Vastu Shastra- ରବିବାର ଦିନ ଖାଆନ୍ତୁ ଏହି 1 ଜିନିଷ, ସୂର୍ଯ୍ୟଦେବ ହୁଅନ୍ତି ପ୍ରସନ୍ନ, ଦୂର ହୋଇଯାଏ 7 ଜନ୍ମର ଦରିଦ୍ରତା

ରବିବାର ଦିନଟି ସୂର୍ଯ୍ୟଦେବଙ୍କୁ ସମର୍ପିତ ଅଟେ । ବିଶ୍ବାସ କରାଯାଏ କି ଏହି ଦିନ ସୂର୍ଯ୍ୟଙ୍କ ପୂଜା କରିବା ଦ୍ଵାରା ଏବଂ ଅର୍ଘ୍ୟ ଦେବା ଦ୍ଵାରା ବ୍ୟକ୍ତି ତେଜସ୍ବୀ ହେବା ସହ ତାଙ୍କ ଭାଗ୍ୟ ମଧ୍ୟ ତେଜ ହୋଇଥାଏ । ସୂର୍ଯ୍ୟଦେବଙ୍କ ପ୍ରଭାବ ଠିକ ରଖିବା ପାଇଁ ଏହି ଦିନ ତାଙ୍କ ଅନୁକୂଳ କାର୍ଯ୍ୟ କରିବା ଉଚିତ । କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ଠିକ ନଥିଲେ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଜୀବନରେ, ପରିବାରରେ ଏବଂ ସମାଜରେ କ୍ଲେଶ ଭୋଗିବାକୁ ପଡିଥାଏ । ତେବେ ଚାଲନ୍ତୁ ଜାଣିବା ରବିବାର ଦିନ କଣ କରିବା ଉଚିତ ଓ କଣ ନୁହେଁ ।

ରବିବାର ଦିନ ପିପ୍ପଳ ଗଛରେ ଭୁଲରେ ମଧ୍ୟ ଜଳ ଚଢାନ୍ତୁ ନାହିଁ । ଏହି ଦିନ ପିପ୍ପଳ ବୃକ୍ଷରେ ଜଳ ଚଢାଇଲେ ଅନିଷ୍ଠ ହୁଏ ବୋଲି ମାନାଯାଏ । ଆପଣ ଚାହିଁଲେ ଦୀପ ଧୂପ ଜଳାଇ ପାରିବେ କିନ୍ତୁ ଜଳ ଚଢାନ୍ତୁ ନାହିଁ । ରବିବାର ଦିନ ଆଳସ୍ୟ କରି ଡେରି ଯାଏ ଶୋଇବା ଉଚିତ ନୁହେଁ । ଏହି ଦିନ ଶୀଘ୍ର ନିତ୍ୟକର୍ମ ସାରି ଜଳରେ କୁମ୍କୁମ ଓ ଚାଉଳ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ । ସୂର୍ଯ୍ୟଙ୍କୁ କେବଳ ତମ୍ବା ପାତ୍ରରେ ହିଁ ଜଳ ଅର୍ପଣ କରନ୍ତୁ ।

ସଂପୂର୍ଣ୍ଣ ହୃଦୟ ସହ ସୂର୍ଯ୍ୟଦେବାଙ୍କ ଉପାସନା କରନ୍ତୁ, ସୂର୍ଯ୍ୟଦେବ ନିଶ୍ଚୟ ପ୍ରସନ୍ନ ହେବେ ଓ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ କରିବେ । ଯଦି କେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ଅଛନ୍ତି ତେବେ ସେହି ବ୍ୟକ୍ତିଙ୍କୁ ରବିବାର ଦିନ କେଶ କାଟିବା ଉଚିତ ନୁହେଁ କି ମୁଣ୍ଡରେ ତେଲ ଲଗାଇବା ମଧ୍ୟ ଉଚିତ ନୁହେଁ ।

ଆପଣ ଏହି ଦିନ ସୂର୍ଯ୍ୟଙ୍କୁ ତିଳ ତେଲ ଅର୍ପଣ କରନ୍ତୁ, ଏହାଦ୍ବାରା ସୂର୍ଯ୍ୟ ମଜବୁତ ହେବେ ଓ ଆପଣ ଭବିଷ୍ୟତରେ ଘଟିବାକୁ ଯାଉଛି ସମସ୍ଯାରୁ ମୁକ୍ତି ପାଇବେ । ରବିବାର କୌଣସି କାମରେ ବାହାରକୁ ଯିବା ପୂର୍ବରୁ ଗାଈକୁ ଗୋଟିଏ ରୋଟି ନିଶ୍ଚୟ ଖୁଆନ୍ତୁ । ସମ୍ଭବତଃ ଏହି ଦିନ ଗାଈକୁ ପୂଜା କରନ୍ତୁ । ମାଛ ମାନଙ୍କୁ ମଧ୍ୟ ଅଟାରେ ଛୋଟ ଛୋଟ ଗୋଲି ବନେଇ ଖୁଆନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ଚାଲିଥିବା ଧନ ସମ୍ବନ୍ଧିତ ସମସ୍ଯା ଦୂର ହୋଇଯିବ । ରବିବାର ଦିନ ପିମ୍ପୁଡିଙ୍କୁ ଖାଦ୍ଯ ଖାଇବାକୁ ଦେଲେ ପରିବାର ସଦସ୍ୟଙ୍କ ମନରେ ପ୍ରେମଭାବ ବଢିଥାଏ ।

ରବିବାର ଦିନ ମଶୁର ଡାଲିର ସେବନ କରିବା ଉଚିତ ନୁହେଁ । କାରଣ ହିନ୍ଦୁଧର୍ମ ଅନୁସାରେ ମଶୁର ଡାଲି ନକରାତ୍ମକ ବ୍ୟଞ୍ଜନ ଶ୍ରେଣୀଭୁକ୍ତ ଅଟେ । ଯେଉଁମାନେ ରବିବାର ଦିନ ଉପବାସ କରନ୍ତି ସେମାନେ ଭୁଲରେ ମଧ୍ୟ ତା-ମ-ସି-କ ଜିନିଷ ଭୋଜନ କରିବା ଉଚିତ ନୁହେଁ । ଏହାସହ ପିଆଜ, ଅଦା, ରସୁଣର ସେବନ ମଧ୍ୟ ଏହି ଦିନ ବର୍ଜିତ ଅଟେ ।

ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ସର୍ବଦା ଭାରି ରହୁଛନ୍ତି ତେବେ ଆପଣ କିଛି ସମୟ ପାଇଁ ଅଦା, ରସୁଣ ଓ ପିଆଜର ସେବନ ତ୍ୟାଗ କରିବା ଉଚିତ । ସନ୍ତାନ ପ୍ରାପ୍ତିର ଇଚ୍ଛା ରଖିଥିଲେ ଆପଣ ରବିବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ରତ ପାଳନ କରନ୍ତୁ ସନ୍ଧ୍ୟା ପରେ ଲୁଣ ପଡି ନଥିବା ଖାଦ୍ୟ ଖାଆନ୍ତୁ । ନିଶ୍ଚୟ ଲାଭବାନ ହେବେ । ରବିବାର ଦିନ ଲାଲ ଶାଗ ପରି ଅଳ୍ପାୟୁ ବ୍ୟଞ୍ଜନ ଖାଇବା ମଧ୍ୟ ବର୍ଜିତ ମାନାଯାଏ ।

ରବିବାର ଦିନ ମାଛ ଖାଇଲେ ବ୍ୟକ୍ତିଙ୍କୁ ଧନହାନିର ସାମନା କରିବାକୁ ପଡେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।