କରୋନା ଉପରେ ବାବା ରାମଦେବ ଏମତି କଣ କହିଦେଲେ କି ରାଗିଗଲେ ଡାକ୍ତର, କେସ କରିବାକୁ କଲେ ଦାବି ?

କରୋନାର ଚିକିତ୍ସାକୁ ନେଇ ପୁଣି ଆଉ ଥରେ ସ୍ବାମୀ ରାମଦେବ ବିବାଦ ଘେରରେ । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେହି ଭିଡ଼ିଓରେ ସେ କରୋନାର ଚିକିତ୍ସା ପାଇଁ ବ୍ୟବହୃତ ଏଲୋପ୍ୟାଥି ପଦ୍ଧତିକୁ ଭୁଲ୍ ବୋଲି କହୁଥିବା ଦେଖିବାକୁ ମିଳୁଛି ।

ତେବେ ତାଙ୍କର ଏହି ବୟାନରେ ବିବାଦ ଆରମ୍ଭ ହୋଇଛି । ଡାକ୍ତରଙ୍କ ସଂଗଠନ IMA ପ୍ରେସ ବିଜ୍ଞପ୍ତି ଜାରି ବାବା ରାମଦେବଙ୍କ ବିରୁଦ୍ଧରେ କେସ୍ କରିବାକୁ ଦାବି କରୁଛନ୍ତି । ତେବେ ମଞ୍ଚାସୀନ ବାବା ରାମଦେବ ଦୃଢତାର ସହ କହୁଛନ୍ତି, “ଅଜବ ତାମସା ଚାଲିଛି । ଏଲୋପ୍ୟାଥି ଏକ ଏପରି ଅଜ୍ଞ ଓ ଦେବାଳିଆ ବିଜ୍ଞାନ ଅଟେ ଯେ ପ୍ରଥମେ କ୍ଲୋରୋକ୍ୱିନ ଫେଲ୍ ହେଲା, ତା ପରେ ରାମଡିସେବିର୍, ଆଣ୍ଟିବାୟୋଟିକ ଓ ଷ୍ଟେରୋଇଡ୍ ମଧ୍ୟ ଫେଲ୍ ହେଇଗଲା ।

ପୁଣି ପ୍ଲାଜମା ଥେରାପିକୁ ମଧ୍ୟ ବ୍ୟାନ କରାଗଲା । ଜ୍ଵର ପାଇଁ ଯେଉଁ ଫେବିବ୍ଲୁ ଦେଉଛନ୍ତି ତାହା ମଧ୍ୟ ଫେଲ୍ ଅଟେ । ଯେତେ ଔଷଧ ସବୁ ଦେଉଛନ୍ତି ସେ ସବୁ ଫେଲ୍ ଅଟେ । ଜ୍ଵର ପାଇଁ କୌଣସି ଔଷଧ କରୋନା ପାଇଁ କାର୍ଯ୍ୟ କରୁନାହିଁ । କାରଣ ଏହା ଦ୍ବାରା ଶରୀରର ତାପମାତ୍ରା ଉତୁରି ଯାଉଛି ମାତ୍ର ଯେଉଁ କାରଣରୁ ତାପମାତ୍ରା ଆସୁଛି ସେହି ଭାଇରସକୁ, ବ୍ୟାକ୍ଟେରିଆ ଓ ଫଙ୍ଗସ୍ କୁ ନିବାରଣ କରିବା ପାଇଁ ତୁମ ପାଖରେ କିଛି ଉପାୟ ନାହିଁ ।

ସେଥିପାଇଁ ମୁଁ ବହୁତ ବଡ଼ କଥା କହୁଛି, ହୋଇପାରେ ଏହା ଉପରେ କିଛି ଲୋକ ବିବାଦ କରି ପାରନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଏଲୋପ୍ୟାଥି ଔଷଧ ଖାଇ ହେଉଅଛି । ଯେତେ ଲୋକଙ୍କ ମୃତ୍ୟୁ ହସ୍ପିଟାଲ ନ ଯିବା କାରଣରୁ ଓ ଅକ୍ସିଜେନ୍ ନ ମିଳିବା କାରଣରୁ ହୋଇଛି, ତା ଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଏଲୋପ୍ୟାଥି ଚିକିତ୍ସା କରିବା ପରେ ମଧ୍ୟ, ଅକ୍ସିଜେନ୍ ମିଳିବା ପରେ ମଧ୍ୟ ଏବଂ ଷ୍ଟେରୋଇଡ୍ ଯୋଗୁଁ ହୋଇଛି ।

ସେଥିପାଇଁ ଏବେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ଏଲୋପ୍ୟାଥି ଅଟେ । ମୁଁ କହୁନାହିଁ କି ଏଲୋପ୍ୟାଥି ସମ୍ପୂର୍ଣ୍ଣ ଖରାପ ଅଟେ । ଆଧୁନିକ ବିଜ୍ଞାନ ସ୍ବାଗତଯୋଗ୍ୟ ଓ ଏହାକୁ ଆମେ ବିରୋଧ କରୁ ନାହୁଁ । ମାତ୍ର ଏଥିରେ ବ୍ୟବହୃତ ଭିନ୍ନ ଭିନ୍ନ ଔଷଧ, ମିଛ ଗବେଷଣା ଓ ପରୀକ୍ଷଣ ତାର ଆମେ ବିରୋଧ କରୁଛୁ । ”

ତେବେ ରାମଦେବ ବାବାଙ୍କ ଏହି ବୟାନରେ ତମାମ ଡାକ୍ତର ଓ ଡାକ୍ତର ସଂଘ ଭଡକି ଉଠିଛନ୍ତି । ଏହି ମାମଲାରେ IMA ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି, “ଏହା ଆଧୁନିକ ଏଲୋପ୍ୟାଥିକୁ ବଦନାମ କରିବାର ଚେଷ୍ଟା ଅଟେ । ପୂର୍ବରୁ ସେ ଆଦରଣୀୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ମଧ୍ୟ ତମାମ ଡାକ୍ତରଙ୍କୁ ହତ୍ୟାକାରୀ ବୋଲି କହି ସାରିଛନ୍ତି । ଏହା ମଧ୍ୟ ସତ୍ୟ ଯୋଗଗୁରୁ ଏବଂ ତାଙ୍କ ସହଯୋଗୀ ବାଳକୃଷ୍ଣ ମଧ୍ୟ ପୀଡିତ ଥିବା ବେଳେ ନିଜେ ଆଧୁନିକ ମେଡିକାଲ ଏଲୋପ୍ୟାଥି ଚିକିତ୍ସା କରାଇ ସାରିଛନ୍ତି ।

ଏବେ ସେ କେବଳ ନିଜ ଔଷଧ ଗୁଡ଼ିକୁ ବିକ୍ରୟ କରିବା ପାଇଁ ଏପରି ବୟାନ ଦେଉଛନ୍ତି । DCGI ଓ CDSCO ଦ୍ଵାରା ଅନୁମୋଦିତ ସମସ୍ତ ଔଷଧ ଓ ଚିକିତ୍ସା ପଦ୍ଧତିକୁ ସେ ଭୁଲ୍ ବୋଲି କହୁଛନ୍ତି । ଏହା ସିଧାସଳଖ DCGI ଓ CDSCO ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯାହାର ମୁଖ୍ୟ ସ୍ଵୟଂ ସ୍ବାସ୍ଥ୍ୟ ମନ୍ତ୍ରୀ ଅଟନ୍ତି । ବାବା ରାମଦେବଙ୍କ ବିରୁଦ୍ଧରେ ମହାମାରୀ ଆକ୍ଟ ଧାରା ୧୮୮ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆ ଯିବା ଉଚିତ୍ । ”

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।