ରଜତ ମେୱାରି ଦେଲେ ସୁଶାନ୍ତଙ୍କ ଆକାଉଣ୍ଟରୁ ମନି ଟ୍ରାନ୍ସଫରକୁ ନେଇ ଏହି ବଡ ତଥ୍ୟ, ସବୁ ଷ୍ଟାଫ କାହିଁକି ରିୟାଙ୍କ କଥା ଅନୁସାରେ କାମ କରୁଥିଲେ?

ରଜତ ମେୱାରି କଲେ ବଡ଼ ଖୁଲାସା, ସୁଶାନ୍ତଙ୍କ ଆକାଉଣ୍ଟକୁ ନେଇ କାରଣ ରଜତ ଥିଲେ ସୁଶାନ୍ତଙ୍କ ଆକାଉଣ୍ଟାଣ୍ଟ । ରାଜତ ମେୱାରୀଙ୍କ ଦ୍ଵାରା ହିଁ ସବୁ ପଇସାର ନେବା ଦେବା କରା ଯାଉଥିଲା । ରିୟା ଚକ୍ରବର୍ତ୍ତୀଙ୍କ ବଞ୍ଚିବା ମଧ୍ୟ ଏବେ ବହୁତ ଅସମ୍ଭବ କାରଣ ରଜତଙ୍କ ବୟାନ କିଛି ଏମିତି କି ରିୟା ଏବେ ସବୁ ଆଡୁ ଫସି ଯାଇଛନ୍ତି । ତେବେ ଚାଲନ୍ତୁ ଜାଣିବା କଣ କହିଛନ୍ତି ।

ED ରଜତ ମେୱାତି ଙ୍କୁ ଇଁବେଷ୍ଟିଗସନ ପାଇଁ ଡ଼କାଇ ଥିଲେ । ରଜତ କହିଛନ୍ତି କି ସୁଶାନ୍ତଙ୍କ ପଇସାକୁ ରିୟା ନିଜ କଣ୍ଟ୍ରୋଲରେ ରଖିଥିଲେ । ରଜତ ଆଊ ଏକ କଥା ସାମ୍ନାକୁ ଆଣିଛନ୍ତି କି ରିୟା ସୁଶାନ୍ତଙ୍କ ପୁରୁଣା ଷ୍ଟାଫ ମାନଙ୍କୁ ବାହାରକରି ନୂଆ ନୂଆ ଷ୍ଟାଫ ରଖିଥିଲେ । ଯେଉଁ ଷ୍ଟାଫକୁ ରିୟା ରଖିଥିଲେ ସେମାନେ କେବଳ ରିୟାଙ୍କ କଥା ହିଁ ଶୁଣୁଥିଲେ ।

ରଜତ ଏହା ମଧ୍ୟ କହିଛନ୍ତି କି ରିୟା ଶୃତୀ ମୋଦି ଏବଂ ସନ୍ଦୀପ ସିଂ ଙ୍କୁ ମଧ୍ୟ ଆପଏଣ୍ଟ କରିଥିଲେ, ସେମାନେ ମଧ୍ୟ କେବଳ ରିୟା ଚକ୍ରବର୍ତ୍ତୀଙ୍କ ହିଁ କଥା ଶୁଣନ୍ତି । ରିୟା ଯେମିତି କହୁଥିଲେ ସେମିତି ହିଁ ସବୁ ହେଇଥିଲା । ସୁଶାନ୍ତଙ୍କ ଆକାଉଣ୍ଟାଣ୍ଟ କହିଛନ୍ତି କି ରିୟା ହିଁ ସୁଶାନ୍ତଙ୍କ ସବୁ ପଇସା ନେଇଛନ୍ତି କାରଣ ପଇସା ଉଠାଇବା ଆଗରୁ ଆକାଉଣ୍ଟାଣ୍ଟଙ୍କ ସାଇନ ନିଶ୍ଚିତ ଦରକାର ହେଉଥିଲା ।

ରଜତ ଏହା ମଧ୍ୟ କହିଛନ୍ତି କି ବହୁତ୍ ଡକ୍ୟୁମେଣ୍ଟ ରେ ଫର୍ଜୀ ସାଇନ୍ କରା ଯାଇଥିଲା । ଏହି ସବୁ ଖୁଲାସା ରଜତ ମେୱାଦି ED ଙ୍କ ସାମ୍ନାରେ କହିଛନ୍ତି । ରିୟା ଚକ୍ରବର୍ତ୍ତୀ ଏବେ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଲୋକଙ୍କ ଉପରେ ଦୋଷ ଦେଇଛନ୍ତି । ଏବଂ କହିଛନ୍ତି କି ସୁଶାନ୍ତଙ୍କ ପରିବାର କଣ ପାଇଁ କହୁଛନ୍ତି କି ରିୟା ସୁଶାନ୍ତଙ୍କ ପଇସା ଉଡାଇଛନ୍ତି ।

ରିୟା ଙ୍କ ଏହି ଯଥା ଦ୍ଵାରା ସେ ନିଜେ ଫସି ଯାଇଛନ୍ତି କାରଣ ରଜତ ମେୱାଡି କହିଛନ୍ତି କି ରିୟା ହିଁ ସୁଶାନ୍ତଙ୍କ ପଇସା ଖର୍ଚ୍ଚ କରୁଥିଲେ । ବର୍ତମାନ ରିୟା ପୁରା ଫସି ଯାଇଛନ୍ତି । ରିୟା ପ୍ରଥମେ କହିଥିଲେ କି ସେ ସୁଶାନ୍ତଙ୍କ ଗୋଟେ ପଇସା ମଧ୍ୟ ଖର୍ଚ୍ଚ କରିନାହାନ୍ତି । ଆଊ ରଜତ କହିଛନ୍ତି କି ରିୟା ସୁଶାନ୍ତଙ୍କ ଲଗଭଗ ୧୫ କୋଟି ଟଙ୍କା ନେଇଛନ୍ତି ।

ED ସୁଶାନ୍ତଙ୍କ ପିତା ଙ୍କୁ ମଧ୍ୟ ୪ ଘଣ୍ଟା ପଚରା ଉଚୁରା କରିଛନ୍ତି । ସୁଶାନ୍ତଙ୍କ ପିତା ଏମିତି ଡକ୍ୟୁମେଣ୍ଟ ED ଙ୍କ ସାମ୍ନାରେ ଦେଇଛନ୍ତି କି ଏହା ପ୍ରମାଣ ହୋଇଯାଇଛି କି ରିୟା ସୁଶାନ୍ତଙ୍କ ପଇସା ଗାୟବ କରୁଥିଲେ । ସୁଶାନ୍ତଙ୍କ ମୃତ୍ୟୁ କୁ ୨ ମାସ ରୁ ଅଧିକ ହୋଇ ସାରିଲାଣି, କିନ୍ତୁ ଏବେ ପର୍ଯ୍ୟନ୍ତ ସୁଶାନ୍ତଙ୍କୁ ନ୍ୟାୟ ମିଳିନାହିଁ । ସୁଶାନ୍ତଙ୍କ କେଶ୍ କୁ ବର୍ତମାନ CBI ତଦନ୍ତ କରୁଛି ଏବଂ ଆମର ଆଶା ସୁଶାନ୍ତଙ୍କୁ ବହୁତ୍ ଶୀଘ୍ର ନ୍ୟାୟ ମିଳିବ ଏବଂ ପ୍ରକୃତ ଦୋଷୀ ଙ୍କ ଦଣ୍ଡ ମିଳିବ ।

ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବା ପାଇଁ କମ୍ମେଣ୍ଟ ରେ ଲେଖନ୍ତୁ ” Justice for SSR” । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।