ରାମ ଭଗବାନଙ୍କର ସେବାରେ ସମର୍ପିତ ଅଟେ ସଦ୍ଦାମ ହୁସୈନଙ୍କ ଜୀବନ, ରଖନ୍ତି ମନ୍ଦିରର ଖାସ ଧ୍ୟାନ, ପଚାରିଲେ କିଛି ଏମିତି କୁହନ୍ତି ସେ

ଆମ ଦେଶରେ ସବୁଦବେଳେ ହିଁ ଧର୍ମ ଓ ଜାତିର ମତଭେଦ ରାଜନୀତି ପାର୍ଟି ତରଫରୁ ନିଶ୍ଚିତ ଉଠାଯାଇଥାଏ । କିନ୍ତୁ ବଦଳୁଥିବା ସମୟ ସହିତ ଆମ ଦେଶ ବି ବଦଳୁଛି ଏବଂ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଧର୍ମରୁ ଉପରେ ନିଜର ମଣିଷତ୍ଵକୁ ରଖନ୍ତି । ଏହିଭଳି ୨୮ ବର୍ଷୀୟ ସଦ୍ଦାମ ହୁସୈନଙ୍କର କାହାଣୀ ଅଟେ । ଯିଏ କି ଧାର୍ମିକ ଏକତାର ଏକ ଉଦାହରଣ ଅଟନ୍ତି ।

ବେଙ୍ଗଲୁରୁ ର ରାଜାଜୀ ନଗର ଅଞ୍ଚଳରେ ରହୁଥିବା ସଦ୍ଦାମ ହୁସୈନ କହିବାକୁ ଗଲେ ମୁସ୍ଲିମ ଅଟନ୍ତି କିନ୍ତୁ ସେ ସବୁଦିନ ରାମ ମନ୍ଦିରକୁ ଯାଇଥାନ୍ତି, ଏହି ମନ୍ଦିର ସଫା ସୁତୁରା କରିଥାନ୍ତି ଓ ମନ୍ଦିରର ପୁରା ଧ୍ୟାନ ରଖନ୍ତି । ମନ୍ଦିରକୁ ଆସୁଥିବା ସମସ୍ତେ ସଦ୍ଦାମଙ୍କର ବହୁତ ପ୍ରଶଂସା ବି କରନ୍ତି । ଭକ୍ତମାନଙ୍କ ଛଡା ସଦ୍ଦାମଙ୍କର ଏହି କାମ ଦ୍ଵାରା ତାଙ୍କର ପରିବାର ଲୋକମାନେ ବି ବହୁତ ଗର୍ବ ଅନୁଭବ କରନ୍ତି ।

ତିନି ବର୍ଷରୁ କରୁଛନ୍ତି ମନ୍ଦିରକୁ ସଫା

ସଦ୍ଦାମ ତିନି ବର୍ଷ ହେଲା ମନ୍ଦିରକୁ ସଫା କରୁଛନ୍ତି । ଏହି ମନ୍ଦିରରେ କାମ କରିବା ପୂର୍ବରୁ ସେ ଭେଙ୍କଟେସ ବାବୁଙ୍କ ଦୋକାନରେ କାମ କରୁଥିଲେ । ସେହି ସମୟରେ ତାଙ୍କୁ ଦୋକାନର ମାଲିକଙ୍କ ତରଫରୁ ସଫାସଫି କରିବା ପାଇଁ ଦାୟିତ୍ଵ ଦିଆଗଲା । ଏହା ପରେ ସଦ୍ଦାମ ମନ୍ଦିରକୁ ସଫା କରିବାକୁ ଆରମ୍ଭ କରିଦେଲେ ।

ସବୁ ବର୍ଷ ରାମ ନବମୀରେ ସର୍ବ ପ୍ରଥମେ ମନ୍ଦିର ଆସିଥାନ୍ତି

ସଦ୍ଦାମ ସବୁ ବର୍ଷ ରାମ ନବମୀ ଦିନ ସର୍ବ ପ୍ରଥମେ ମନ୍ଦିରକୁ ଆସିଥାନ୍ତି ଓ ମନ୍ଦିରକୁ ସଫା ସଫି କରନ୍ତି । ଯେତେବେଳେ ସଦ୍ଦାମଙ୍କୁ ଏହି ବିଷୟରେ ପଚରାଗଲା କି, ସେ କାହିଁକି ମନ୍ଦିରର ସଫା କରୁଛନ୍ତି ତେବେ ଏହା ଉପରେ ସେ କହିଲେ କି ଏହା କରିବା ଦ୍ଵାରା ତାଙ୍କୁ ମାନସିକ ଶାନ୍ତି ମିଳିଥାଏ ଓ ମନ୍ଦିରକୁ ସଫା କରିବା ତାଙ୍କୁ ଭଲ ଲାଗିଥାଏ ।

ସଦ୍ଦାମଙ୍କ ଅନୁସାରେ ମନ୍ଦିରର ସଫା କରିବାକୁ ନେଇ କେବ ବି କୌଣସି ବ୍ୟକ୍ତି ବିରୋଧ କରି ନାହାନ୍ତି । ସଦ୍ଦାମଙ୍କର ଏହି କାମ ଦେଖି ଜଣା ପଡୁଛି କି ବେଙ୍ଗଲୁରୁରେ ଥିବା ହିନ୍ଦୁ ଓ ମୁସ୍ଲିମ ଲୋକମାନଙ୍କ ମଧ୍ୟରେ ବହୁତ ଭାଇଚାରା ଅଛି । ସଦ୍ଦାମଙ୍କ ଏହି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଯେଉଁଠି କିଛି ଲୋକେ ଧର୍ମ କୁ ନେଇ ବାଦ ବିବାଦ ସୃଷ୍ଟି କରୁଛନ୍ତି ସେଠି ସଦ୍ଦାମଙ୍କ ଏମିତି କାମ ଏକ ବିରଳ ଉଦାହରଣ ହେଇଛି ।