ସାରା ରାଜ୍ୟରେ ଲାଗୁ ହେଲା “ନାଇଟ କର୍ଫ୍ଯୁ” ର ନୂଆ ନିୟମ, ଏବେ ମାନିବାକୁ ହେବ ଏହି ସବୁ ଗାଇଡଲାଇନ୍ସ

ବନ୍ଧୁଗଣ, ଗତବର୍ଷ କୋରନା ଆସି ସାରା ବିଶ୍ଵକୁ ବହୁତ ପ୍ରଭାବିତ କରିସାରିଛି । ମଝିରେ କୋରନା ଅଳ୍ପ ମାତ୍ରାରେ କମିଯାଇଥିବା ବେଳେ ବର୍ତ୍ତମାନ ତାହା ପୁଣି ଠାରେ ମୁଣ୍ଡ ବ୍ୟଥା ର କାରଣ ପାଲଟି ଯାଇଛି । ବନ୍ଧୁଗଣ ବର୍ତ୍ତମାନ କୋରନା ର ସଂକ୍ରମଣ ଧୃତ ଗତିରେ ବଢିବା କାରଣରୁ ରାଜ୍ୟ ସରକାର ପୁଣିଥରେ ସାରା ରାଜ୍ୟ ପାଇଁ କଢା କଢି ଭାବେ କଟକଣା ଲାଗୁ କରିଛନ୍ତି । ଛତିଶଗଡ ସୀମାନ୍ତବର୍ତ୍ତୀ ଓଡିଶାର ୧୦ ଟି ଜିଲ୍ଲା ରେ ନାଇଟ କର୍ଫ୍ଯୁ ର ସମୟ ସୀମା ରେ ପରିବର୍ତ୍ତନ କରାଯାଇଛି ।

ଏହି ୧୦ ଟି ଜିଲ୍ଲା ରେ ସନ୍ଧ୍ୟା ୬ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ଯୁ ଜାରି ରହିବ । ମାତ୍ର ଗ୍ରାମାଞ୍ଚଳ ରେ ରାତି ୯ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ଯୁ ଜାରି ରହିବ । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଇତ୍ୟାଦି ଜିଲ୍ଲା ଗୁଡିକର ସହରାଞ୍ଚଳରେ ସପ୍ତାହକ ସଟଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

କାରଣ ଏହି ଜିଲ୍ଲା ଗୁଡିକ ଛତିଶଗଡ ସୀମାକୁ ଲାଗି ରହିଛି । ବନ୍ଧୁଗଣ ଛତିଶଗଡ ରେ କୋରନା ର ସଂକ୍ରମଣ ଅତ୍ୟନ୍ତ ଉଗ୍ରରୂପ ଧାରଣ କରିଥିବାରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ସରକାର ଜନସାଧାରଣକ ସୁବିଧା କୁ ଆଖି ଆଗରେ ରଖି ଏହି ସମୟରେ ସମସ୍ତ ଜରୁରୀ କାଳୀନ ସେବା ଜାରି କରିବେ ବୋଲି କହିଛନ୍ତି । ବିଜୁଳି, ପାନୀୟ ସମସ୍ଯା, ରନ୍ଧନ ଗ୍ଯାସ, ଏବଂ ଅନ୍ୟ ଅତ୍ୟାବସକ ସେବା ଏହି ସମୟରେ ଯୋଗାଇ ଦେବା ଉପରେ କୌଣସି ପ୍ରତିବନ୍ଧକ ରହିବା ନାହିଁ ।

ନିଜ ଅନୁଷ୍ଠାନ ର ପରିଚୟ ପତ୍ର ଦେଖାଇ ଜରୁରୀ କାଳିନୀ ସେବା ର କର୍ମଚାରୀ ମାନେ ଯିବା ଆସିବା କରି ପାରିବେ । ବନ୍ଧୁଗଣ ଏହା ବ୍ୟତୀତ ଅନ୍ୟ ୨୦ ଜିଲ୍ଲା ରେ ମଧ୍ୟ ନାଇଟ କର୍ଫ୍ଯୁ ଲାଗୁ ହେବ । ଏହା କେବଳ ଉକ୍ତ ଜିଲ୍ଲା ର ସହରାଞ୍ଚଳ ଭିତରେ ସୀମିତ ରହିବ । ଅର୍ଥାତ ଏହି ଜିଲ୍ଲା ଗୁଡିକର ଗ୍ରାମାଞ୍ଚଳ ଗୁଡିକରେ କୌଣସି ପ୍ରକାର ନାଇଟ କର୍ଫ୍ଯୁ ର କଟକଣା ରହିବା ନାହିଁ ।

ଏହି ଜିଲ୍ଲା ର ସହରାଞ୍ଚଳରେ ନାଇଟ କର୍ଫ୍ଯୁ ର ସମୟସୀମା ରାତି ୯ ରୁ ସକାଳ ୫ ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ ଅତ୍ୟାବଶ ସେବା ତଥା ଜରୁରୀକାଳିନ କାମ ନଥିଲେ ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଛି । ସେହିଭଳି ବିଭିନ୍ନ ସ୍ଥାନରେ ଗହଳି କମାଇବାକୁ ଧାର୍ମିକ, ସାମାଜିକ, ସାଂସ୍କୃତିକ, ଏବଂ ରାଜନୈତିକ ସମାବେଶ ଉପରେ କଟକଣା ଲଗା ଯାଇଛି ।

ଏହି କଟକଣା ଅନିର୍ଦ୍ଧିଷ୍ଠ କାଳ ପାଇଁ ଜାରି ରହିବ । ଏହାସହିତ ସ୍କୁଲ, କଲେଜ, ତଥା ହଷ୍ଟେଲ ଗୁଡିକୁ ଆସନ୍ତା ୧୯ ତାରିଖରୁ ବନ୍ଧ ରଖିବାକୁ ନିର୍ଦ୍ଧେଶ ଦିଆ ଯାଇଛି । ସେହିଭଳି ବିବାହ ରେ ୫୦ ତଥା ଅନ୍ତିମ ସଂସ୍କାର ରେ ୨୦ ଜଣ ଙ୍କୁ ଅନୁମତି ମିଳିଥିବା ବେଳେ, ଶୋଭାଯାତ୍ରା ଉପରେ ସଂପୂର୍ଣ୍ଣ ରୂପେ ରୋକ ଲାଗିଛି । ଏହିସବୁ ଭିତରେ ସୋମବାର ଠାରୁ ରାଜ୍ୟ ବାହାରେ ଚଳାଚଳ କରୁଥିବା ବସ ମାନଙ୍କ ଉପରେ କଟକଣା ଲଗା ଦିଆଯାଇଛି ।

ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟ ବାହାରକୁ କୌଣସି ବସ ଚଳାଚଳ କରି ପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି । ମାତ୍ର ଏହିସମୟରେ ରାଜ୍ୟ ଭିତରେ ପୂର୍ବ ଭଳି ବସ ଚଳାଚଳ ଜାରି ରହିବ । ବନ୍ଧୁଗଣ ଶେଷରେ ଆମ୍ଭର ବିନିତ ଅନୁରୋଧ କି ଆପଣ ମାନେ ବର୍ତ୍ତମାନ ସମୟରେ ସଜାଗ ରୁହନ୍ତୁ । ନଚେତ ବହୁତ ବଡ ବିପତ୍ତି ର ସମୁଖୀନ ହେବାକୁ ହେବ । ବନ୍ଧୁଗଣ ଏହି ବିବରଣୀ କୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।