍ଡକ୍ଟର କିଛି ଏମିତି କରି ଦେଖାଇଛନ୍ତି କି ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଏମାନଙ୍କ ବିଷୟରେ ଜାଣିବା ପରେ ଆପଣ ବି ଏମାନଙ୍କୁ ସାଲ୍ୟୁଟ କରିବେ ।

ରାତି ଅଧରେ ବସରୁ ଓଲ୍ହାଇଲା ଝିଅ, ଯେତେବେଳ ଡ୍ରାଇଭରକୁ ଜଣା ପଡିଲା କି ସେ ଏକୁଟିଆ ଅଛି ତେବେ ସେ ସେହି ଝିଅ ସହିତ କଣ କରିଲେ ଜାଣନ୍ତୁ ।

ରାତି ଅଧରେ ଝିଅ ଜଣକ ଓଲ୍ହାଇଲା ବସରୁ

କହିବାକୁ ଗଲେ ମୁମ୍ବାଇରେ କାମ କରୁଥିବା ଏକ ଝିଅ ୧.୩୦ ସମୟରେ ବେସ୍ଟ ବସରୁ ଗୋରେଗାଂୱ ରୟଲ ପାମ ବସ ସ୍ଟପରେ ଓଲ୍ହାଇଲା । ସେହି ଜାଗାଟି ବିଲକୁଲ ସୁନସାନ ଥିଲା । ଏହା ଦେଖି ଝିଅ ଜଣକ ଏକୁଟିଆ ଥିବାରୁ ଅଳ୍ପ ଡରି ଗଲା । ଏହା ପରେ ଡ୍ରାଇଭର ଓ କଣ୍ଡକ୍ଟର ସେହି ଝିଅକୁ ପଚାରିଲେ କି କେହି ଅଛନ୍ତି ତୁମ ସହିତ କିମ୍ବା କେହି ଆସିବାର ଅଛି କି ?

ତେବେ ଝିଅ ଜଣକ କହିଲା କି, ନାହିଁ ମୋତେ ଏକୁଟିଆ ହିଁ ଘରକୁ ଯିବାର ଅଛି । ଏହିଭଳି ପରିସ୍ଥିତିକୁ ଦେଖି ଡ୍ରାଇଭର ଓ କଣ୍ଡକ୍ଟର ସେତେବେଳ ପର୍ଯ୍ୟନ୍ତ ଛିଡା ହେଲେ ଯେତେବେଳ ପର୍ଯ୍ୟନ୍ତ ସେହି ଝିଅକୁ କୌଣସି ଅଟୋ ମିଳି ନ ଯାଇଛି । କିଛି ସମୟ ପରେ ସେଠାକୁ ଏକ ଅଟୋ ଆସିଲା ଓ ସେ ସେହି ଝିଅକୁ ନିଜ ଅଟୋରେ ବସାଇଲା ଓ ନେଇଗଲା । ସେମାନଙ୍କର ଏହି କାମ ପ୍ରଶଂସନୀୟ ଥିଲା ଓ ଦେଶରେ ଯଦି ସମସ୍ତେ ଏହିଭଳି ହୋଇଯିବେ ତେବେ ରେପ ଭଳି ଘଟଣା ବନ୍ଦ ହୋଇଯିବ ।

ସୋସିଆଲ ମିଡିଆରେ ହେଲା ପ୍ରଶଂସା

ସାଧାରଣତଃ ବସ ବାଲା ସେହି ଝିଅଟିକୁ ସେଠାରେ ଛାଡି ଚାଲି ଯାଇ ପାରିଥାନ୍ତେ । କାରଣ ତାଙ୍କ ଡ୍ୟୁଟିରେ ଏ ସବୁ ସାମିଲ ନ ଥିଲା । କିନ୍ତୁ ମଣିଷତ୍ଵ ଦୃଷ୍ଟିରୁ ସେମାନେ ଅଟୋ ମିଳିବା ପର୍ଯ୍ୟନ୍ତ ଅପେକ୍ଷା କରିଲେ । ଏହି ଘଟଣା ପରେ @nautankipanti ଟ୍ୱିଟର ହ୍ୟାଣ୍ଡଲରୁ ସେହି ଝିଅ ଜଣକ ବେସ୍ଟ ବସ ୩୯୮ ର ଡ୍ରାଇଭର ଓ କଣ୍ଡକ୍ଟରଙ୍କର ପ୍ରଶଂସା କରି ଲେଖିଲା କି, “ରାତି ୧.୩୦ ସମୟରେ ଶୁନଶାନ ରାସ୍ତାରେ ଏକୁଟିଆ ଥିଲି, ସେମାନେ ମୋତେ ଅଟୋ ମିଳିବା ପରେ ହିଁ ସେଠାରୁ ଗଲେ ।

ସେମାନେ ମୋତେ ପଚାରିଲେ – କଣ ଆପଣଙ୍କୁ କେହି ନେବା ପାଇଁ ଆସୁଛନ୍ତି । ଯେତେବେଳେ ମୁଁ କହିଲି ନା, ତେବେ ଯେ ପର୍ଯ୍ୟନ୍ତ ମୋତେ ଅଟୋ ନ ମିଳିଛି ବସକୁ ସେମାନେ ଅଟକାଇ ରଖିଲେ । ଏହା ପରେ ସେମାନେ ମୋତେ ଅଟୋରେ ବସାଇ ଚାଲିଗଲେ । ଏହି କାରଣ ଅଟେ କି ମୁଁ ମୁମ୍ବାଇକୁ ଭଲ ପାଏ ।