ରଜରେ ଝିଅ ଓ ମହିଳାମାନେ ଭୁଲରେ ବି କରନ୍ତୁନାହିଁ ଏହି 5ଟି କାମ

ପବିତ୍ର ରଜ ସଂକ୍ରାନ୍ତିରେ ଭୁଲରେ ବି କରନ୍ତୁନାହିଁ ଏହି କାମ ନଚେତ ଆପଣଙ୍କୁ ଭୋଗିବାକୁ ପଡିଥାଏ ଏହି ଅସୁବିଧା । ସୂର୍ଯ୍ୟଙ୍କର ଉତାପ ଗ୍ରୀଷ୍ମର ତାଣ୍ଡବ ସହିବାପରେ ,ମିଥୁନ ସଂକ୍ରାନ୍ତି ଆରମ୍ଭରେ ବର୍ଷାଋତୁ ଆରମ୍ଭ ହୋଇଥାଏ । ମିଥୁନ ସଂକ୍ରାନ୍ତି ର ତିନିଦିନକୁ ଆମେ ରଜ ଆକାରରେ ପାଳନ କରିଥାଉ । ପ୍ରଥମ ଦିନକୁ ପହିଲିରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମିଦାହ ବା ବାସି ରଜ ରୂପରେ କୁହାଯାଏ ।

ଏହି ତିନିଦିନ ରଜକୁ କୁଆଁରିମାନେ ନିଜର ଭବିଷ୍ୟତ ଜୀବନ କୁ ଭଲରେ କଟାଇବାପାଇଁ ପାଳନ କରୁଥିବାବେଳେ ବିବାହିତ ନାରୀମାନେ ଏହାକୁ ନିଜର ସନ୍ତାନ ପ୍ରାପ୍ତି ପାଇଁ ପୂଜା କରିଥାନ୍ତି । କିନ୍ତୁ କୁଆଁରିମାନେ କିମ୍ବା ମହିଳାମାନେ ଏହିଦିନରେ କିଛି ଭୁଲ କରିଥାନ୍ତି ଯାହାକି ତାଙ୍କୁ ଭବିଷ୍ୟତରେ କଷ୍ଟ ଦେଇଥାଏ । ଆସନ୍ତୁ ଜାଣିବା ସେହିସବୁ ବିଷୟରେ ।

ରଜର ତିନିଦିନରେ ବସୁମତୀ ମାତା ନିଜର ମାସିକ ଧର୍ମ ପାଳନ କରିଥାନ୍ତି । ଓ ଚତୁର୍ଥ ଦିନକୁ ଭୁଇଁ ନଅଣ ଭାବରେ ପାଳନ କରାଯାଏ । ରଜ ଶବ୍ଦଟି ରଜସୁଆଳ ଶବ୍ଦରୁ ଆସିଛି । ଯାହାକି ସାଧାରଣତଃ କୁଆଁରିମାନେ ଏହାକୁ ପାଳନ କରିଥାନ୍ତି ।

କୁଆଁରିମାନେ ଏହିଦିନରେ ନିଜର ଭବିଷ୍ୟତ ଜୀବନର ବିବାହ ଉପଲକ୍ଷେ ପାଳିଥାନ୍ତି ସେହିପରି ମହିଳାମାନେ ନିଜର ପୁତ୍ର କାମନାରେ ଏହାକୁ ପାଳନ କରିଥାନ୍ତି । ଆସନ୍ତୁ ଜାଣିବା କେଉଁସବୁ ଭୁଲମାନ ରହିଛି ଯାହାକୁ ଝିଅ ଓ ମହିଳା ମାନଙ୍କୁ କରିବା ଅନୁଚିତ ।

ରଜ ର ତିନିଦିନରେ ମହିଳା ବା ଝିଅ ମାନଙ୍କୁ ମନ୍ଦିର ଯିବାପାଇଁ ବାରଣ କରାଯାଇଥାଏ କାରଣ ଏହି ସମୟରେ ବସୁଧାମାତା ନିଜର ମାସିକଧର୍ମ ପାଳନ କରୁଥାନ୍ତି ,ଏହିସମୟରେ ଯେକୌଣସି ମହିଳା ବା ଝିଅ ମନ୍ଦିରକୁ ଯାଇଥାଏ ଏହା ଅଶୁଭ ବୋଲି ଧରାଯାଇଥାଏ ।

ଦ୍ଵିତୀୟରେ ରଜର ଏହି ତିନିଦିନରେ ରନ୍ଧା ହୋଇଥିବା ଖାଦ୍ୟ ମହିଳା ଓ ଝିଅ ମାନଙ୍କୁ ଖାଇବା ଅନାବଶ୍ୟକ କାରଣ ଶାସ୍ତ୍ର ଅନୁସାରେ ମହିଳା ବା ଝିଅମାନେ ରନ୍ଧା ଖାଦ୍ୟ ଖାଇଲେ ପାପ ଲାଗିଥାଏ ତେଣୁ ସେମାନଙ୍କୁ ତିନିଦିନ ପର୍ଯ୍ୟନ୍ତ ଫଳମୂଳ ସହ ପିଠା ଓ ପଣା ଖାଇବା ଆବଶ୍ୟକ ।

ତୃତୀୟରେ ଝିଅ କିମ୍ବା ମହିଳାମାନଙ୍କୁ ଖାଲି ପାଦରେ ବସୁଧାମାତା ଉପରେ ଚାଲିବା ଅନୁଚିତ ହୋଇଥାଏ କାରଣ ବସୁଧା ମାତା ଏହିସମୟରେ ନିଜର ମାସିକ ଧର୍ମ ପାଳୁଥିବାରୁ ତାଙ୍କ ଉପରେ ଚାଲିଲେ ସେ କଷ୍ଟ ପାଇଥାନ୍ତି । ତେଣୁ କରି ମହିଳା ମାନଙ୍କୁ ଖାଲି ପାଦରେ ବସୁଧା ଉପରେ ଚାଲିବା ଅନାବଶ୍ୟକ ।

ଚତୁର୍ଥରେ କୌଣସି କୁଆଁରି କିମ୍ବା ମହିଳା ମାନଙ୍କୁ ଏହି ଦିନରେ ଧାରୁଆ ଜିନିଷର ବ୍ୟବହାର କରିବା ଅନୁଚିତ କାରଣ ରଜରେ ଯେଉଁ କୁଆଁରି ଧାରୁଆ ଜିନିଷର ବ୍ୟବହାର କରିଥାଏ । ବିବାହ ପରେ ତାର ସମ୍ପର୍କ ତା ସ୍ବାମୀ ସହ ଖରାପ ହୋଇଥାଏ । ଏଥିପାଇଁ ଏହି କିଛି ଭୁଲ ଯାହାକୁ ମହିଳା କିମ୍ବା କୁଆଁରିମାନଙ୍କୁ ରଜରେ କରିବା ଅନାବଶ୍ୟକ । କୁଆଁରିମାନେ ଏହିଦିନରେ ମାନଙ୍କରେ ଦୋଳି ଖେଳି ଓ ପୁରୁଷମାନେ କବାଡି ଓ ଚାସ ଖେଳି ରଜରେ ବର୍ଷଦିନକୁ ସ୍ୱାଗତ କରିଥାନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।