ରାହୁ କଲେ କର୍କଟ ରାଶିରୁ ମିଥୁନ ରାଶିରେ ଗୋଚର, ଏହି ୪ ଟି ରାଶିର ଜାତକ ହେବେ ମାଲାମାଲ, ଅନ୍ୟ ରାଶିମାନଙ୍କୁ ମିଳିବ ଏହି ଫଳ

ରାହୁ ଗ୍ରହ ଗୋଚର ୭ ମାର୍ଚ ୨୦୧୯ରେ ମାନେ ଗୁରୁବାର ଦିନ ସକାଳ ୪ ଟା ସମୟରେ କର୍କଟ ରାଶିରୁ ମିଥୁନ ରାଶିରେ ପ୍ରବେଶ ହେଲେ ଏବଂ ୨୪ ଡିସେମ୍ବର ୨୦୨୦ ମାନେ ଗୁରୁବାର ଦିନ ସକାଳ ୪ ଟା ପର୍ଯ୍ୟନ୍ତ ଏହି ରାଶିରେ ରାହୁ ଅବସ୍ଥିତ ରହିବେ । ହିନ୍ଦୁ ଧର୍ମ ଅନୁସାରେ ରାହୁ କୁ ନୀଚ ଗ୍ରହ ବୋଲି କୁହା ଯାଏ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁର ମହତ୍ଵ ଅଧିକ ହୋଇ ଥାଏ । ରାହୁ କେତୁ ଦୁଇଜଣ ପରସ୍ପରଙ୍କ ସହିତ ବିପରୀତ ବିନ୍ଦୁରେ ସମାନ ଗତିରେ ଗୋଚର କରିଥାନ୍ତି । ରାହୁ ପାପ ଗ୍ରହ ଅଟେ । ସେଥିପାଇଁ ଜାତକରେ କାଳସର୍ପ ଭଳି ଦୋଷ ରାହୁ କାରଣରୁ ଲାଗି ଥାଏ ।

ରାହୁକୁ ମିଥୁନ ରାଶିରେ ଉଚ୍ଚ ଏବଂ ଧନୁ ରାଶିରେ ନୀଚ ବୋଲି କୁହାଯାଏ । ରାହୁ କେତୁ ୧୮ ମାସ ପର୍ଯ୍ୟନ୍ତ ଗୋଟିଏ ରାଶିରେ ଗୋଚର କରିବେ । ରାହୁ କେତୁ ଧନ ବୁଦ୍ଧି, ବ୍ୟାପାର ଏବଂ ମନକୁ ପ୍ରଭାବିତ କରିଥାଏ । ସେଥିପାଇଁ ରାହୁକୁ ଅନୁକୂଳ ସ୍ଥିତିରେ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ । ରାହୁ ମିଥୁନ ରାଶିରେ ଗୋଚର କରିବା ପରେ ଏହି ୪ ଟି ରାଶିଙ୍କ ଉପରେ କଣ ପ୍ରଭାବ ପଡିବାର ଅଛି । ଚାଲନ୍ତୁ ଜାଣିବା ।

ମେଷ –

ଚାରି ଆଡୁ ସୁଖ ମିଳିବ । ଶୋଇ ଥିବା ଭାଗ୍ୟ ପୁଣିଥରେ ଜାଗି ଉଠିବ । ପାରିବାରିକ ଏବଂ ସାମାଜିକ ରୂପରେ ଆପଣଙ୍କର ଉନ୍ନତି ହେବ । ଆରୋଗ୍ୟ ବୁଦ୍ଧି, ଅଟକିଥିବା କାର୍ଯ୍ୟ ପୁରା କରିବାରେ ଆପଣ ସଫଳ ହେବେ । ଆପଣଙ୍କର ଆତ୍ମବିଶ୍ଵାସରେ ଉନ୍ନତି ଆସିବ । ଭାଇ ଏବଂ ମିତ୍ରଙ୍କ ଠାରୁ ପୁରା ସହଯୋଗ ପ୍ରାପ୍ତ ହେବ ।

ସିଂହ –

ସରକାରଙ୍କର ତରଫରୁ ସମ୍ମାନ ମିଳିବ । ଧନରେ ବୁଦ୍ଧି ହେବ । ଆପଣଙ୍କୁ ସମସ୍ତ ପ୍ରକାରର ସୁଖ ପ୍ରାପ୍ତ ହେବ । ଶତ୍ରୁକୁ ପରାଜିତ କରିବେ । ଆପଣଙ୍କ ଦ୍ଵାରା ଲୋକମାନେ ପ୍ରଭାବିତ ହେବେ । ଆପଣଙ୍କର ପୁରୁଣା ବାଦ ବିବାଦ ସବୁ ସମଧାନ ହୋଇଯିବ ।

କନ୍ୟା –

ଆୟ – ପ୍ରତିଷ୍ଠାରେ ବୁଦ୍ଧି ହେବ । ବଡ କାର୍ଯ୍ୟରେ ସଫଳତା ମିଳିବ । ଅଦାଲତ କାର୍ଯ୍ୟରୁ ମୁକ୍ତି କିମ୍ବା ବିଜୟ ହାସଲ କରିବ । ନୂଆ ଯୋଜନାରେ ସଫଳ ହେବେ । ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଆକସ୍ମିକ ଭାବରେ ଆପଣଙ୍କୁ ଧନ ଲାଭ ହେବ ।

ମକର –

ସମସ୍ତ ପ୍ରକାରର ସୁଖ ମିଳିବ । ବେରୋଜଗାରିମାନଙ୍କୁ ରୋଜଗାର ମିଳିବ । ବାଦ – ବିବାଦରେ ଆପଣ ବିଜୟ ହାସଲ କରିବେ । ଶତ୍ରୁକୁ ପରାଜିତ କରିବେ । ଘର ପରିବାର ମଧ୍ୟରେ ସଦସ୍ୟମାନଙ୍କ ମଧ୍ୟରେ ଭଲ ସମ୍ବନ୍ଧ ରହିବ । ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରିବେ । ଆପଣଙ୍କୁ ଟଙ୍କା ଆୟ କରିବାର ଅବସର ମିଳି ପାରିବ ।

ଅନ୍ୟ ରାଶି ମାନଙ୍କୁ ମିଶ୍ରିତ ଫଳ ମିଳିବ । ସେଥିପାଇଁ ଏହି ସବୁ ରାଶି ନିଜକୁ ରାହୁଙ୍କ ପ୍ରଭାବରୁ ବେଞ୍ଚେଇବା ପାଇଁ ଭଗବାନ ଗଣେଶଙ୍କ ପୂଜା ସବୁଦିନ ବିଧିବିଧାନ ପୂର୍ବକ କରିବାକୁ ହେବ ।