ରାଜସ୍ଥାନ ପୋଲିସକୁ ମିଳିଲା ବଡ ସଫଳତା, ଏହି କୁଖ୍ୟାତ ଅପରାଧୀଙ୍କୁ ଧରିଲା ଫିଲ୍ମ ଷ୍ଟାଇଲରେ ଯିଏ କି ରାଜ୍ୟର ଟପ ଅପରାଧୀମାନଙ୍କ ମଧ୍ୟରେ ଅଛି ସାମିଲ

ପୋଲିସକୁ ମିଳିଲା ବଡ ସଫଳତା । ରାଜସ୍ଥାନ ପୋଲିସର ସ୍ପେଶାଲ ଟିମ୍ ବର୍ତ୍ତମାନ ପପଲା ଗୁର୍ଜର ପଛରେ ପଡିଛି । ଏପର୍ଯ୍ୟନ୍ତ ମଧ୍ୟ ପପଲା ଗୁର୍ଜରର କୌଣସି ସୁରାଗ ହାତରେ ଲାଗିନି । କିନ୍ତୁ ପୋଲିସ ଅନ୍ୟ ଏକ ଅପରାଧୀକୁ ଗିରଫ କରିଛି । ରାଜସ୍ଥାନ ପୋଲିସ ଟପ୍ ୨୫ ଜଣ ଅପରାଧୀ ମଧ୍ୟରୁ ଜଣକୁ ଧରିଛି । ସେହି ଅପରାଧୀକୁ ଧରିବା ନିମନ୍ତେ ସରକାର ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଫଳରେ ଅଲବର ପୋଲିସ ଏହି କୁଖ୍ୟାତ ଅପରାଧୀକୁ ଫିଲ୍ମ ଷ୍ଟାଇଲରେ ଧରିଥିଲା ।

ପୋଲିସ ବଳରାମ ଗୁର୍ଜରର ପୁଅ କୁଖ୍ୟାତ ଅପରାଧୀ ସୁରେଶ ଗୁର୍ଜରକୁ  ଗିରଫ କରିଛି । ଏହି ଅପରାଧୀ ଜଣକ ଭରତ ପୁରର ନିବାସୀ ଅଟନ୍ତି । ପୋଲିସ ସୁରେଶଙ୍କର ସହଯୋଗୀ ଜ୍ଵାଲା ସିଂହଙ୍କୁ ମଧ୍ୟ ଗିରଫ କରିଛନ୍ତି । ସୁରେଶ ଗୁର୍ଜରଙ୍କ ଉପରେ ଅଲବର ଓ ଭରତ ପୁରର ବିଭିନ୍ନ ଥାନାରେ ହତ୍ୟା, ବାହନ ଲୁଟ, ଚୋରି, ଫାଇରିଙ୍ଗ, ପୋଲିସ ଉପରେ ଆକ୍ରମଣ, ଡକାୟତ କରିବା ଓ ପଶୁ ଚୋରି ଭଳି ୪୨ଟି ମାମଲା ରୁଜୁ କରାଯାଇଛି ।

ଫିଲ୍ମ ଷ୍ଟାଇଲରେ ଧରିଲେ ପୋଲିସ

ଏହି କୁଖ୍ୟାତ ଅପରାଧୀକୁ ପୋଲିସ ଫିଲ୍ମ ଷ୍ଟାଇଲରେ ଧରିଥିଲା । ପୋଲିସ କହିଛି କି ସୁରେଶ ଗୁର୍ଜର ନଗର ଥାନା ଅନ୍ତର୍ଗତ ଆରସି ଗାଁ ସ୍ଥିତ ତା’ର ଏକ ଘରେ ଲୁଚିଥିଲା । ପୋଲିସ ଦଳ ଏକା ସାଥିରେ ସେହି ଗାଁରେ ପହଞ୍ଚିଥିଲେ । କନଷ୍ଟେବଲ ରାଜେସ ୟାଦବ ସୁରେଶର ବାଇକକୁ କବ୍ଜା ରେ ତା’ ପାଖରେ ଠିଆ ହୋଇଥିଲେ । ଏହା ପରେ ସୁରେଶ ଥିବା ଘରକୁ ପୋଲିସ ଚାରି ପାଖରେ ଘେରିଯାଇଥିଲା ଓ ସୁରେଶକୁ ଗିରଫ କରିଥିଲା । ସେହି ସମୟରେ ସୁରେଶର ସହଯୋଗୀକୁ ମଧ୍ୟ ପୋଲିସ ଗିରଫ କରିଥିଲା ।

ଯେତେବେଳେ ପୋଲିସ ସୁରେଶକୁ ଘରୁ ବାହାରିବା ପାଇଁ ଆଦେଶ ଦେଲେ ସେତେବେଳେ ସୁରେଶ ପୋଲିସକୁ ଧମକ ଦେଇ କହିଥିଲା, ମୁଁ ଏକା ମରିବିନି ମୋ ସହ ଦୁଇଜଣ ପୋଲିସଙ୍କୁ ନେଇ ମରିବି ଓ ପୋଲିସ ଏହି ଭଳି କୁଖ୍ୟାତ ଅପରାଧୀକୁ ଗିରଫ କରି ବହୁତ ବଡ ସଫଳତା ହାସଲ କରିଛି ।

ପୋଲିସ ସାମ୍ନାରେ ଫେରାର ହେବାପାଇଁ ଚେଷ୍ଟା କରିଥିଲା ଆରୋପି

ଆରସି ଗାଁରେ ଗିରଫ ହୋଇଥିବା ସୁରେଶ ପୋଲିସ ସାମ୍ନାରେ ଫେରାର ହେବା ପାଇଁ ଚେଷ୍ଟା କରିଥିଲା ଓ ସେ ଗାଁ ମଧ୍ୟରେ ଯାଇ ଲୁଚି ଯାଇଥିଲା । ପୋଲିସ ସେହି ସ୍ଥାନରେ ପୁନର୍ବାର ତଦନ୍ତ କରିଥିଲା ଓ ଆରୋପିକୁ ଗିରଫ କରିଥିଲା ।