ରାତି ରେ ପୁଅ ମାଂସ ଧରି ଆସେ ଆଉ କୁହେ ବୋଉ ତୁ ନ ଖାଇଲେ ମୁଁ ଖାଇବିନି । ଏବେ ଆଉ ବୋଉ ବୋଉ କେହି ଡାକୁ ନାହାନ୍ତି । ସେ ଚାଲିଗଲା ତା ସହ ବୋଉ ଡାକ ବି ଚାଲିଗଲା । ହଁ ଦର୍ଶକ ବନ୍ଧୁ ସହିଦ ମା ଙ୍କର ଏ ଥିଲା ମନର ବେଦନା । ଦୀର୍ଘ 4 ବର୍ଷ ହେଲା ମା ଆଖିରେ ଲୁହ ସୁଖୁ ନାହିଁ । ସଞ୍ଜ ନଇଁଲେ ସହିଦ ପୁଅ କଥା ଭାରି ମନେ ପଡେ । ଦେଶ ପାଇଁ ନକ୍ସଲ ଙ୍କ ଆକ୍ରମଣ ରେ ପୁଆ ସିନା ସହିଦ ହୋଇଗଲା କିନ୍ତୁ ଆଜି ବାପା-ମା ଙ୍କ ଦୁଃଖ ନ କହିଲେ ସରେ ।
ରାତି ପାହିଲେ ପୁଅର ମୁହଁ ଚାହିଁ ମା ର ଦିନ ଆରମ୍ଭ ହୁଏ । ପୁଅ କଥା ମନେ ପଡିଲେ ଆଖିରୁ ଅସରାଏ ଲୁହ ବି ଝଋ ପଡେ । ଘର ଆଗରେ ପୁଅର ପ୍ରତିମୂର୍ତ୍ତି ବି ତିଆରି ହୋଇଛି । ତେବେ ଆମେ ଏଠାରେ କହୁଛୁ ଜଗତସିଙ୍ଘ୍ପୁର ନୀଳ ବ୍ଲକ ର ରତନପୁର ଗାଁ ର ସହିଦ ମନୋଜ କୁମାର ବେହେରା ଙ୍କ କଥା ମନେ ପଡିଲେ ପ୍ରତେକ ଓଡିଆଙ୍କ ଛାତି ଥଋ ଉଠେ ।
ଫେବ୍ରୁଆରି 14 ତାରିଖ 2019 ମସିହା ପୋଲବମା ରେ ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣରେ ଚାଲି ଯାଇଥିଲା ମନୋଜ କୁମାର ଙ୍କ ଜୀବନ । ଏହି ଆକ୍ରମଣ ରେ କାହା ମଥାରୁ ସିନ୍ଦୁର ଲିଭିଗଲା ତ ପୁଣି କିଏ ନିଜେ ଭେଣ୍ଡିଆ ପୁଅକୁ ହରାଇ ଦେଲା । ପୁଣି କୋମଳ ପିଲା ଟି ବାପା ଛେଉଣ୍ଡ ହୋଇଗଲା । ଠିକ ଯେମିତି ଓଡିଆ ପୁଅ ମନୋଜ କମ ବୟସରେ ଆଖି ବୁଜି ଦେଲେ ।
ସେ ମନେ ପଡିଲେ ଆଖି ରୁ ଲୁହ ଝଋ ପଡେ । ପୁଅ ଗଲା ପରେ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବାପା ମା । ଦୁଆର ମୁହଁ ରେ ସିନା ପୁଅର ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରା ଯାଇଛି ହେଲେ ଭୋକ ସହ ଆଜି ବି ଲଢେଇ କରୁଛନ୍ତି ନିରୀହ ବାପା-ମା । ନାତୁଣୀ କୁ ଧରି ବୋହୂ ବାପଘରକୁ ଯିବା ପରେ ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ମନୋଜଙ୍କ ବାପା-ମା ।
କୌଳିକ ବୃତ୍ତି କରି ପେଟ ପୋସୁଛନ୍ତି । ଆଜି ହେଉଛି ସ୍ଵାଧୀନତା ଦିବସ । ଦେଶ ମାଟି ପାଇଁ ବଳିଦାନ ଦେଇଥିଲା ବୀର ପୁତ୍ର ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯିବ । କିନ୍ତୁ ସହିଦ ବାପା ମା ଙ୍କୁ ସରକାରୀ ସାହାର୍ଯ୍ୟ ଆଜି ଯାଏଁ ମିଳି ପାରିଲା ନାହିଁ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ , ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।