କିପରି ହୋଇଥାନ୍ତି ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି, ଜାଣନ୍ତୁ ସେମାନଙ୍କ ସ୍ଵଭାବ, କ୍ଯାରିୟର ଓ ଲଭ ଲାଇଫ- Astrology

ମଙ୍ଗଳ ବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ଶରୀର ବହୁତ୍ ଗୋରା ଓ ତାଙ୍କ ବେକ ଲମ୍ବା ହୋଇଥାଏ । ଚୁଟି ବହୁତ କଳା ହେବା ସହିତ ଘନ୍ ମଧ୍ୟ ହୋଇଥାଏ । ତାଙ୍କ ଭିତରେ କିଛି ଅଲଗା ପ୍ରକାରର ତେଜ ଦେଖାଯାଏ । ଏହି ଲୋକଙ୍କ ଦେହରେ କିଛି ନିଶାନ ଥାଏ ଓ ଭିନ୍ନ ରୂପରେ ଥାନ୍ତି । ମଙ୍ଗଳ ଗ୍ରହ ପ୍ରଭାବ ହେତୁ ସେମାନେ ବହୁତ ସାହସୀ ଅଟନ୍ତି ଓ ତାଙ୍କୁ ବହୁତ ଶିଘ୍ର ରାଗ ଆସିଥାଏ । ସେମାନେ ବହୁତ ଭଲ ଲୋକ ଅଟନ୍ତି କିନ୍ତୁ ତାଙ୍କ ସାମ୍ନାରେ କେହି ଭୁଲ କଥା କହେ ବା ଭୁଲ କାମ କରେ ତେବେ ସେ ତାକୁ ଜମା ପସନ୍ଦ କରନ୍ତି ନାହିଁ ।

ସେମାନେ ସ୍ୱଭାବରେ ଭାରି ଚଞ୍ଚଳ ହୋଇଥାନ୍ତି । ତାଙ୍କର ସବୁବେଳେ ଇଛା ସେ ସମସ୍ତଙ୍କର ଆଗରେ ରହିବା ପାଇଁ ସେଥିପାଇଁ ସେ ବହୁତ୍ ପରିଶ୍ରମ ମଧ୍ୟ କରିଥାନ୍ତି । ସେମାନେ ବହୁତ୍ ଚାଲାକ୍, ସାହସୀ, ବାଦୂର୍ ଓ ବହୁତ୍ ଫୁର୍ତି ମଧ୍ୟ ରହିଥାନ୍ତି ।

ତାଙ୍କର 3 ଟି ଜିନିଷ ଭାରି ପସନ୍ଦ । ସେମାନେ ବହୁତ୍ ଆଡମ୍ବରେ ଜୀବନ ବିତାଇବା ପାଇଁ ଚାହାନ୍ତି ସେଥିପାଇଁ ତାଙ୍କ ପାଖରେ ପ୍ରାୟ ଦାମିକିଆ ଜିନିଷ, ଗାଡି ଓ କପଡ଼ା ଦେଖାଯାଏ । ସେମାନେ ବହୁତ୍ ଇମାନଦାର ଅଟନ୍ତି । ତାଙ୍କ ସାମ୍ନାରେ କେହି ଭୁଲ କଥା ବାର୍ତ୍ତା କରିଲେ ସେ କେବେ ତାକୁ ଭଲ ପାଇନ୍ତି ନାହିଁ । ସେଥିପାଇଁ ତାଙ୍କୁ ବହୁତ୍ ଶିଘ୍ର ରାଗ ଆସିଥାଏ । ଆଉ ଏକ କଥା ହେଉଛି ଏମାନେ କୌଣସି କଥା କୁ ଡରନ୍ତି ନାହିଁ । ଖାସ ସେଥିପାଇଁ ସେମାନେ ବହୁତ୍ ବିପଦ ସଙ୍କୁଳ ଖେଳ ଖେଳିଥାନ୍ତି ।

ତାଙ୍କର କ୍ଷମତା ଓ ଧାର୍ଯ୍ୟ ଥିବା ହେତୁ ଏମାନେ ବହୁତ ବଡ଼ ବଡ଼ ଜିନିଷକୁ କମ ସମୟ ରେ କରିପାରନ୍ତି । ତାଙ୍କର ନିଷ୍ପତି ଅଧିକାଂଶ ଠିକ୍ ହୋଇଥାଏ । ସେମାନେ ବହୁତ୍ ବୁଦ୍ଧିମାନ ହୋଇଥିବା ହେତୁ ଓ ଆକର୍ଷଣୀୟ ଗୁଣ ଯୋଗୁଁ ସମସ୍ତଙ୍କୁ ଶୀଘ୍ର ନିଜ ଆଡକୁ ଟାଣି ଆଣନ୍ତି ବହୁତ୍ ତେଜ ଥିବା ହେତୁ ବହୁତ ଶିଘ୍ର ସଫଳତା ହାସଲ କରିଥାନ୍ତି । ଯେଉଁ ମାନେ ମଙ୍ଗଳ ବାର ଦିନ ଜନ୍ମ ହୋଇଥାନ୍ତି ସେମାନଙ୍କର ଶାରୀରିକ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ଦେଖାଯାଏ ନାହିଁ ସେମାନେ ବହୁତ୍ ବଲ୍ ବାନ ବ୍ୟକ୍ତି ଅଟନ୍ତି ଓ ସଫଳତା ପାଇବା ପାଇଁ ମନ ଲଗାଇ କାମ କରିବା ସହିତ ଶିଘ୍ର କାମ ସାରିବାକୁ ଚେଷ୍ଟା କରନ୍ତି ।

ସେମାନେ କାମ ବହୁତ୍ ଶିଘ୍ର ଶିଖି ଯାଇଥାନ୍ତି । ଏହି ବ୍ୟକ୍ତି ମାନେ ପ୍ରାୟତଃ ସେନା, ପୋଲିସ, ନେତା, କାର ରେସିଂ, ଗାଡି ତିଆରି କରିବା ଓ ଖେଳାଳୀ ଭଳି ହୋଇଥାନ୍ତି କହିବାକୁ ଗଲେ ତାଙ୍କର ଧନ ରେ କୌଣସି କମ ନଥାଏ । ଏହି ଲୋକଙ୍କର ବହୁତ୍ ସୁଖରେ ଜୀବନ କଟି ଥାଏ ଓ ତାଙ୍କୁ ବହୁତ୍ ସୁନ୍ଦର ଜୀବନ ସାଥୀ ମିଲିଥାନ୍ତି । ତାଙ୍କ ଜୀବନ ସାଥିଙ୍କ ସହିତ ଛୋଟ ମୋଟ ଝଗଡା ହୋଇଥାଏ କିନ୍ତୁ ସେମାନେ କେହି କାହାକୁ ଛାଡି ରହିଁପରାନ୍ତି ନାହିଁ ସେଥିପାଇଁ ତାଙ୍କର ବେଶୀ ସମୟ ପର୍ଯ୍ୟନ୍ତ ମତାନ୍ତର ରହି ନଥାଏ ।

ଏହି ଲୋକ ମାନେ ବହୁତ୍ ସୁସ୍ଥ ଓ ଆରୋଗ୍ୟ ରହିଥାନ୍ତି । ତାଙ୍କୁ ବଡ ରୋଗ ହୋଇଥାଏ ରକ୍ତ ସମ୍ବନ୍ଧିତ ସମସ୍ୟା ଓ ଦୁର୍ଘଟଣା ଭଳି କିଛି ହୋଇଥାଏ । ଆପଣଙ୍କୁ ବହୁତ୍ ଶିଘ୍ର ରାଗ ଆସିଥାଏ ତେଣୁ କରି ଯେଉଁ କାମ କରୁଛନ୍ତି ତରତର ହୋଇ କରନ୍ତୁ ନାହିଁ ନିଜ କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ ଓ ଜିଦିରେ ରୁହନ୍ତୁ ନାହିଁ ଯାହା ଦ୍ଵାରା ସଫଳତା ଶୀଘ୍ର ପାଇପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।