ଏବେ ଗ୍ଯାସ ବୁକିଙ୍ଗ ହେଲା ଆହୁରି ସହଜ, ମାତ୍ର 2 ଘଣ୍ଟାରେ ଆପଣଙ୍କ ଘରେ ପହଞ୍ଚିବ Gas Cylinder, ଜାଣନ୍ତୁ ଏଥିପାଇଁ ଆପଣଙ୍କୁ କଣ କରିବାକୁ ହେବ ?

ଗ୍ଯାସ ସିଲିଣ୍ଡର ବୁକିଙ୍ଗ ପାଇଁ ଏବେ ଚିନ୍ତା ଗଲା । ଏବେ ଆଉ ଗ୍ଯାସ ସିଲିଣ୍ଡର ପାଇବା ପାଇଁ ପୂର୍ବରୁ ବୁକିଂ କରିବାକୁ ପଡିବନି । ଏମିତିକି ବୁକିଂ କରି ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ଏଣିକି ଖାଇବା ଅର୍ଡର କରିବା ଭଳି ଆପଣ ବି ଚୁଟକିରେ ରନ୍ଧନ ଗ୍ଯାସ ମଧ୍ୟ ଅର୍ଡର କରିପାରିବେ । ଆଉ ଅର୍ଡର କରିବାର କିଛି ସମୟ ପରେ ଘରେ ଆସି ପହଞ୍ଚିଯିବ ରନ୍ଧନ ଗ୍ଯାସ ସିଲିଣ୍ଡର । ଆପଣ ଯଦି ଜଣେ ଇଣ୍ଡେନ ଗ୍ଯାସ ଗ୍ରାହକ ତେବେ ଏହି ସୁବିଧା ଆପଣ ପାଇପାରିବେ ।

ମାତ୍ର ଦୁଇ ଘଣ୍ଟାରେ ଗ୍ଯାସ ସିଲିଣ୍ଡର ଘରେ ପହଞ୍ଚିବାର ସେବା ଆରମ୍ଭ କରି ଦେଇଛି ପ୍ରମୁଖ ଗ୍ଯାସ ବିତରଣ କରୁଥିବା କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ । ଯେଉଁ ଉପଭୋକ୍ତା ମାନେ ଗ୍ଯାସ ବୁକିଂ କରି ସାରିବା ପରେ ଲମ୍ବ ସମୟ ଧରି ଅପେକ୍ଷା କରି ରହୁଥିଲେ ସେମାନଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ଗ୍ରାହକମାନେ ଏବେ ଏହି ସେବାର ଭରପୁର ଫାଇଦା ଉଠାଇ ପାରିବେ ।

ଏହି ବିଷୟରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଟ୍ବିଟ କରି ସୂଚନା ଦେଇ କହିଛି ଯେ, “ଇଣ୍ଡିଆନ ଅଏଲ କର୍ପୋରେସନର ଏହି ସରଳ ଓ ସୁବିଧା ସେବା ଦ୍ଵାରା ଦେଶର ପାଖାପାଖି ୩୦ କୋଟି ଉପଭୋକ୍ତା ଉପକୃତ ହୋଇପାରିବେ । ଗ୍ରାହକଙ୍କ ସୁବିଧା ପାଇଁ ଇଣ୍ଡେନ ଏହି ସେବାର ନାମ ଦେଇଛି ତତ୍କାଳ ସେବା ।

ପ୍ରଥମେ ହାଇଦ୍ରାବାଦ ସହ ଅନ୍ୟ କିଛି ସହରରେ ମଧ୍ୟ ଏହି ସୁବିଧା ମିଳିବା ଆରମ୍ଭ ହୋଇ ଯାଇଛି । ଆଗକୁ ଏହି ସେବା ସମସ୍ତଙ୍କୁ ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏଥିପାଇଁ କମ୍ପାନୀର ଅଫିସିଆଲ ୱେବସାଇଟକୁ ଯାଇ ମଧ୍ୟ ଜଣେ ଗ୍ରାହକ ଗ୍ଯାସ ବୁକିଂର ସୁବିଧା ନେଇ ପାରିବେ । ଗତ ବର୍ଷ ଇଣ୍ଡିଆନ ଅଏଲ ପକ୍ଷରୁ ରିଫିଲିଙ୍ଗ ଓ ବୁକିଂ ପାଇଁ ମିସକଲ୍ ସୁବିଧା ଆରମ୍ଭ ହୋଇଥିଲା ।

ଯେଉଁଥିରେ ଗ୍ରାହକ ସହଜରେ ସିଲିଣ୍ଡର ଏବଂ ନୂଆ ଏଲପିଜି କନେକ୍ସନ ପାଇଁ ପଞ୍ଜୀକରଣ କରି ପାରୁଛନ୍ତି । ଆଉ ବର୍ତ୍ତମାନ ଇଣ୍ଡେନ ଗ୍ଯାସର ଏହିପରି ସେବା ନିଶ୍ଚିତ ଭାବେ ଗ୍ରାହକ ମାନଙ୍କୁ ଅନେକ ମାତ୍ରାରେ ସାହାଯ୍ୟ କରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।