ରାଜ୍ୟ ସରକାରଙ୍କ ବଡ ଘୋଷଣା, ସାରା ରାଜ୍ୟରେ ଲାଗୁ ହେଲା ସଟଡାଉନ, ପଢନ୍ତୁ ମାନିବାକୁ ହେବ କେଉଁ ସବୁ ନିୟମ

ଏହି କରୋନା ମହାମାରୀ ଯୋଗୁଁ ଦେଶ ର ସମସ୍ତ ଲୋକ ଅନେକ ସମସ୍ୟା ର ସମ୍ମୁଖୀନ ମଧ୍ୟ ହୋଇଥିଲେ । ଏହି ମହାମାରୀ ଏତେ ମାତ୍ରା ରେ ଦେଶରେ ବ୍ୟାପି ଥିଲା ଯାହା ଫଳରେ ଲକ୍ ଡାଉନ ହେବାର ସ୍ଥିତି ଦେଶରେ ଦେଖା ଦେଇଥିଲା । ଏହାଦ୍ବାରା ଅନେକ କର୍ମଚାରୀ ଙ୍କୁ ନିଜର ଚାକିରୀ ମଧ୍ୟ ହରାଇବାକୁ ପଡ଼ିଥିଲା ଓ ଭୋକ ଉପାସ ରେ ମଧ୍ୟ ଦିନ କଟାଇବାକୁ ପଡ଼ିଥିଲା । ଟିକିଏ ନିସ୍ତାର ମିଳିଛି କି ନାହିଁ ପୁଣି ଥରେ ଏହି ମହାମାରୀ ଦେଶରେ କାୟା ବିସ୍ତାର କରୁଛି ଏବଂ ପୁଣି ଥରେ ଅନେକ ଲୋକ ଏହି ମହାମାରୀ ରେ ପ୍ରାଣ ହରାଉଛନ୍ତି ।

ତେବେ ଏହି କାରଣରୁ ବର୍ତ୍ତମାନ ପୁଣି ଥରେ ସରକାର ଙ୍କ ତରଫ ରୁ ନିଷ୍ପତ୍ତି ନିଆ ଯାଇଛି ସପ୍ତାହ ର ଶନିବାର ଓ ରବିବାର ଦିନ ରାଜ୍ୟ ର ସମସ୍ତ ସହରାଞ୍ଚଳରେ ସଟ୍ ଡାଉନ ଜାରି ହେବ ।

ରାଜ୍ୟ ରେ ବଢୁଥିବା ସଂକ୍ରମଣ କାରଣରୁ ପୁଣି ଥରେ ଫେରିଛି ସଟ୍ ଡାଉନ । ଏହି ସମୟରେ ସମସ୍ତ ନିୟମ କୁ ପାଳନ କରିବା ନିମନ୍ତେ ଏସ ଆର ସି ପ୍ରଦୀପ ଜେନା ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ଆଜି ରାଜ୍ୟ ର ସମସ୍ତ ସହରାଞ୍ଚଳରେ ସପ୍ତାହ ର ସଟ୍ ଡାଉନ ଘୋଷଣା କରିଛନ୍ତି ।

କିନ୍ତୁ ବର୍ତ୍ତମାନ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟ୍ ଡାଉନ ଘୋଷଣା କରିଛନ୍ତି ଏସ ଆର ସି । ଆସନ୍ତା ଶନିବାର ଓ ରବିବାର ଠାରୁ ରାଜ୍ୟ ର ସମସ୍ତ ସହରାଞ୍ଚଳରେ ସଟ୍ ଡାଉନ କଟକଣା ଜାରି ରହିବ । ଏହା ପୂର୍ବରୁ କେବଳ ଛତିଶଗଡ଼ ସୀମାନ୍ତ ୧୦ଟି ଜିଲ୍ଲା ରେ ସଟ୍ ଡାଉନ ଲାଗୁ ହୋଇଥିଲା । କନକ ନିଉଜ ଚ୍ୟାନେଲ ମଧ୍ୟ ଏହି ସମ୍ବନ୍ଧରେ ଟ୍ୱିଟ କରିଛି ଯେ, ସଂକ୍ରମଣ ରୋକିବାକୁ ଶନିବାର ଓ ରବିବାର ସଟ୍ ଡାଉନ ଘୋଷଣା ଜାରି କରିଲେ ସରକାର ।

ବାହାଘର ରେ ସର୍ବମୋଟ ୫୦ ଜଣ ଲୋକ ଯୋଗ ଦେଇ ପାରିବେ । ଏଥି ପାଇଁ ୨୪ ଘଣ୍ଟା ପୂର୍ବରୁ ପ୍ରଶାସନ ନିକଟରୁ ଅନୁମତି ଆଣିବାକୁ ପଡ଼ିବ ବୋଲି କୁହାଯାଇଛି । ବିବାହ ର ଶୋଭାଯାତ୍ରା କୁ ମଧ୍ୟ ଅନୁମତି ପ୍ରଦାନ କରାଯାଇ ନାହିଁ । ଅନ୍ୟପଟେ ଏହି ସପ୍ତାହନ୍ତ ସଟ୍ ଡାଉନ ପାଇଁ କୌଣସି ନିର୍ଦ୍ଧିଷ୍ଟ ପାସ ବ୍ୟବସ୍ଥା ରହିବ ନାହିଁ ।

ଅନୁମତି ଥିବା ବ୍ୟକ୍ତି ବିଶେଷ ମାନେ ନିଜର ପରିଚୟ ପତ୍ର ଦେଖାଇ ଯିବା ଆସିବା କରି ପାରିବେ । ସେହିପରି  ଯଦି ଏହି ସବୁ ନିୟମ ର କୌଣସି ବ୍ୟକ୍ତି ଉଲ୍ଲଂଘନ କରନ୍ତି ତେବେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।