ଓଡିଶା ସରକାରଙ୍କ ଘୋଷଣା, ପ୍ରଥମ ଠାରୁ ନବମ ଶ୍ରେଣୀ ଓ ଏକାଦଶର ବିଦ୍ୟାର୍ଥୀ ମାନେ ବିନା ପରୀକ୍ଷାରେ ପାସ

ବର୍ତ୍ତମାନ ସାରା ଦେଶରେ କରୋନା ଭାଇରସ ସଂକ୍ରମଣ ହେବାରେ ଲାଗିଛି । ଯାହାକି ଦିନକୁ ଦିନ ବଢିବାରେ ମଧ୍ୟ ଲାଗିଛି । ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପ୍ରକାର ପଦେକ୍ଷେପ ନେଉଛନ୍ତି । ସେଥିପାଇଁ ସରକାର ଲକଡାଉନ ବ୍ୟବସ୍ଥା ମଧ୍ୟ ଘୋଷଣା କରିଥିଲେ । ବର୍ତ୍ତମାନ ଲକଡାଉନର ତୃତୀୟ ପର୍ଯ୍ୟାୟ ଚାଲିଛି ଯାହାକି ମେ ୧୭ ତାରିଖ ଦିନ ଶେଷ ହେବ । ସରକାର ଲୋକ ମାନଙ୍କୁ କହିଛନ୍ତି କି ଲକଡାଉନ ପରେ ମଧ୍ୟ ସାମାଜିକ ଦୂରତା ରଖିବା ଏବଂ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ନିହାତି ଆବଶ୍ୟକ ଅଟେ ।

ଏହି ଲକଡାଉନ ପାଇଁ ସବୁ ଦୋକାନ ବଜାର ଠାରୁ ଆରମ୍ଭ କରି ସ୍କୁଲ କଲେଜ ଏବଂ ଉଚ ଶିକ୍ଷଣ ସଂସ୍ଥା ମଧ୍ୟ ବନ୍ଦ କରିଦିଆ ଯାଇଛି । କିନ୍ତୁ ତୃତୀୟ ପର୍ଯ୍ୟାୟରେ ଚାଲିଥିବା ଲକଡାଉନ କିଛି ମାତ୍ରାରେ କୋହଳ କରାଯାଇ ଥିବାରୁ କିଛି ଦୋକାନ ଖୋଲିବା ସହିତ ଗାଡି ମଟର ଚାଲିବା ମଧ୍ୟ ଆରମ୍ଭ ହୋଇଯାଇଛି କିନ୍ତୁ ଏଥିପାଇଁ କେତେକ ନିୟମ ମଧ୍ୟ କରାଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍କୁଲ କିମ୍ବା କଲେଜ ଖୋଲାଯାଇ ନାହିଁ । ଲକଡାଉନ ପାଇଁ ସ୍କୁଲ କଲେଜ ବନ୍ଦ ହୋଇଯିବାରୁ କେତେକ ପରିକ୍ଷାକୁ ଅଧାରୁ ବନ୍ଦ କରିଦିଆ ଯାଇଛି ।

ଏହି ସବୁ ଘଟଣାକୁ ଆଖିରେ ରଖି ଭରତ ସରକାର ସରକାରୀ ସ୍କୁଲରେ ପଢୁଥିବା ପ୍ରଥମ ଶ୍ରେଣୀ ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ମାନଙ୍କୁ ବିନା ପରୀକ୍ଷାରେ ପାସ କରିଦେଇଛନ୍ତି । ଏହା ସହିତ ମଧ୍ୟ ଏକାଦଶ ଶ୍ରେଣୀର ପିଲା ମାନଙ୍କୁ ମଧ୍ୟ ବୀନା ପରୀକ୍ଷାରେ ପାସ କରାଇ ଦେଇଛନ୍ତି । ସରକାର ପ୍ରଥମ ଶ୍ରେଣୀ ଠାରୁ ନେଇ ନବମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଏକାଦଶ ଶ୍ରେଣୀର ବିଦ୍ୟାର୍ଥୀ ମାନଙ୍କୁ ଆଗାମୀ ଶ୍ରେଣୀକୁ ପଦୋନ୍ନତି କରିଦେଇଛନ୍ତି । ଏହି ଭଳି ପଦକ୍ଷେପ କେବଳ କରୋନା ପାଇଁ ଉପସ୍ଥିତ ହୋଇଥିବା ପରିସ୍ଥିତିକୁ ଦେଖି ନିଆଯାଇଛି ।

ଲକଡାଉନ ପାଇଁ ସବୁ ସ୍କୁଲ ବନ୍ଦ ହୋଇଥିବା କାରଣରୁ ବିଦ୍ୟାର୍ଥୀ ମାନଙ୍କୁ ଅନଲାଇନ ଶିକ୍ଷା ଦିଆ ଯିବ ବୋଲି ସରକାର ଘୋଷଣା କରିଥିଲେ ଯେଉଁ ଅନୁସାରେ କି ବର୍ତ୍ତମାନ ବିଦ୍ୟାର୍ଥୀ ମାନଙ୍କୁ ପାଠପଢା ଯାଉଛି । ସ୍କୁଲ ର ବିଦ୍ୟାର୍ଥୀ ମାନଙ୍କୁ ବିଭିନ୍ନ ଇ ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷା ଦିଆଯାଉଛି । ଓଡିଶା ଭଳି ଅନ୍ୟ କେତେକ ରାଜ୍ୟରେ ମଧ୍ୟ ବୀନା ପରୀକ୍ଷାରେ ବିଦ୍ୟାର୍ଥୀ ମାନଙ୍କୁ ଉପର କକ୍ଷକୁ ପଦୋନ୍ନତି କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।