ରେପ ବିରୁଦ୍ଧରେ ଶକ୍ତ ହେଲା ଏହି ରାଜ୍ୟର କାନୁନ, ଏବେ ରେପିସ୍ଟଙ୍କୁ ଲଗାଯିବ ନପୁଂସକ କରି ଦେଉଥିବା ଇଂଜେକ୍ଶନ, ଜାଣନ୍ତୁ ପୁରା ଘଟଣା

ଭାରତ ଦେଶରେ ପ୍ରାୟତଃ ବଳତ୍କାର ଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରାୟତଃ କୌଣସି ମହିଳା ସହିତ ଦୁଷ୍କର୍ମର ଘଟଣା ସାମନାକୁ ଆସିଥାଏ ତ କେବ କୌଣସି ଛୋଟ ପିଲା ସହିତ । ଦୁଷ୍କର୍ମ କରିବା ପରେ ବି କେତେକ ଆରୋପି ଜେଲରୁ ବାହାରି ଯାଆନ୍ତି । କେତେକ ଲୋକଙ୍କୁ ତ ଜୀବନସାରା ଜେଲ ଦଣ୍ଡ ବି ହୋଇଥାଏ । କିନ୍ତୁ ଏହା ଆରୋପିଙ୍କ ପାଇଁ କାଫି ନୁହେଁ ।

ରେପ ଭଳି ଘଟଣା ଭାରତରେ ତ ଅଧିକ ହୋଇଥାଏ କିନ୍ତୁ ବର୍ତ୍ତମାନ ବିଦେଶରେ ବି ଏହାର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିରେ ରେପ ବିରୁଦ୍ଧରେ ସଖ୍ତ କାର୍ଯ୍ୟକାରୀ କରିବାର ମାଙ୍ଗକୁ ଦେଖି ଗୋଟିଏ ରାଜ୍ୟ ବହୁତ ପ୍ରଶଂସନୀୟ ନିଷ୍ପତି ନେଇଛି ।

ରେପ ପାଇଁ ପ୍ରସ୍ତୁତ ହେଲା ଆଇନ

କହିବାକୁ ଗଲେ ଆମେରିକାର ଅଲବାମାରେ ରେପକୁ ନେଇ ଏକ ନୂଆ ଆଇନ ପ୍ରସ୍ତୁତ କରାଯାଇଛି । ଏହି ଆଇନ ଅନ୍ତର୍ଗତ ୧୩ ବର୍ଷରୁ କମ ବୟସର ଝିଅମାନଙ୍କ ସହ ଦୁଷ୍କର୍ମ କରିବା ଉପରେ ଦୋଷୀମାନଙ୍କୁ ନପୁଂସକ ଇଂଜେକ୍ଶନ ଲଗାଯିବ କିମ୍ବା ନପୁଂସକ କରିଦେବା ବାଲା ଔଷଧ ବି ଦିଆ ଯାଇପାରେ । ଦୋଷୀମାନଙ୍କୁ ପୈରୋଲରେ ଛାଡିବା ପୂର୍ବରୁ ଇଂଜେକ୍ଶନ ଲଗାଯାଇ ପାରେ ।

ଏହି ଇଂଜେକ୍ଶନ ବ୍ୟକ୍ତିର ସେକ୍ସ ଡ୍ରାଇବକୁ କମ କରିଦିଏ । କିନ୍ତୁ ଏହି ଇଂଜେକ୍ଶନର ପ୍ରଭାବ କିଛି ସମୟ ପର୍ଯ୍ୟନ୍ତ ହିଁ ରହିବ । ପୈରୋଲ ନେବାର ପାଖାପାଖି ୧ ମାସ ପୂର୍ବରୁ ଏହି ଇଂଜେକ୍ଶନ ଆରୋପିମାନଙ୍କୁ ଲାଗିବା ଆରମ୍ଭ ହୋଇଯିବ ।

ନିଜେ ଆରୋପି ଦେବେ ଖର୍ଚ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଇଂଜେକ୍ଶନର ଖର୍ଚ କୌଣସି ସରକାର, ପୁଲିସ କିମ୍ବା ଅଦାଲତ ଦେବେ ନାହିଁ ନିଜେ ଆରୋପି ଦେବେ । ଯଦି ଆରୋପି ଇଂଜେକ୍ଶନ ଲଗାଇବାକୁ ମନା କରିଦିଏ ତେବେ ତାକୁ ଜେଲରୁ ଆଜାଦି ମିଳିବ ନାହିଁ । ଆରୋପିକୁ ଇଂଜେକ୍ଶନ କେତେ ଦିନ ପର୍ଯ୍ୟନ୍ତ ଲାଗିବ ଏହି କଥାର ନିର୍ଣୟ କୋର୍ଟ କରିବ । ଅଳବାମାରେ ଏହି ଆଇନ ଲାଗୁ ହେବା ପରେ ବର୍ତ୍ତମାନ ଆମେରିକାରେ ୭ ଟି ଏମିତି ରାଜ୍ୟ ହୋଇଯିବ ଯେଉଁଠି କେମିକଲ କୈସ୍ଟ୍ରୈକ୍ଶନର ବ୍ୟବହାରର ପ୍ରାବଧାନ ଅଟେ ।

ଏହି ରାଜ୍ୟରେ ଫ୍ଲୋରିଡା ଓ ଲୂସିୟାନା ସାମିଲ ଅଟେ । କହିଦେଛୁ ଯେ କେମିକଲ କୈସ୍ଟ୍ରୈକ୍ଶନରେ ଔଷଧ କିମ୍ବା ଇଂଜେକ୍ଶନ ର ବ୍ୟବହାର କରାଯାଏ । ଯେଉଁଥିରେ ଟେସ୍ଟୋସ୍ଟିରୋନ ର ପ୍ରଡକ୍ଶନ ପ୍ରଭାବିତ ହୋଇଥାଏ ଓ ବ୍ୟକ୍ତିର ସେକ୍ସ ଡ୍ରାଇବକୁ କମଜୋର ହୋଇଯାଏ । ଟ୍ରୀଟମେଂଟ ବନ୍ଦ ହେବା ପରେ ଏହାର ପ୍ରଭାବ କମ ହେବାକୁ ଲାଗିଥାଏ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।