ଦେଖନ୍ତୁ ଭିଡିଓ : ସ୍କୁଲର ଦୁଇଟି ପିଲା ରାସ୍ତା ଉପରେ ଦେଖାଇଲେ ଏମିତି କମାଲ, ଲୋକେ କହିଲେ ‘ଏମାନଙ୍କୁ ଓଲମ୍ପିକରେ ପଠା ଯାଉ’

ଇଣ୍ଟର୍ନେଟ ଏକ ଏମିତି ଜାଗା ଅଟେ ଯେଉଁଠି ବିଭିନ୍ନ ପ୍ରକାରର ଜିନିଷ ଭାଇରାଲ ହୋଇଥାଏ । ଏହା ମାଧ୍ୟମରେ ଆପଣ ନିଜର ପ୍ରତିଭାକୁ ସମସ୍ତଙ୍କ ସାମ୍ନାକୁ ଆଣି ପାରିବେ । କହିବାକୁ ଗଲେ ଯଦି କାହାର ପ୍ରତିଭା ଲୋକମାନଙ୍କୁ ପସନ୍ଦ ଆସି ଗଲା ତେବେ ତାହା ଭାଇରାଲ ହୋଇ ଯାଏ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏକ ଭିଡିଓ ଦେଖାଇବୁ ଯେଉଁଥିରେ ଦୁଇ ଜଣ ପିଲାଙ୍କର ଏକ ଭଲ କୃତିତ୍ତ୍ଵ ଦେଖାଇ ବାକୁ ଯାଉଛୁ ।

ସ୍ପୋର୍ଟ ଭାଷାରେ ଏହାକୁ ଜିମନାସ୍ଟିକ ବି କହି ପାରିବେ । ଆପଣ ବିଭିନ୍ନ ପ୍ରକାର ଟିଭି ଶୋ କିମ୍ବା ଓଲିମ୍ପିକରେ ଏହିଭଳି କମାଲ ଦେଖିଥିବେ । ଏମିତିରେ ଏହି ଦୁଇ ଜଣ ପିଲାଙ୍କର ଏହି ଭିଡିଓ ବହୁତ ଜଲ୍ଦି ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ସ୍କୁଲ ଡ୍ରେସ ପିନ୍ଧି ଏହିଭଳି କୃତିତ୍ତ୍ଵ ଦେଖାଉଛନ୍ତି । ଏତିକି ନୁହେଁ ଏମାନଙ୍କ ପିଠିରେ ସ୍କୁଲ ବ୍ୟାଗ ବି ଅଛି । କିନ୍ତୁ ଏହା ସତ୍ତ୍ୱେ ବି ରାସ୍ତା ଉପରେ ଚାଲୁ ଚାଲୁ ବହୁତ ଆରାମରେ ନିଜର ଜିମ୍ନାଷ୍ଟିକ ଦେଖାଉଛନ୍ତି ।

ସର୍ବ ପ୍ରଥମେ ପୁଅଟି ଦୌଡି ଆସୁଛି ଓ ଗୁଲାଟୀ ମାରୁଛି । ପୁଣି ଝିଅ ଆସୁଛି ଓ ସେ ଏକା ସହିତ ଦୁଇ ଥର ଗୁଲାଟୀ ମାରୁଛି । ଏମାନଙ୍କର ଏହି ପ୍ରତିଭା ଦ୍ଵାରା ଲୋକମାନେ ଏତେ ଅଧିକ ପ୍ରଭାବିତ ହେଉଛନ୍ତି କି ଯିଏ ବି ଏମାନଙ୍କର ଏହି ଭିଡିଓକୁ ଦେଖୁଛି ସେ କହୁଛନ୍ତି କି ଏମାନଙ୍କୁ ଓଲିମ୍ପିକ ପଠାଇ ଦିଅ । କହିଦେଉଛୁ କି ଓଲିମ୍ପିକରେ ଏହିଭଳି ପ୍ରତିଭାମାନଙ୍କ ପାଇଁ ଜିମନାସ୍ଟିକର ଏକ କ୍ୟାଟାଗୋରୀ ଅଛି ।

ଏମିତିରେ ଲୋକମାନଙ୍କର କହିବା ଅଟେ କି ଯଦି ଏହି ଦୁଇ ଜଣ ପିଲାମାନଙ୍କୁ ସଠିକ ପ୍ଲାଟଫାର୍ମ ମିଳିବ ତ ଏମାନେ ଦେଶର ନାମକୁ ଉଚ୍ଚ କରି ପାରିବେ । ଏହି ଚିନ୍ତାଧାରା ସହିତ ଏକ ୟୁଜର ଏହି ଭିଡିଓକୁ ଟ୍ୱିଟରରେ ଖେଳ ମନ୍ତ୍ରୀ କିରଣ ରିଜୀଜୂଙ୍କୁ ବି ଟ୍ୟାଗ କରିଛନ୍ତି ।

କହିଦେଉଛୁ କି ଏହି ଭିଡିଓକୁ ଦେଖି ଲାଗୁଛି କି କେହି ଏହି ଭିଡିଓକୁ TikTok ପାଇଁ କରିଛି । କିନ୍ତୁ ବର୍ତ୍ତମାନ ଏହି ଭିଡିଓ ଟ୍ୱିଟର ଭଳି ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବି ଭାଇରାଲ ହେଉଛି । ବର୍ତ୍ତମାନ ଆପଣ ବି ଏହି ଭାଇରାଲ ଭିଡିଓକୁ ଦେଖି ପାରିବେ ।

ଦେଖନ୍ତୁ ଭିଡିଓ:

https://twitter.com/i/status/1165486924720529408

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।