ନିଜ ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ପାଇଁ କେଉଁ କ୍ୟାରିୟର ବେଷ୍ଟ ହେବ

ବନ୍ଧୁମାନେ ସ୍କୁଲ ଶେଷ ହେବା ପରେ ସମସ୍ତଙ୍କୁ ନିଜର କ୍ୟାରିୟରର ଟେନସନ ଥାଏ । ଖାସକରି ପିଲାମାନେ ବୁଝି ପାରନ୍ତି ନାହିଁ କି ତାଙ୍କୁ କେଉଁ ଲାଇନକୁ ନିଜର କ୍ୟାରିୟର କରିବା ଉଚିତ । କିଛି ପିଲାମାନେ ମାତା ପିତାଙ୍କର ପ୍ରେସରରେ ଆସି ତ କିଛି ସାଙ୍ଗମାନଙ୍କର କଥାରେ ଆସି ନିଜର କ୍ୟାରିୟରକୁ ବାଛିଥାନ୍ତି । କିନ୍ତୁ ଆପଣଙ୍କୁ ଜାଣି ନେବା ଉଚିତ କି ଆପଣଙ୍କ ଭିତରେ କଣ ପ୍ରତିଭା ଅଛି ଓ ସେହି ହିସାବରେ ଆପଣ ନିଜର କ୍ୟାରିୟରକୁ ବାଛି ପାରିବେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଆପଣଙ୍କ ରାଶି ହିସାବରେ ଆପଣଙ୍କ ପ୍ରତିଭା ଓ ସଠିକ କ୍ୟାରିୟର ବିଷୟରେ କହିବାକୁ ଯାଉଛୁ ।

ମେଷ :

Image courtesy: Google

ଏହି ରାଶିମାନଙ୍କୁ କ୍ରିଏଟିବ କ୍ଷେତ୍ରରେ ଭଲ କ୍ୟାରିୟର ଗଢିବା ଉଚିତ । ଏମାନଙ୍କର ଇମାଜିନେଶନ ପାୱର ଭଲ ଅଟେ । ସେଥିପାଇଁ ଏମାନେ ଲେଖିବା, ଡିଜାଇନିଙ୍ଗ, ମାର୍କେଟିଙ୍ଗ ଓ ବିଜନେସ କ୍ଷେତ୍ରରେ ଅଧିକ ଉନ୍ନତି କରି ପାରିବେ ।

ବୃଷ :

ଏହି ଲୋକମାନେ ବହୁତ ବୁଦ୍ଧିମାନ ଓ ଚାଲାଖ ହୋଇଥାନ୍ତି । ଏମାନଙ୍କୁ ସମସ୍ତ ସମସ୍ୟାର ସମାଧାନ କରିବାକୁ ଭଲ ଲାଗିଥାଏ । ଏହି କାରଣରୁ ଏମାନେ ପୋଲିସ, ବ୍ୟାଙ୍କିଙ୍ଗ, ଟିଚିଙ୍ଗ ଓ ସୁରକ୍ଷା ବଳରେ ଅଧିକ ସଫଳ ହୋଇଥାନ୍ତି ।

ମିଥୁନ :

ଏହି ରାଶିର ଲୋକମାନେ ଏକ ଭଲ ଯୁଗାଡୁ ହୋଇଥାନ୍ତି । ଏମାନେ ନିଜର କଥାକୁ ଅନ୍ୟମାନଙ୍କ ଦ୍ଵାରା ମନାଇବା ଭଲ ଭାବରେ ଜାଣିଥାନ୍ତି । ସେଥିପାଇଁ ଏମାନଙ୍କର କ୍ୟାରିୟର ସେଲ୍ସ, ମାର୍କେଟିଙ୍ଗ, ଦୋକାନ, ରାଜନୀତି, ଆଇନ ଭଳି ଜାଗାରେ ଭଲ ରହିଥାଏ ।

Image courtesy: Google

କର୍କଟ :

ଏହି ଲୋକମାନେ ସମସ୍ତ ଜିନିଷକୁ ଶିଖିବା ପାଇଁ ଇଚ୍ଛା ରଖିଥାନ୍ତି । ଥରେ ଯଦି କୌଣସି ଜିନିଷ ବିଷୟରେ ଜାଣି ଯାଆନ୍ତି ତେବେ ସେଥିରେ ସେମାନେ ମାହିର ହୋଇ ଯାଆନ୍ତି । ସେଥିପାଇଁ ଏମାନେ ସବୁଥିରେ ସଫଳତା ପାଇଥାନ୍ତି । ଅର୍ଥାତ ଏମାନେ ନିଜ ପାଇଁ କୌଣସି ବି କ୍ୟାରିୟର ବାଛି ପାରିବେ ।

ସିଂହ :

ଏହି ରାଶିର ଲୋକମାନେ ନିଜ କାମକୁ ନେଇ ବହୁତ ପରିଶ୍ରମ କରିଥାନ୍ତି । ସେଥିପାଇଁ ଯେଉଁ କ୍ଷେତ୍ରରେ ପରିଶ୍ରମ ଓ ବିଶ୍ଵାସକୁ ପ୍ରାଥମିକତା ଦିଆଯାଏ ସେଥିରେ ଏମାନଙ୍କର କ୍ୟାରିୟର ଭଲ ଚାଲିଥାଏ ।

କନ୍ୟା :

ଏହି ରାଶିର ଲୋକମାନେ ଟିଚିଙ୍ଗ, ବ୍ୟାଙ୍କିଙ୍ଗ, ପୋଷ୍ଟ ଅଫିସ, ଫୁଡ ସର୍ବିସ କିମ୍ବା ଅନ୍ୟ ସର୍ବିସରେ ବେଷ୍ଟ କ୍ୟାରିୟର ଗଢି ପାରିବେ ।

ମକର :

ଏହି ରାଶିର ଲୋକମାନେ ଟେକ୍ନୋଲୋଜିର ବହୁତ ବଡ ଫ୍ୟାନ ହୋଇଥାନ୍ତି । ସେଥିପାଇଁ ଏମାନଙ୍କର କ୍ୟାରିୟର ଆଈ ସେକ୍ଟରରେ ଭଲ ଚାଲିଥାଏ ।

Image courtesy: Google

ତୁଳା :

ଏମାନଙ୍କୁ ଅନ୍ୟ ବ୍ୟକ୍ତିଙ୍କ ଅଣ୍ଡର ରେ ରହି କାମ କରିବାକୁ ପସନ୍ଦ ଲାଗେ ନାହିଁ । ସେଥିପାଇଁ ଏମାନେ ନିଜର ହିଁ ବିଜନେସ ସେଟ କରିଥାନ୍ତି ।

ବିଛା :

ଏମାନେ ବହୁତ ଶାନ୍ତ ଓ ସରଳ ସ୍ଵଭବାର ହୋଇଥାନ୍ତି । ଏମାନଙ୍କୁ ନିଜ କାମ ଠାରୁ ଅଧିକ ଭଲ ଲାଗେ ନିଜ ଜୀବନକୁ ଏନଜୟ କରିବା ।

ଧନୁ :

ଏମାନେ ଶିକ୍ଷା, ରାଜନୀତି ଓ ସେଲ୍ସ କ୍ଷେତ୍ରରେ ବହୁତ ନାମ କରିଥାନ୍ତି ।

କୁମ୍ଭ :

Image courtesy: Google

ଏମାନଙ୍କୁ ଅନ୍ୟର ଖୁସିରେ ନିଜ ଖୁସି ନଜର ଆସିଥାଏ । ସେଥିପାଇଁ ଏମାନେ ଏନଜିଓ, ମେଡିକାଲ ଓ ଏଂଟରଟେନମେଂଟ କ୍ଷେତ୍ରରେ ଅଧିକ ସଫଳ ହୋଇଥାନ୍ତି ।

ମୀନ :

ଏମାନେ ଜୀବନରେ କିଛି ବଡ କରିବା ପାଇଁ ଚେଷ୍ଟା କରୁଥାନ୍ତି । ସେଥିପାଇଁ ଏମାନେ ପ୍ରାୟତଃ ଚାକିରି କରନ୍ତି ନାହିଁ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।