ରସୁଣରେ ଏହି ଜିନିଷରେ ମିଶାଇ କରନ୍ତୁ ସେବନ, ଦୂର ହୋଇଯିବ ଶରୀରର ଏହି ସବୁ ରୋଗ

ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ରହିଥାଏ, ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ବଞ୍ଚାଇ ଥାଏ । ହେଲେ ଆଜି କାଲିର ଦୁନିଆରେ ଖାଦ୍ୟ ପେୟର ଅନିୟମିତତା ଓ ଅନୁଚିତ ଜୀବନଶୈଳୀ ହେତୁ ଆମ ଶରୀରରେ ଥିବା ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ । ଯାହାଫଳରେ ଆମକୁ କୌଣସି ପ୍ରକାରର ରୋଗ ବହୁତ ସହଜରେ ଆକ୍ରାନ୍ତ କରିଥାଏ ।

ହେଲେ ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ ଆପଣ ସଠିକ ଉପାୟରେ ଉପଯୋଗ କଲେ ଆପଣଙ୍କ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି ହେବ ଓ ଆପଣଙ୍କୁ କୌଣସି ପ୍ରକାରର ରୋଗ ହେବ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ଏହି ଉପାୟ ପାଇଁ ରସୁଣର ଆବଶ୍ୟକତା ଅଛି । ରସୁଣକୁ ଆମେ ଖାଦ୍ୟ ତିଆରି କରିବା ସମୟରେ ବ୍ୟବହାର କରିଥାଉ, ଏହା ଖାଦ୍ୟକୁ ସ୍ଵାଦିଷ୍ଟ କରିବା ସହ ଆମ ଶରୀର ପାଇଁ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ । ହେଲେ ଆୟୁର୍ବେଦ ଅନୁସାରେ ଏହି ରସୁଣ ସାହାର୍ଯ୍ୟରେ ଆପଣ ନିଜ ଶରୀରର ଇମ୍ୟୁନିଟି ପାୱାରକୁ ବଢେଇ ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ପରି ଆମେ ରସୁଣକୁ ସେବନ କରିବା ଉଚିତ ।

ରାତି ସମୟରେ ରସୁଣକୁ ପ୍ରଥମେ ମହୁରେ ବୁଡାଇ ରଖନ୍ତୁ, ସକାଳେ ଉଠି ସେହି ରସୁଣର ଏକ ପାଖୁଡାକୁ ଖାଲି ପେଟରେ ସେବନ କରନ୍ତୁ । ଏହାର ସେବନରେ ଆମ ଶରୀରର ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି ହୋଇଥାଏ, ବହୁତ ସ୍ଥାନରେ ଏହାକୁ ଅମୃତ ନାମରେ ନାମିତ କରାଯାଇଛି । ଏହା ଆମର ହୃତପିଣ୍ଡକୁ ସୁସ୍ଥ ରଖିଥାଏ ।

ସାଧାରଣତଃ ଅଧିକାଂଶ ଲୋକଙ୍କ ଶରୀରରେ କୋଲେଷ୍ଟ୍ରୋଲର ଲେବଲ ବଢିଯାଇଥାଏ, ସେଥିପାଇଁ ସେମାନଙ୍କୁ ହାର୍ଟଟାକ ମଧ୍ୟ ହୋଇପାରେ, ହେଲେ ଏହାର ସେବନରେ ଆପଣ ନିଜ କୋଲେଷ୍ଟ୍ରୋଲ ଲେବଲକୁ ନିୟନ୍ତ୍ରଣ କରିପାରିବେ ।

ରସୁଣକୁ ମହୁରେ ବୁଡାଇ ସେବନ କଲେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ଆପଣଙ୍କର ହୃତପିଣ୍ଡ ସୁସ୍ଥ ରହିବ । ଏହାର ନିୟମିତ ସେବନ ଦ୍ଵାରା ଆପଣଙ୍କୁ କେବେ ହାର୍ଟଟାକ ହେବ ନାହିଁ । ତେଣୁ ଆପଣ ମଧ୍ୟ ଏହାକୁ ନିୟମିତ ରୂପେ ସେବନ କରନ୍ତୁ ଓ ନିଜକୁ ସୁସ୍ଥ ରଖନ୍ତୁ ।