ରାସନ କାର୍ଡକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଯଦି ଆପଣଙ୍କର ବି ଅଛି ରାସନ କାର୍ଡ, ତେବେ ପଢନ୍ତୁ ଏହି ଖବର

ସବୁ ୟୁନିୟନ ଦେଶ ଏବଂ ରାଜ୍ୟ ଦ୍ଵାରା ରାଶନ କାର୍ଡରେ ଆଧାର ନମ୍ବରକୁ ଲିଙ୍କ କରିବା ପାଇଁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧି କରାଯାଇଛି । କଞ୍ଜୁମର ଅଫେୟାର୍ସ ଫୁଡ ଆଣ୍ଡ ପବ୍ଲିକ ଡିଷ୍ଟିବ୍ୟୁସନ ସୋମବାର ଦିନ ଏହି ବିଷୟରେ ସୂଚନା ଦେଇଛନ୍ତି । ଡିପାର୍ଟମେଣ୍ଟ କହିଛି କି ସେପର୍ଯ୍ୟନ୍ତ ଲାଭାର୍ଥୀ ମାନଙ୍କୁ କୋଟା ମାଧ୍ୟମରେ ଖାଦ୍ୟ ନେବା ପାଇଁ କେହି ହେଲେ ଅଟକାଇ ପାରିବେ ନାହିଁ । ଯଦି ବି କୌଣସି ଲାଭାର୍ଥୀଙ୍କ ପାଖରେ ରାଶନ କାର୍ଡ ନାହିଁ ତାହେଲେ ତାଙ୍କୁ ରାଶନ ଦେବା ପାଇଁ କେହି ମନାକରି ପାରିବେ ନାହିଁ ।

ମାର୍ଚ୍ଚ ମାସ ଶେଷରେ ଲକଡାଉନ ଲଗାଇବା ପରେ କେନ୍ଦ୍ର ସରକାର ରାଶନ କାର୍ଡ ଥିବା ଲୋକ ମାନଙ୍କୁ ଛାଡ ଦେବା ପାଇଁ କହିଛନ୍ତି । ଏହା ସହିତ ମଧ୍ୟ ବର୍ତ୍ତମାନ ସୁନିଶ୍ଚିନ୍ତ ହୋଇ ଯାଇଛି କି ଯଦି କୌଣସି ଲାଭାର୍ଥୀଙ୍କ ପାଖରେ ଆଧାର ନମ୍ବର ନାହିଁ କିମ୍ବା ତାଙ୍କର ରାଶନ କାର୍ଡରେ ଆଧାର ନମ୍ବର ଲିଙ୍କ ହୋଇ ନାହିଁ ତାହେଲେ ବି ସେମାନଙ୍କୁ ଏହି ସ୍କିମର ଲାଭ ମିଳିବ ।

ବାୟୋମେଟ୍ରିକ ପ୍ରୋସେସ ଫେଲ ହେବା ପରେ ବି ମିଳିବ ଲାଭ

ଏହା ମଧ୍ୟ କୁହାଯାଇଛି କି ଯଦି କୌଣସି ଲାଭାର୍ଥୀଙ୍କ ବାୟୋମେଟ୍ରିକ ପ୍ରୋସେସ ଫେଲ ହୋଇ ଯାଇଥାଏ ତାହେଲେ ସେମାନଙ୍କୁ NFSA ର ଅଧିକାରରେ ରାଶନ ଦେବା ପାଇଁ ମନାକରା ଯାଇ ପାରିବ ନାହିଁ । ବର୍ତ୍ତମାନ ସଙ୍କଟ ସମୟରେ ସରକାର ଚାହୁଁଛନ୍ତି କି ସବୁ ଅସହାୟ ଲୋକ ମାନଙ୍କୁ ଏହି ସ୍କିମ ଦ୍ଵାରା ଲାଭ ମିଳୁ ।

ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୩.୫ କୋଟି ରାଶନ କାର୍ଡ ମଧ୍ୟରୁ ୯୦ ପ୍ରତିଶତ ରାଶନ କାର୍ଡ କୁ ଲାଭାର୍ଥୀ ମାନଙ୍କର ଆଧାର ନମ୍ବରରେ ଲିଙ୍କ କରାଯାଇ ସାରିଛି । ଲାଭାର୍ଥୀ ମାନଙ୍କର ପରିବାରର ଜଣେ ସଦସ୍ୟଙ୍କର ଆଧାର ରାଶନ କାର୍ଡରେ ଲିଙ୍କ କରାଯାଉଛି । କେନ୍ଦ୍ର ସରକା ଙ୍କର ନିର୍ଦେଶ ପରେ ସବୁ ରାଜ୍ୟ ସରକାର ଲଗାତାର ଚେଷ୍ଟା କରୁଛନ୍ତି କି ଏହି ଲିଙ୍କ ହେବାର ପ୍ରକ୍ରିୟାକୁ ଅତି ଶୀଘ୍ର ସାରିବା ପାଇଁ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।