ନିଜ ରାଶି ଦ୍ଵାରା ଜାଣନ୍ତୁ କେଉଁ ଦେବୀ ଦେବତାଙ୍କ ପୂଜା କରିବା ଆପଣଙ୍କ ପାଇଁ ଲାଭକାରୀ

ହିନ୍ଦୁ ଧର୍ମରେ ଦେବା ଦେବୀଙ୍କ ପୂଜାର ବହୁତ ମହତ୍ଵ ରହିଛି । ଏହା ପ୍ରାଚୀନ କାଳରୁ ଚାଲି ଆସିଛି । କୁହାଯାଏ କି ଯେଉଁ ଲୋକ ଦେବା ଦେବୀଙ୍କ ଆରାଧନା କରିଥାଏ, ତା’ ଜୀବନରେ ଥିବା ସବୁ ଦୁଃଖ ଦୂର ହୋଇଯାଇଥାଏ । ହିନ୍ଦୁ ଧର୍ମରେ ବିଭିନ୍ନ ପ୍ରକାରର ଦେବା ଦେବୀ ଅଛନ୍ତି । ଆପଣମାନେ ମଧ୍ୟ ସମସ୍ତ ଦେବା ଦେବୀଙ୍କର ପୂଜା କରୁଥିବେ । ହେଲେ ଯଦି ଆପଣ ନିଜ ରାଶି ହିସାବରେ କିଛି ଦେବା ଦେବୀଙ୍କୁ ପୂଜା କରିବେ, ତେବେ ଆପଣଙ୍କୁ ବହୁତ ଫାଇଦା ମିଳିବ ।

ସବୁ ରାଶିର ଲୋକମାନଙ୍କର କିଛି ଖାସ ସମସ୍ୟା ରହିଥାଏ । ତେଣୁ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ନିଜ ରାଶି ହିସାବରେ ଦେବା ଦେବୀଙ୍କୁ ପୂଜା କରିବା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ମେଷ ରାଶି

ଏହି ରାଶିର ଜାତକମାନଙ୍କର ଭାଗ୍ୟ ଅଧିକାଂଶ ଖରାପ ରହିଥାଏ, ତେଣୁ ଏମାନଙ୍କୁ ଗଣେଶ ଭଗବାନଙ୍କ ଆରାଧନା କରିବା ଉଚିତ ।

ବୃଷ ରାଶି

ଏହି ରାଶିର ଜାତକଙ୍କୁ ଏକ ସଠିକ ମାର୍ଗ ଦର୍ଶନର ଆବଶ୍ୟକତା ରହିଥାଏ । ସେଥିପାଇଁ ଏମାନଙ୍କୁ ସବୁବେଳେ ସକାଳେ ଉଠିଲା ପରେ ଓ ରାତିରେ ଶୋଇବା ପୂର୍ବରୁ ରାମଙ୍କର ନାମ ଜପ କରିବା ଉଚିତ ।

ମିଥୁନ ରାଶି

ଏମାନଙ୍କର ପ୍ରାୟତଃ ଆର୍ଥିକ ପରିସ୍ଥିତି ଭଲ ନଥାଏ । ତେଣୁ ଏମାନେ ମା ଲକ୍ଷ୍ମୀଙ୍କୁ ଆରାଧନା କରିବା ଉଚିତ ।

କର୍କଟ ରାଶି

ଏହି ରାଶିର ଲୋକମାନଙ୍କ ଉପରେ ଶିବଙ୍କର କୃପା ରହିଥାଏ । ତେଣୁ ଏହି ରାଶିର ଜାତକମାନଙ୍କୁ ପ୍ରତି ସୋମବାର ଦିନ ଶିବଙ୍କୁ ଆରାଧନା କରିବା ଉଚିତ ।

ସିଂହ ରାଶି

ଏହି ରାଶିର ଜାତକଙ୍କ ପାଇଁ ବିଷ୍ଣୁ ଭଗବାନଙ୍କ ପୂଜା କରିବା ବହୁତ ଲାଭଦାୟକ ହୋଇଥାଏ । ଏହା ଦ୍ଵାରା ତାଙ୍କ ପରିବାରରେ ସୁଖ ଓ ସମୃଦ୍ଧି ଆସିଥାଏ ।

କନ୍ୟା ରାଶି

ସବୁ ସଙ୍କଟରୁ ବଞ୍ଚିବା ପାଇଁ ଏହି ରାଶିର ଲୋକମାନଙ୍କୁ ସଙ୍କଟ ମୋଚନ ଶ୍ରୀ ହନୁମାନଙ୍କର ପୂଜା କରିବା ଉଚିତ ।

ମକର ରାଶି

ଏହି ରାଶିର ଜାତକମାନଙ୍କୁ ମା ସରସ୍ଵତୀଙ୍କ ଆରାଧନା କରିବା ଉଚିତ । ଏହା ଦ୍ଵାରା ଏମାନଙ୍କର ବୁଦ୍ଧିର ବିକାଶ ହେବ ଓ ଏମାନେ ଜୀବନରେ ସଫଳତା ହାସଲ କରିବେ ।

ତୁଳା ରାଶି

ଏହି ରାଶିର ଲୋକମାନଙ୍କୁ ଶନି ଦେବତାଙ୍କ ଆରାଧନା କରିବା ଉଚିତ । କାରଣ ଏହା ଦ୍ଵାରା ସେମାନେ ଶତୃ ଉପରେ ବିଜୟ ଲାଭ କରିବେ ।

ଧନୁ ରାଶି

ଏହି ଲୋକ ଶିବ ଓ କୃଷ୍ଣ ଭଗବାନଙ୍କର ପୂଜା ପାଠ କରିବା ଉଚିତ । ଏହା ଦ୍ଵାରା ଏମାନଙ୍କର ଜୀବନ ସୁଖମୟ ହୋଇଥାଏ ।

ବିଛା ରାଶି

ଏମାନଙ୍କୁ ପ୍ରତି ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢାଇବା ଉଚିତ । ଏହା ଦ୍ଵାରା ସେମାନଙ୍କର ଦୁର୍ଭାଗ୍ୟ ଦୂର ହେବା ସହ ସେମାନେ ସଫଳତା ପାଇବେ ।

କୁମ୍ଭ ରାଶି

ଏହି ରାଶିର ଜାତକଙ୍କୁ ମା’ ଦୂର୍ଗାଙ୍କର ପୂଜା କରିବା ଉଚିତ । ମା ଦୂର୍ଗାଙ୍କ ଆଶୀର୍ବାଦରେ ଆପଣ ବହୁତ ଶୀଘ୍ର ସଫଳତା ପାଇବେ ।

ମୀନ ରାଶି

ଏହି ରାଶିର ଜାତକଙ୍କୁ ଭଗବାନ ଗଣେଶ ଓ ଶିବଙ୍କର ପୂଜା କରିବା ଉଚିତ ।