କଠୋର, ନରମ କି ମଜାଳିଆ ଅଟନ୍ତି ଆପଣ ? ରାଶି ଆନୁସାରେ ଜାଣନ୍ତୁ ବ୍ୟକ୍ତିର ସ୍ଵଭାବ

ଆପଣଙ୍କ ପାଖରେ ଯେତେ ବି ଟଙ୍କା ଥାଉ ନା କାହିଁକି ଆପଣ ତାହା ଦ୍ଵାରା ଇଜ୍ଜତ ଓ ମାନ ସମ୍ମାନ କିଣି ପାରିବେ ନାହିଁ । ସମ୍ମାନ ଆପଣଙ୍କୁ ସାମ୍ନାରେ ଥିବା ବ୍ୟକ୍ତି ସେତେବେଳେ ଦେବ ଯେତେବେଳେ ଆପଣ ତାହା ସହିତ ଭଲ ବ୍ୟବହାର କରିବେ । ଆମେ ଏହା ବି କହି ପାରିବା କି ସମସ୍ତ ମଣିଷଙ୍କର ବ୍ୟବହାର ଓ ପର୍ସନାଲିଟିର ସମ୍ବନ୍ଧ ତାହାର ହୃଦୟ ସହ ହୋଇଥାଏ ।

ଆପଣଙ୍କର ହୃଦୟ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ଆଜି ଆମେ ଆପଣମାନଙ୍କୁ ରାଶି ଅନୁସାରେ କହିଦେବୁ କି କେଉଁ ବ୍ୟକ୍ତି ଭଲ ଓ କେଉଁ ବ୍ୟକ୍ତି ଖରାପ ସ୍ଵଭାବର ଅଟେ ? ଏହା ସହିତ ତାଙ୍କର ହୃଦୟ ତାଙ୍କର ବ୍ୟକ୍ତିତ୍ବକୁ ବି ଦର୍ଶାଇ ଥାଏ ।

ମେଷ :

ଏହି ରାଶିର ଲୋକମାନେ ଭଲ ହୃଦୟର ହୋଇଥାନ୍ତି । ଏମାନଙ୍କର ହୃଦୟରେ ଅନ୍ୟ ବ୍ୟକ୍ତିମାନଙ୍କ ପାଇଁ ଦୟାର ଭାବନା ବହୁତ ରହିଥାଏ । ଏମାନେ ଥରେ ଯଦି କାହାକୁ ନିଜର କରି ଦିଅନ୍ତି ତେବେ ତାଙ୍କ ପାଇଁ ନିଜର ଜୀବନ ପର୍ଯ୍ୟନ୍ତ ଦେଇ ଦିଅନ୍ତି ।

ବୃଷ :

ଏମାନେ ଦୟାଳୁ ହୋଇଥାନ୍ତି । ଏମାନଙ୍କର ହୃଦୟ ବହୁତ ବଡ ହୋଇଥାଏ । ଏମାନେ ଦାନ, ଧର୍ମର ଓ ଅନ୍ୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିବା ଉପରେ ବିଶ୍ଵାସ ରଖନ୍ତି ।

ମିଥୁନ :

ଏମାନଙ୍କର ହୃଦୟ ନିର୍ମଳ ଅଟେ । ଏମାନେ ନିଜ ହୃଦୟରେ କୌଣସି କଥା ଲୁଚାଇ ରଖନ୍ତି ନାହିଁ, ଯାହା ହୃଦୟରେ ଥାଏ ତାହା ତାଙ୍କ ମୁହଁରେ ବି ଥାଏ ।

କର୍କଟ :

ଏମାନେ ବହୁତ କେୟାରିଙ୍ଗ ନେଚରର ହୋଇଥାନ୍ତି । ଏମାନଙ୍କର ହୃଦୟ ସମସ୍ତଙ୍କ ଚିନ୍ତା କରିଥାଏ । ଏମାନେ ନିଜ ଠାରୁ ଅଧିକ ଅନ୍ୟ ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରିଥାନ୍ତି ।

ସିଂହ :

ଏମାନଙ୍କର ହୃଦୟ ପ୍ରେମରେ ଭରପୁର ଥାଏ । ଏମାନଙ୍କର ପାଖାପାଖି ଲୋକମାନଙ୍କ ପାଇଁ ଏମାନଙ୍କ ମନରେ ବହୁତ ଭଲ ପାଇବା ଥାଏ ।

କନ୍ୟା :

ଏମାନେ ଖୋଲା ଓ ସଫା ହୃଦୟର ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କର ମନରେ କାହା ପ୍ରତି କୌଣସି ଖରାପ ଚିନ୍ତାଧାରା ନ ଥାଏ । ଏମାନେ ଅନ୍ୟ ବ୍ୟକ୍ତିମାନଙ୍କୁ ଜଲ୍ଦି କ୍ଷମା କରି ଦିଅନ୍ତି ।

ମକର :

ଏମାନଙ୍କୁ ଆପଣ ଭଲ ଓ ଖରାପ ହୃଦୟ ଦୁଇଟି ଯାକ ହିଁ କହି ପାରିବେ । ବନ୍ଧୁ ମାନଙ୍କ ପାଇଁ ଏମାନଙ୍କର ହୃଦୟରେ ଭଲ ପାଇବା ଥାଏ କିନ୍ତୁ ଶତ୍ରୁମାନଙ୍କ ପାଇଁ ଏମାନଙ୍କର ହୃଦୟ କଠୋର ହୋଇଥାଏ ।

ଧନୁ :

ଏମାନଙ୍କର ହୃଦୟ କିଛି ଲୋକମାନଙ୍କ ପାଇଁ ହିଁ ସ୍ପନ୍ଦନ କରିଥାଏ । ଅର୍ଥାତ କେବଳ ନିଜର ପାଖାପାଖି ଲୋମାନଙ୍କ ପାଇଁ ହିଁ ଏମାନେ ଚିନ୍ତା କରନ୍ତି । କୌଣସି ଅନ୍ୟ ବ୍ୟକ୍ତିଙ୍କ ସହ ଏମାନଙ୍କର କୌଣସି ମତଲବ ନ ଥାଏ ।

ବିଛା :

ଏମାନଙ୍କର ହୃଦୟ ବଡ ବିଚଳିତ ଅଟେ । ଏମାନେ ନିଜ ବିଚାରର ହାବ ଭାବ ଲଗାତାର ବଦଳାଇ ଥାନ୍ତି ।

ତୁଳା :

ଏମାନେ ଅଳ୍ପ କଠୋର ହୃଦୟର ହୋଇଥାନ୍ତି । ଏମାନଙ୍କୁ ଅତି ସହଜରେ ମନାଇ ହେବ ନାହିଁ । ଏମାନଙ୍କର ହୃଦୟକୁ ଜିତିବା ବହୁତ କଷ୍ଟ ହୋଇଥାଏ ।

କୁମ୍ଭ :

ଏମାନେ ବହୁତ ଖୋଲା ହୃଦୟର ହୋଇଥାନ୍ତି, ଏମାନେ କାହା ସହିତ ବି ଭଲ ଭାବରେ ମିଶି ଯାଆନ୍ତି । ଏମାନେ ନିଜର ଜୀବନକୁ ବହୁତ ଏନ୍ଜୟ କରିଥାନ୍ତି ।

ମୀନ :

ଏମାନେ ବିନମ୍ର ହୃଦୟର ହୋଇଥାନ୍ତି । ଏମାନଙ୍କର ହୃଦୟ ବହୁତ ଜଲ୍ଦି ତରଳି ଯାଏ । ଏମାନେ କାହାକୁ ବି ଅସୁବିଧାରେ ଦେଖିଲେ ତାହାର ସାହାର୍ଯ୍ୟ ପାଇଁ ଚାଲି ଯାଆନ୍ତି ।

ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଏମିତି ଅନେକ ନୂଆ ନୂଆ ଲେଖା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।